ETV Bharat / state

ନିର୍ବାଚନ ପୂର୍ବରୁ‌ ଆକ୍ସନ ମୋଡରେ କମିଶନରେଟ ପୋଲିସ, ୫ ବନ୍ଧୁକ ସହ ୨ ବେପାରୀଙ୍କୁ ଧରିଲା SCU - Illegal Gun Dealers Arrested

author img

By ETV Bharat Odisha Team

Published : Mar 27, 2024, 7:48 PM IST

Illegal Gun Dealers Arrested: ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୫ଟି ବନ୍ଧୁକ ସହ ୨୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଅଧିକ ପଢନ୍ତୁ

କମିଶନରେଟ ପୋଲିସ
କମିଶନରେଟ ପୋଲିସ
କମିଶନରେଟ ପୋଲିସ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବଡ ସଫଳତା । ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ପୋଲିସ । ୫ଟି ବନ୍ଧୁକ ସହ ୨୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ନିର୍ବାଚନ ପୁର୍ବରୁ ଏମାନଙ୍କ‌ ଉପରେ ନଜର ରଖିଥିଲା ପୋଲିସ । ନିର୍ବାଚନୀ ମାହୋଲ ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ବନ୍ଧୁକ କାରବାର ଉପରେ ମଧ୍ୟ ନଜର ରହିଥିଲା । ଯାହାର ସୁରାକ ଆଧାରରେ ବନ୍ଧୁକ ବେପାରୀଙ୍କୁ ଧରିଛି ସ୍ପେଶାଲ କ୍ରାଇମ ୟୁନିଟ ।

ଜବତ ହୋଇଥିବା ବନ୍ଧୁକ ଭିତରେ ରହିଛି ଗୋଟିଏ ୯ ଏମ ଏମ ପିସ୍ତଲ ସହ ଚାରୋଟି ୭.୫ ଏମ ଏମ ପିସ୍ତଲ । ଚାରି ରାଉଣ୍ଡ ୯ ଏମ ଏମ ଗୁଳି ସହ ୨୦ ରାଉଣ୍ଡ ୭.୫ଏମ ଏମ ଗୁଳି ମଧ୍ୟ ଜବତ କରାଯାଇଛି । । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ବର ସୋରୋର କେଶୁପୁରର ତପୁଧର ନାୟକ । ତେବେ ଏମାନଙ୍କ ମାଷ୍ଟର ମାଇଣ୍ଡ ଏବେ ଫେରାର ଅଛି । ବନ୍ଧୁକ ମାଫିଆ ସଞ୍ଜୟ ଖୁଣ୍ଟିଆର ସାନଭାଇ ସୁବ୍ରତ ଖୁଣ୍ଟିଆ ଏହାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛନ୍ତି । ଏହି ରେଡ୍ ୩ ଟି ସ୍ଥାନ ରେ ଯଥା ତମାଣ୍ଡୋ, ହଂସପାଳ ଓ ଶଙ୍କତାରା ରେ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ... ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା - Miscreants Attacks People

ପୁର୍ବରୁ ତମାଣ୍ଡୋ ଥାନା ଅଞ୍ଚଳରୁ ଗିରଫ ହୋଇଥିଲା ସଞ୍ଜୟ ଖୁଣ୍ଟିଆ । ଯାହା ପାଖରୁ କାର୍ବାଇନ ସେତେବେଳେ ଜବତ ହୋଇଥିଲା । ସେତେବେଳେ କମିଶନରେଟ ପୋଲିସ ସଞ୍ଜୟ ଖୁଣ୍ଟିଆ ସହ ତାର ସହଯୋଗୀ ବଟପାଣିକୁ ମଧ୍ୟ ଗିରଫ କରିଥିଲା । ତେବେ ସେତେବେଳେ ଆନ୍ତଃରାଜ୍ୟ ବନ୍ଧୁକ କାରବାର କରୁଥିବା ସଞ୍ଜୟ ଖୁଣ୍ଟିଆ ପୋଲିସର ରାଡାରକୁ ଆସିଥିଲା । ସେହିପରି ସଞ୍ଜୟ ଜେଲ ଯିବା ପରେ ସଞ୍ଜୟ ଖୁଣ୍ଟିଆର ବନ୍ଧୁକ କାରବାର ସିଣ୍ଡିକେଟ ସମ୍ଭାଳୁଥିଲା ତାର ସାନଭାଇ । ପରେ ସେ ମଧ୍ୟ‌ ପୋଲିସ ରାଡାରକୁ ଆସିଥିଲା । ଏପରିକି ତାର ସାନ ଭାଇ ଗିରଫ ହୋଇଥିବା ଦୁଇ ସହଯୋଗୀଙ୍କ ଜରିଆରେ ଏଭଳି କାରାଗାର କରୁଥିଲେ ।

ତେବେ ଖୁଣ୍ଟିଆ ବ୍ରଦର ବନ୍ଧୁକ ସିଣ୍ଡିକେଟ ନେଟୱର୍କର ଚେର ମୂଙ୍ଗେର ପର୍ଯନ୍ତ ଲମ୍ବିଥିବା ପୋଲିସ ସନ୍ଦେହ କରୁଛି । ରାଜ୍ୟ ବାହାରୁ ୨୦ହଜାର ବନ୍ଧୁକ ଆଣି ୭୦ରୁ ୮୦ହଜାରରେ ବିକ୍ରି କରୁଥିଲେ । ତେଣୁ ବନ୍ଧୁକ କାରବାର‌ ଯୋଗୁଁ ନିର୍ବାଚନ ସମୟରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ପୋଲିସ ଗିରଫଦାରି କରିଛି । ଖୁବଶୀଘ୍ର ଫେରାର ସଞ୍ଜୟ ଖୁଣ୍ଟିଆର ସାନଭାଇକୁ ଧରିବ ବୋଲି କମିଶନରେଟ ପୋଲିସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.