ETV Bharat / state

ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ: ଭାରତୀୟ ନିର୍ବାଚନ କମିଶନ - ରାଜୀବ କୁମାର

2024 General Election: ଆଗାମୀ ନିର୍ବାଚନରେ ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ ଦେଇଛନ୍ତି ନିର୍ବାଚନ କମିଶନ । ଏହାସହ ସମସ୍ତେ ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଅପିଲ କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଅଧିକ ପଢନ୍ତୁ

Election Commission Of India
Election Commission Of India
author img

By ETV Bharat Odisha Team

Published : Feb 17, 2024, 7:42 PM IST

Updated : Feb 17, 2024, 7:56 PM IST

ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ: ଭାରତୀୟ ନିର୍ବାଚନ କମିଶନ

ଭୁବନେଶ୍ବର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ ଦେଉଛନ୍ତି ନିର୍ବାଚନ କମିଶନ । ସମସ୍ତେ ଭୋଟ ଦେବାକୁ ଭୋଟ କେନ୍ଦ୍ରକୁ ଆସନ୍ତୁ । ନିର୍ବାଚନର ପର୍ବ ଦେଶର ଗର୍ବରେ ସମସ୍ତେ ସାମିଲ ହୁଅନ୍ତୁ । ରାଜ୍ୟ ଗସ୍ତର ଅନ୍ତିମ ଦିନରେ ପ୍ରେସମିଟରେ ରାଜ୍ୟବାସୀଙ୍କୁ ଏହା ଅପିଲ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ।

ରାଜନୈତିକ ଦଳମାନଙ୍କର ଦାବି ରହିଛି ଯେ, ସରକାରୀ କଳର ସଠିକ ବ୍ୟବହାର ହେଉ । ନିର୍ବାଚନ ପ୍ରଚାରରେ ସମସ୍ତଙ୍କୁ ସମାନ ଅଧିକାର ମିଳୁ । ନିର୍ବାଚନୀ ହିଂସା ରୋକାଯାଉ । ସରକାରୀ ଗାଡ଼ି ଏବଂ ଆମ୍ବୁଲାନ୍ସରେ ଟଙ୍କା ନେବା ଆଣିବା କରାଯାଉଥିବା ଅଭିଯୋଗ, ସରକାରୀ କୋଠାରେ ମଧ୍ୟ ଟଙ୍କା ଗଚ୍ଛିତ ରଖା ଯାଇ ନିର୍ବାଚନରେ ବ୍ୟବହାର ହେଉଛି । ପେଡ଼ ନ୍ୟୁଜକୁ ତର୍ଜମା କରାଯାଉ । ରାଜନୈତିକ ଦଳର ଚିହ୍ନ ସରକାରୀ ଯୋଜନାରେ ବ୍ୟବହାର ହେଉଛି । ଏଭଳି କିଛି ଅଭିଯୋଗ ଆସିଛି । ଯାହାର ସମାଧାନ ହେବାର ଆବଶ୍ୟକତା ରହିଛି ।

୨୪ ଜୁନ ୨୦୨୪ରେ ବିଧାନସଭା ଓ ୧୬ ଜୁନ ୨୦୨୪ରେ ଲୋକସଭା କାର୍ଯ୍ୟ ଶେଷ ହେବ । ଜାନୁୟାରୀ ୫ ତାରିଖ ସୁଦ୍ଧା ଓଡିଶାରେ ମୋଟ ମତଦାତା ହେଉଛନ୍ତି ୩.୩୨ କୋଟି । ସେଥିରୁ ୧ କୋଟି ୬୮ ଲକ୍ଷ ପୁରୁଷ ଭୋଟର ଓ ୧ କୋଟି ୬୫ ଲକ୍ଷ ମହିଳା ଭୋଟର ଅଛନ୍ତି । ସେହିପରି ତୃତୀୟ ଲିଙ୍ଗ ୩୩୮୦ ଜଣ ଅଛନ୍ତି । ବୟସ୍କ ଭୋଟର ୬ ଲକ୍ଷ ୮୦ ହଜାର ଅଛନ୍ତି । ସେହିପରି ୧୦୦ ବର୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ୯ ହଜାର ୬୦ ଭୋଟର ଅଛନ୍ତି । ଆସନ୍ତା ନିର୍ବାଚନରେ ୭.୫ ଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ । ଯାହା ଓଡ଼ିଶାର ଯୁବ ଶକ୍ତିକୁ ଦର୍ଶାଉଛି । ରାଜ୍ୟରେ ଲିଙ୍ଗଗତ ଅନୁପାତ ବୃଦ୍ଧିପାଇଁ ୯୭୨ରେ ପହଞ୍ଚିଛି ।

