ETV Bharat / state

ଦୁର୍ଘଟଣା ପରେ ଜଳିଗଲା ଟ୍ରକ; ହେଲ୍ପର ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର - Truck Helper Burnt Alive

author img

By ETV Bharat Odisha Team

Published : Mar 22, 2024, 2:06 PM IST

Man Burnt Alive: ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଟ୍ରକ ହେଲ୍ପର ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ଦୁର୍ଘଟଣା ପରେ ଜଳିଗଲା ଟ୍ରକ; ହେଲ୍ପର ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ନୂଆପଡା: ଜିଲ୍ଲା ସିନାପାଲି ଥାନା ଚଟିଆଗୁଡା ଗାଁ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ । ଦ୍ରୁତ ଗତିରେ ଆସୁଥିବା ଦୁଇ ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣା ପରେ ଆଖିପିଛୁଳାକେ ଟ୍ରକରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ଟ୍ରକ ହେଲ୍ପର ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୃତ ହେଲ୍ପରଙ୍କ ନାମ ମୁସଲିମ ଖାନ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ହାଇଦ୍ରାବାଦ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀ ପାଖାପାଖି 2ଘଣ୍ଟା 30 ମିନିଟ ସମୟରେ ସଡ଼କ ଦୁର୍ଘଟଣା ଘଟିଛି । ବିଜୁ ଏକ୍ସପ୍ରେସ ଚଟିଆଗୁଡା ଗାଁ ନିକଟରେ ଦୁଇ ଦୃତ ଗାମୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବାପରେ ଟ୍ରକ ତେଲ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଟ୍ରକ ଡ୍ରାଇଭର କୌଶଳ କ୍ରମେ ଟ୍ରକର କାଚ ଭାଙ୍ଗି ପଦାକୁ ବାହାରି ଯାଇଥିବା ବେଳେ, ହେଲ୍ପର ଗାଡି ଭିତରେ ଫସିଯାଇଥିଲେ । ପରେ ପୁରା ଟ୍ରକରେ ନିଆଁ ଲାଗିଯାଇଥିବା ବେଳେ ଘଟଣା ସ୍ଥଳରେ ହେଲ୍ପର ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁର୍ଘଟଣା ପରେ ଜଳିଗଲା ବସ୍; 12 ଜୀବନ୍ତ ଦଗ୍ଧ

ମାଲ ବୋଝେଇ ଟ୍ରକ ଝାରସୁଗୁଡା ଯାଇ ସେଠାରେ ମାଲ ଅନଲୋଡ଼ କରି ନିଜ ରାଜ୍ୟ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ଡ୍ରାଇଭର ମନୀଷ କୁମାର କହିଛନ୍ତି । ସେପଟେ ଖବର ପାଇ ସିନାପାଲି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁର ପ୍ରକୋପ ଅଧିକ ଥିବାରୁ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇନଥିଲା ଦମକଳ ବାହିନୀ । ଫଳରେ ଟ୍ରକ ପୋଡି ପାଉଁଶ ହୋଇଯାଇଥିଲା ।

ଅନ୍ୟପଟେ ଘଟଣା ସମ୍ପର୍କରେ ସିନାପାଲି ଦମକଳ ବାହିନୀ ଇନଚାର୍ଜ ନରେନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ଆମ ଟିମ ପହଞ୍ଚିବା ବେଳକୁ ସବୁ ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଜଣକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପୋଲିସକୁ ହସ୍ତାନ୍ତର କରିଥିବା ସେ କହିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତି ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଯମୁନା ଏକ୍ସପ୍ରେସ ଓ୍ବେରେ ଭୟଙ୍କର ଦୁର୍ଘଟଣା: ଜଳିଗଲା କାର୍, ଚାଲିଗଲା ୫ ଜୀବନ

ନୂଆପଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.