ETV Bharat / state

ବିଧାନସଭା ପକ୍ଷରୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ, ବିଧାୟକଙ୍କୁ ଦିଆଯିବ ତାଲିମ - Training Programme For MLAs

author img

By ETV Bharat Odisha Team

Published : Aug 13, 2024, 10:34 PM IST

Training Workshop For Newly Elected MLAs: ନୂଆ ବିଧାୟକଙ୍କୁ ତାଲିମ ଦେବେ ଅଭିଜ୍ଞ ନେତା । ବିଧାନସଭା ପକ୍ଷରୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

Training Workshop For Newly Elected MLAs
Training Workshop For Newly Elected MLAs (ETV Bharat Odisha)

ଭୁବନେଶ୍ବର: ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ନେତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ଆସି ନୂଆ ବିଧାୟକମାନଙ୍କୁ ତାଲିମ ଦେବେ । ପ୍ରଥମେ ଆସନ୍ତା ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଏହାପରେ ୧୮ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବିଧାୟକଙ୍କ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।

ନୂଆ ବିଧାୟକଙ୍କୁ ତାଲିମ ଦେବେ ନଡ୍ଡା, ନବୀନ ଓ ଧର୍ମେନ୍ଦ୍ର:
ନୂଆ ବିଧାୟକମାନଙ୍କୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ବିଧାନସଭା ପକ୍ଷରୁ ଆୟୋଜିତ କରାଯାଉଛି । ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା, କିରଣ ରିଜ୍ଜୁଜ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ରାଜନୀତିରେ ଅଭିଜ୍ଞ ଥିବା ବ୍ୟକ୍ତିତ୍ୱମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ବିଧାୟକମାନଙ୍କୁ ଟ୍ରେନିଂ ଦେବେ ।

'ଟ୍ରେନିଂରେ କିଛି ନା କିଛି ଶିଖିବାକୁ ମିଳିବ'

ଏନେଇ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, "ଯେଉଁମାନେ ସଂସଦ କି ବିଧାନସଭା ନୂଆ କରି ଯାଆନ୍ତି ସେମାନଙ୍କର ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯାଏ । ସେହି କାର୍ଯ୍ୟକ୍ରମରେ ଅଭିଜ୍ଞ ବ୍ୟକ୍ତିତ୍ୱମାନେ ଯେଉଁମାନେ ରୁଲ ଆଣ୍ଡ ପ୍ରୋସିଜିଅର ସହିତ ଜଡ଼ିତ ସେମାନେ ଟ୍ରେନିଂ ଦିଅନ୍ତି । ଆମକୁ ଭଲ ବିଧାୟକ ଓ ସାଂସଦ ହେବାକୁ ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ନିହାତି ଆବଶ୍ୟକ । ମୁଁ ଆଶା କରିବି ଯେ, ଯେଉଁମାନେ ନୂଆ ବିଧାୟକ ବିଧାୟିକା ଅଛନ୍ତି ସମସ୍ତେ ଏଥିରୁ କିଛି ନା କିଛି ଶିଖିବାକୁ ପାଇବେ ।"

'ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ'

ସେହିପରି ନୂତନ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି, "84 ଜଣ ନୂଆ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ବହୁତ ଭଲ କଥା । ଆମମାନଙ୍କ ଭଳି ନୂଆ ବିଧାୟକମାନଙ୍କ ପାଇଁ ବହୁତ କିଛି ଶିଖିବାକୁ ମିଳିବ । ବିଧାନସଭାର ପ୍ରତ୍ୟେକଟି କାର୍ଯ୍ୟ ବିଷୟରେ ଅବଗତ ହେବୁ । ବିଧାନସଭା ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ।"

'ବହୁତ କିଛି ଶିଖିବାକୁ ମିଳିବ'

ସେପଟେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ସୋଫିଆ ଫିର୍ଦୋଷ କହିଛନ୍ତି, "ନୂଆ ବିଧାୟକମାନଙ୍କୁ ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ବିଧାନସଭା ପକ୍ଷରୁ କରାଯାଉଛି । ଏହା ବହୁତ ଭଲ ପଦକ୍ଷେପ । ଯେହେତୁ ଆମେ ୮୪ ଜଣ ନୂଆ ଅଛୁ ସେଥିପାଇଁ ଟ୍ରେନିଂ ଦିଆଯିବ । କେମିତି ବିଧାନସଭାର ଟାଇମିଂ, ପ୍ରୋସିଡ଼ିଙ୍ଗ ସହ ଷ୍ଟାଣ୍ଡିଂ କମିଟି ସମ୍ବନ୍ଧରେ ମଧ୍ୟ ଟ୍ରେନିଂ ଦିଆଯିବ । ଷ୍ଟାଣ୍ଡିଂ କମିଟିର ଭୂମିକା ଓ ଦାୟିତ୍ୱ କ'ଣ, କେମିତି ନୂଆ ବିଧାୟକମାନେ କ'ଣ ସବୁ କରିବେ, ସେ ସମ୍ପର୍କରେ ବହୁତ ପରାମର୍ଶ ମିଳିବ । ଆଶା କରୁଛୁ ଏହି ଦୁଇ ଦିନ ଆମକୁ ବହୁତ କିଛି ଶିଖିବାକୁ ମିଳିବ ।"

ଏହା ମଧ୍ୟ ପଢ଼ନ୍ତୁ....ଆଳୁ ଟେନସନ୍; ବିଜେପି ସାଂସଦ କହିଲେ ଆଳୁ ସଙ୍କଟର ସମାଧାନ କରିବ କନ୍ଧମାଳ, ଯୋଗାଣ ମନ୍ତ୍ରୀଙ୍କୁ ବିଜେଡି ବିଧାୟକଙ୍କ ଟାର୍ଗେଟ - PATATO ISSUE IN ODISHA

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.