ETV Bharat / state

ଡ୍ୟୁଟି ବେଳେ ଟ୍ରାଫିକ ପୋଲିସଙ୍କ ଉପରେ ମାଡିଗଲା ଟ୍ରକ, ଆଉ ତା' ପରେ.. - Traffice Police Death

author img

By ETV Bharat Odisha Team

Published : Jul 13, 2024, 11:02 PM IST

Traffice Police Crushed under a Truck: ଟ୍ରାଫିକ ନିୟନ୍ତ୍ରଣ କରୁଥିବା ସମୟରେ ଟ୍ରାଫିକ ପୋଲିସଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପଢନ୍ତୁ ପୂରା ଖବର ।

Traffice Police Death
Traffice Police Death (v)

ପାରାଦ୍ୱୀପ: ପାରାଦ୍ୱୀପରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରୁଥିବା ସମୟରେ ଟ୍ରାଫିକ ପୋଲିସଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଟ୍ରାଫିକ ପୋଲିସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପ ଛକ ନିକଟରେ ଟ୍ରାଫିକ ପୋଲିସ ବିଭାଗର ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟରତ ଥିଲେ । ରାଜେନ୍ଦ୍ର ସବୁଦିନ ଭଳି କାର୍ଯ୍ୟରତ ଥିବାବେଳେ ହଠାତ୍ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାରେ ଏକ ଟ୍ରକ ଦ୍ରୁତ ଗତିରେ ଆସିଥିଲା । ଆଉ ଡିଉଟି କରୁଥିବା ଟ୍ରାଫିକ ପୋଲିସଙ୍କ ଉପରେ ଚଢିଯାଇଥିଲା।

Traffice Police Death (ETV Bharat Odisha)

ଏହାପରେ ନିକଟରେ ଥିବା ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ଦୌଡ଼ି ଆସି ଚିତ୍କାର କରିଥିଲେ ମଧ୍ୟ ଟ୍ରକଟି ଦୁର୍ଘଟଣା ଘଟାଇ ଦ୍ରୁତ ବେଗରେ ଚାଲି ଯାଇଥିଲା । ଘଟଣାସ୍ଥଳରେ ହିଁ ଟ୍ରାଫିକ କର୍ମଚାରୀ ରାଜେନ୍ଦ୍ର ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଶହ ଶହ ଲୋକେ ଚଣ୍ଡିଖୋଲ-ପାରାଦୀପ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ। ଘଟଣା ସ୍ଥଳରେ ପାରାଦ୍ୱୀପ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତେଜନା ଲାଗି ରହିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ,"ପାରାଦ୍ୱୀପ ଯଦି ପୋଲିସ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକଙ୍କ କଥା କଣ କହିବା?"

ଏହା ବି ପଢନ୍ତୁ...ନିର୍ମାଣାଧିନ ବ୍ରିଜ ନିକଟରେ ରହୁନି ସୂଚନା ଫଳକ; ବ୍ରିଜ୍‌ରେ ପଡ଼ି ଦାଦା ମୃତ, ପୁତୁରା ଗୁରୁତର - Man Dies After Falling In Bridge

ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଟ୍ରକ ପାରାଦ୍ୱୀପ ସହର ମଧ୍ୟକୁ ପ୍ରବେଶ କରୁଛି । ଆଇରନ ଟ୍ରକ ଗୁଡିକ ଦିନ ସମୟରେ ପାରାଦ୍ୱୀପ ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଥିବାବେଳେ ଏହି ନିୟମକୁ କେହି ମାନୁନାହାନ୍ତି । ଫଳରେ ପ୍ରତ୍ୟେକ ଦିନ ଟ୍ରକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଏ ସମ୍ପର୍କରେ ଜିଲ୍ଲା ପରିବହନ ବିଭାଗ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା ସମ୍ପର୍କରେ ପାରାଦ୍ୱୀପ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପାରାଦ୍ୱୀପ ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.