ଏହା ବି ପଢନ୍ତୁ- ରାଜ୍ୟ ସରକାର, ସିଇଓ ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ECIଙ୍କ ଆଲୋଚନା

ରାଜ୍ୟରେ ୧୪୭ ବିଧାନସଭା ଆସନରୁ ସାଧାରଣ ୯୦ଟି, ଏସଟି ୩୩ଟି, ଏସସି ୨୪ଟି ଆସନ ରହିଛି । ସେହିପରି ୨୧ ଲୋକସଭା ଆସନରୁ ୧୩ଟି ସାଧାରଣ, ଏସଟି ଆସନ ୫ଟି ଓ ଏସସି ୩ଟି ଆସନ ରହିଛି । ସବୁ ମତଦାନ କେନ୍ଦ୍ର ସମସ୍ତ ପ୍ରକାରର ସୁବିଧା ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବର୍ଗର ଲେକମାନଙ୍କ ମଧ୍ୟରେ ମତଦାନକୁ ଉତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ୪୦୦୦ଟି ପିଙ୍କ ବୁଥ ବା ମହିଳାଙ୍କ ଦ୍ବାରା ପରିଚାଳିତ ମତଦାନ କେନ୍ଦ୍ର ଓ ୩୦୦ଟି ଦିବ୍ୟାଙ୍ଗଙ୍କ ଦ୍ବାରା ଏବଂ ୭୦୦ଟି ଯୁବକଙ୍କ ଦ୍ବାରା ପରିଚାଳିତ ମତଦାନ କେନ୍ଦ୍ର ସ୍ଥାପନ ହେବ ।

ସି ଭିଜିଲ ଆପ ଜରିଆରେ ହିଂସା, ମଦ ଓ କଳା ଟଙ୍କା କାରବାର ରୋକିବାକୁ ପଦକ୍ଷେପ ନିଆଯାଇଛି । ସାଧାରଣ ଲୋକେ ଏଥିରେ ସେମାନଙ୍କର ଅଭିଯୋଗ ରଖି ପାରିବେ । ୧୦୦ ମିନିଟ ମଧ୍ୟରେ ତାହାର ସମାଧାନ କରାଯିବ । ସୁବିଧା ପୋଟାଲ ଜରିଆରେ ପ୍ରଚାର ପାଇଁ ଯିଏ ପ୍ରଥମ ଅନୁମତି ତାକୁ ପ୍ରଥମେ ଅନୁମତି ମିଳିବ । KYC ଜରିଆରେ ଆପଣ ଆପଣଙ୍କ ପ୍ରାଥି ମାନଙ୍କର ସମସ୍ତ ତଥ୍ୟ ଜାଣି ପାରିବେ । ତାଙ୍କର ସମ୍ପତି ତାଲିକାଠୁ ଶିକ୍ଷା ଏବଂ ଅପରାଧୀକ କାର୍ଯ୍ୟକଳାପ ବିଷୟରେ ଜାଣି ପାରିବେ ସାଧାରଣ ଲୋକେ । ଓଡ଼ିଶାର ସୀମାକୁ ଲାଗିଥିବା ୪ଟି ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ ସୀମାବର୍ତ୍ତୀ ଜିଲ୍ଲାରେ ୧୫୬ ଚେକ ପୋଷ୍ଟ ରହିବ । ପୋଲିସ ୧୧୮ ଓ ଜିଏସଟି ୩୮ ଚେକ ପୋଷ୍ଟ ଦ୍ବାରା ସୀମା ପାରି ଚୋରା ଚାଲାଣ କାର୍ଯ୍ୟକଳାପ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସପିମାନଙ୍କୁ ୧୨ ନିର୍ଦ୍ଦେଶନାମା ଦିଆଯାଇଛି । ସେହିପରି ପ୍ରବର୍ତ୍ତନ ଏଜେନ୍ସିକୁ ୧୪ ନିର୍ଦ୍ଦେଶନାମା ଦିଆଯାଇଛି । ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜନୈତିକ ଦଳ ମାନଙ୍କ ପାଇଁ ସମାନ ରହିବେ । ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ କୌଣସି ଦଳ ପାଇଁ ବି ପକ୍ଷପାତିତା କରି ପାରିବେ ନାହିଁ । ସମ୍ପୂର୍ଣ୍ଣ ନିରପେକ୍ଷ ରହିବେ । ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଇଭିଏମ ଓ ଭିଭିପ୍ୟାଟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ । ସିଲିଂ ଏବଂ ଖୋଲିବା ପ୍ରକ୍ରିୟା ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସାମ୍ନାରେ ହେବ । କୌଣସି ବି ସରକାରୀ ବାସଗୃହକୁ ରାଜନୈତିକ ଦଳ ମାନଙ୍କ କାର୍ଯ୍ୟରେ ଲାଗି ପାରିବ ନାହିଁ ।

ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ତେଣୁ ଆମେ ଆଶା ରଖୁଛୁ କି ଅଧିକରୁ ଅଧିକ ଲୋକେ ଆସିବେ । ଏହି ମତଦାନ ପ୍ରକ୍ରିୟାରେ ସାମିଲ ହେବେ । କୌଣସି ରାଜନୈତିକ ଦଳ ମାନଙ୍କ ଅଭିଯୋଗ ଉପରେ ଦୁଇ ପକ୍ଷକୁ ଶୁଣାଯିବ । ଯଦି କୌଣସି ପାର୍ଟି ମିଛ ଅଭିଯୋଗ କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ମାନେ ନଜର ରଖିବେ । ଗତ ନିର୍ବାଚନରେ ପ୍ରାୟ ୭୩ ପ୍ରତିଶତ ମତଦାନ ହୋଇଥିଲା । ଏହାକୁ ବଢାଇବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରିଛନ୍ତି । ମତଦାନ କେନ୍ଦ୍ରରେ ସୁବିଧା ବଢାଇଛୁ । ଆମେ ଲୋକଙ୍କୁ ଅପିଲ କରୁଛୁ ସମସ୍ତେ ମତଦାନ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ । ସୁରକ୍ଷା ଦୃଷ୍ଟିରେ ରଖି ଠିକ ସମୟରେ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯିବ ।

ରାଜ୍ୟର ବୁଥ ସଂଖ୍ୟା ୩୭ ହଜାର ୮୦୯ । ଗୋଟେ ବୁଥରେ ସର୍ବାଧିକ ୮୭୯ ଜଣ ଭୋଟ ଦେଇ ପାରିବେ । ସହରାଞ୍ଚଳରେ ୪ ହଜାର ୩୪୦ ବୁଥ ରହିଛି । ସେହିପରି ଗ୍ରାମାଞ୍ଚଳରେ ୩୩ ହଜାର ୪୬୯ ବୁଥ ରହିଛି । ମୋଟ ବୁଥର ଅଧା ୨୨ ହଜାର ୬୮୫ ବୁଥରେ ୱେବ କାଷ୍ଟିଂ ହେବ । ୨୦୧୯ ସାଧାରଣ ନିର୍ବାଚନରେ ୭୩.୨୯ ପ୍ରତିଶତ ମତଦାନ ହୋଇଥିଲା । ୫୯ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ହାରଠୁ କମ ମତଦାନ ହୋଇଥିଲା । ଲୋକସଭାରେ ୮ ନିର୍ବାଚନ ମଣ୍ଡଳୀରେ ଜାତୀୟ ହାରଠୁ କମ ମତଦାନ ହୋଇଛି । ଏହି ସବୁ ବୁଥରେ ଭୋଟ ହାର ବଢ଼େଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବିବାଦୀୟ କୋଟିଆରେ ପୂର୍ବରୁ ନିର୍ବାଚନ ବେଳେ ଯେଉଁ ଭଳି ବୁଥ ନିର୍ଦ୍ଧାରିତ ହୋଇଛି ସେହି ଅନୁଯାୟୀ ନିର୍ବାଚନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2024, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.