ETV Bharat / state

ଆଦିବାସୀ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଗୁହାରି କଲା ପୀଡିତ ପରିବାର - Tribal Youth Beaten and Abused

author img

By ETV Bharat Odisha Team

Published : Jul 6, 2024, 8:04 PM IST

Tribal Youth Beaten and Abused: ଚୋରି ଅଭିଯୋଗରେ ଆଦିବାସୀ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିର୍ଯାତନା ସହ ଜାତିଆଣ ଆକ୍ଷେପ । ପୀଡିତଙ୍କ ପରିବାର ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ କରିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ

Tribal Youth Beaten and Abused
Tribal Youth Beaten and Abused (ETV Bharat Odisha)

ସମ୍ବଲପୁର: ଚୋରି ଅଭିଯୋଗରେ ସର୍ବସମ୍ମୁଖରେ ମାଡ ଅଭିଯୋଗ । ଗାଁ ଦାଣ୍ଡରେ ମନ୍ଦିର ସମ୍ମୁଖରେ ଲୋକଙ୍କ ଉପସ୍ଥିତିରେ ଜଣେ ଚୋରି ଅଭିଯୁକ୍ତ ଆଦିବାସୀ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆସିଛି । ଏହା ସହ ଯୁବକଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଦେଇଥିବା ଆଧାରରେ ଯୁବକଙ୍କ ମା’ ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଛନ୍ତି । ଏହି ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିର ସହାଜବାହାଲ ଗାଁରେ ।

ଗତ ଜୁଲାଇ 3 ତାରିଖ ସକାଳେ ପ୍ରାୟ ସାଢେ 7ଟା ବେଳେ ଚିପିଲିମା ଫାଣ୍ଡିର 2 ଜଣ ପୋଲିସ କର୍ମଚାରୀ ସାହାଜବାହାଲ ଗାଁର ସୁବାସିନୀ ମିର୍ଦ୍ଧାଙ୍କ ଘରକୁ ଆସି ତାଙ୍କ ପୁଅ ରାଜେଶ ମିର୍ଦ୍ଧାକୁ ଏକ ବ୍ୟାଟେରୀ ଚୋରି ଅଭିଯୋଗରେ ଉଠାଇ ନେଇଥିଲେ । ଏହା ପରେ ଗାଁ ଦାଣ୍ଡରେ ଥିବା ମନ୍ଦିର ସମ୍ମୁଖରେ ରାଜେଶଙ୍କୁ ଅଟକାଇ ସବୁ ଲୋକଙ୍କ ସମ୍ମୁଖରେ ପଚରା ଉଚରା ଆଳରେ ମାଡ଼ ମାରିଥିଲେ ଓ ଜାତିଆଣ ଆକ୍ଷେପ କରି ଗାଳି ଦେଇଥିଲେ ବୋଲି ରାଜେଶ ମିର୍ଦ୍ଧାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ସେହିଦିନ ଫାଣ୍ଡିକୁ ନେଇ ରାଜେଶଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ରାଜେଶଙ୍କ ମା ।

ଏହା ମଧ୍ୟ ପଢନ୍ତୁ... ଥାନାକୁ ଡାକି ଯୁବକଙ୍କୁ ନିସ୍ତୁକ ମାଡ, ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ ପୀଡିତଙ୍କ ପରିବାର - Youth Beaten Up By Police

ଏହା ପରେ ରାଜେଶଙ୍କୁ ଧମକ ଚମକ ଦେଇ ଏକ କାଗଜରେ ଦସ୍ତଖତ କରେଇ ସେହିଦିନ ଅପରାହ୍ନ ପ୍ରାୟ 1.30ରେ ରାଜେଶଙ୍କୁ ତାଙ୍କ ଘରେ ଛାଡିଥିଲା ପୋଲିସ । ସେତେବେଳେ ରାଜେଶ ଅତି ଶୋଚନୀୟ ଅବସ୍ଥାରେ ଥିଲେ । ତାଙ୍କ ମା ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଗତକାଲି ସେ ହସ୍ପିଟାଲରୁ ଫେରିବା ପରେ ରାତିରେ ଯାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଏନେଇ ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିଛନ୍ତି ରାଜେଶଙ୍କ ମା ସୁବାସିନୀ ମିର୍ଦ୍ଧା । ଏଠାକୁ ଆସିବା ପୂର୍ବରୁ କେତେକ ପୋଲିସ ଗତକାଲି ଘରକୁ ଆସି କେଶ ନକରିବାକୁ ଧମକ ଚମକ ଦେଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ସୁବାସିନୀ ମିର୍ଦ୍ଧା । ରାଜେଶଙ୍କ ମା କହିଛନ୍ତି ଯେ ' ତାଙ୍କ ପୁଅ ଚୋରୀ କରି ନାହିଁ । କିନ୍ତୁ ତାକୁ ପୋଲିସ ବହୁତ ମାଡ଼ ମାରିଛି ' । ରାଜେଶ ମଧ୍ୟ କହିଛନ୍ତି ଯେ ତାଙ୍କୁ ଯେତେ କହିବା ସତ୍ତ୍ବେ ପୋଲିସ ବହୁତ ମାଡ଼ ମାରିଛି । ଯଦି ବି ତାଙ୍କ ନାଁରେ ଅଭିଯୋଗ ଥିଲା ତାହେଲେ ତାଙ୍କୁ କୋର୍ଟ ଚାଲାଣ କରାଯିବାର ଥିଲା ।' ଏମିତି ଗାଁ ଦାଣ୍ଡରେ ଓ ଫାଣ୍ଡିରେ କାହିଁକି ମାଡ଼ ମରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ କହିଛନ୍ତି ଯେ ତାଙ୍କ ପାଖରେ ବୁର୍ଲା ଥାନା ଚିପିଳିମା ଫାଣ୍ଡି ସାହାଜ ବାହାଲ ଗାଁର ସୁବାସିନୀ ମିର୍ଦ୍ଧା ତାଙ୍କ ପୁଅ ରାଜେଶ ମିର୍ଦ୍ଧାଙ୍କୁ ଚିପିଲିମା ଫାଣ୍ଡିର ପୋଲିସ କର୍ମଚାରୀ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଲିଖିତ ଅଭିଯୋଗକୁ ସମ୍ବଲପୁର ଏସପିଙ୍କ ପାଖକୁ ନିୟମ ମୁତାବକ ପଠେଇ ଦିଆଯାଇଛି । ଏହା ସହ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜେଶ ଙ୍କ ପରିବାର ଏନେଇ ଗତ ରାତିରେ ସମ୍ବଲପୁର ଏସପି ଓ ଉତ୍ତରାଞ୍ଚଳ IG ଙ୍କ ପାଖକୁ ଯାଇଥିଲେ ମଧ୍ୟ ଉଭୟ ଅଧିକାରୀ ଅନୁପସ୍ଥିତ ଥିବାରୁ ଭେଟି ପାରି ନାହାନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.