ETV Bharat / state

ମହାପ୍ରସାଦକୁ ଅସମ୍ମାନ; ଅବଢା ସହ ଚାଇନିଜ୍ ଫୁଡ ଖାଇଲେ ପର୍ଯ୍ୟଟକ - Disrespect To Mahaprasad

author img

By ETV Bharat Odisha Team

Published : May 3, 2024, 4:10 PM IST

Disrespect To Mahaprasad: ପୁଣି ମହାପ୍ରସାଦକୁ ଅସମ୍ମାନ । ମହାପ୍ରସାଦ ସଙ୍ଗେ ଅତିଥିଙ୍କୁ ପରସା ଗଲା ଚିଲି କୋବି, ଚାଉମିନ । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେଉଥିବା ବେଳେ ଭକ୍ତ ମହଲରେ ଦେଖାଦେଇଛି ଅସନ୍ତୋଷ ।

ମହାପ୍ରସାଦକୁ ଅସମ୍ମାନ
ମହାପ୍ରସାଦକୁ ଅସମ୍ମାନ (Etv Bharat Odisha)
ମହାପ୍ରସାଦକୁ ଅସମ୍ମାନ (Etv Bharat Odisha)

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ନେଇ ସାମ୍ନାକୁ ଆସିଛି ଅଭିଯୋଗ । ମହାପ୍ରସାଦ ସହ ଅତିଥିଙ୍କୁ ଚାଇନିଜ ଫୁଡ ଅର୍ଥାତ୍ ଚିଲି କୋବି ଏବଂ ଚାଉମିନ ଦିଆଯାଇଥିବା ଅଭିଯୋଗ ଗୋଇଛି । ପୁରୀର ଅକ୍ଷୟ ପାତ୍ର ଫାଉଣ୍ଡେସନ ଆଶ୍ରମ ନାଁରେ ଏଭଳି ଅଭିଯୋଗ ଆସିଛି । ଲୋକଙ୍କୁ ମହାପ୍ରସାଦ ସହ ଚାଉମିନ ଓ ଚିଲି କୋବି ପରସା ଯାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ମହାପ୍ରଭୁଙ୍କ ମହାପ୍ରସାଦ ଅତ୍ୟନ୍ତ ପବିତ୍ର । ଏହାକୁ ତଳେ ବସି ସେବନ କରିବାର ବିଧି ଥିବା ବେଳେ ଏହା ସହ ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରିବା ବର୍ଜନୀୟ । ମହାପ୍ରସାଦ ସହ ଅନ୍ୟ ଖାଦ୍ୟ ଖାଇଲେ ଏହା ମହାପ୍ରସାଦ ସହ ମହାପ୍ରଭୁଙ୍କୁ ଅପମାନ ବୋଲି ସଧାରଣରେ ବିଶ୍ୱାସ ରହିଛି । ଏପରି ସମୟରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ଆଶ୍ରମରେ ପର୍ଯ୍ୟଟକଙ୍କୁ ମହାପ୍ରସାଦ ସହ ଚାଉମିନ ଓ ଚିଲି କୋବି ପରସା ଯାଉଥିବା ଅଭିଯୋଗ ହୋଇଛି । ସେପଟେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ନିଜର ସ୍ପଷ୍ଟୀକରଣ ରଖିଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଅନୁଷ୍ଠାନ କହିଛି ଯେ ମହାପ୍ରସାଦକୁ ଅସମ୍ମାନ କେବେବି କରାଯାଇନାହିଁ । କିଛି ବ୍ୟକ୍ତି ନିଜ ସ୍ବାର୍ଥ ହାସଲ ପାଇଁ ଅନୁଷ୍ଠାନକୁ ବଦନାମ କରିବା ପାଇଁ ଏଭଳି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ଅନୁଷ୍ଠାନର ମ୍ୟାନେଜର ଜୟନ୍ତ କୁମାର ବାରିକ କହିଛନ୍ତି ତାଙ୍କ ଅନୁଷ୍ଠାନକୁ ବହୁ ଅତିଥି ଆସିଥାନ୍ତି । ଶ୍ରୀକ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳ କୁଡୁଆରେ ଖାଦ୍ୟ ପରସା ଯିବା ଏକ ପରମ୍ପରା ରହିଛି । ଏଣୁ ତାଙ୍କ ଅତିଥିଙ୍କୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମାଟି କୁଡ଼ୁଆରେ ପରସା ଯାଇଥିଲା । ଏହା ସହିତ ଅନ୍ୟ ଖାଦ୍ୟ ପରଷା ଯାଇଥିଲା ।

ମହାପ୍ରଭୁଙ୍କୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ବହୁତ୍ ଭକ୍ତି କରେ । ଅନେକ ସେବା କାର୍ଯ୍ୟରେ ଆମେ ଲୋକଙ୍କ ସହ ରହି ଆସୁଛି । ଆଗାମୀ ଦିନରେ ମଧ୍ଯ ରହିବୁ । ଏଣୁ ତାଙ୍କୁ ଅପମାନ କରିବା କେବେ ବି ଅନୁଷ୍ଠାନର ଲକ୍ଷ୍ୟ ନୁହେଁ । ଗତ ହୋଲି ସମୟରେ କିଛି ଅତିଥିଙ୍କୁ ପ୍ରସ୍ତୁତ ଖାଦ୍ୟ ମାଟି କୁଡୁଆରେ ଦିଆଯାଇଥିଲା । ଲୋକଙ୍କ ଖୁସି ପାଇଁ ଏହି ବ୍ୟବସ୍ଥା ହୋଇଥିଲା । ଯାହାକି ପୁରୀରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମାଟି କୁଡୁଆରେ ଦେବା ଏକ ଲୋକ ପରମ୍ପରା ରହିଛି । ତେବେ କିଛି ବ୍ୟକ୍ତି ସେବା ସଂସ୍ଥା ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ବଦନାମ ପାଇଁ ଏଭଳି ମିଛ ଅଭିଯୋଗ ସହ ଫଟୋ ସୋସିଆଲ ମିଡ଼ିଆରେ ପ୍ରସାର କରୁଛନ୍ତି । ଯାହାକି ନିନ୍ଦନୀୟ । ଜଗନ୍ନାଥ ପ୍ରେମୀ ଓ ଭକ୍ତ ଏଭଳି ବିଭ୍ରାନ୍ତ ମୂଳକ କଥା ବିଶ୍ୱାସ ନ କରିବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.