ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଗ୍ରୀନ ସିଗନାଲ ଦେଲେ ପୁରୀ ଜିଲ୍ଲାପାଳ, ଶ୍ରୀକ୍ଷେତ୍ର ଆସିପାରିବେ ପର୍ଯ୍ୟଟକ

ବାତ୍ୟା ଦାନାର ପ୍ରଭାବ ପଡିନାହିଁ ପୁରୀରେ । ଶ୍ରୀକ୍ଷେତ୍ରରେ ସ୍ଥିତି ସ୍ବଭାବିକ । ପୁରୀ ଆସୁଥିବା ପର୍ଯ୍ୟଟକ ଉପରୁ ହଟିଲା କଟକଣା ।

tourist restriction lifted
tourist restriction lifted (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ପୁରୀ: ବାତ୍ୟା ‘ଦାନା’ର ପ୍ରଭାବ ପଡିଲାନି ପୁରୀରେ । ପୁରୀରେ ସ୍ଥିତି ସ୍ବଭାବିକ । ପୁରୀକୁ ଆସୁଥିବା ପର୍ଯ୍ୟଟକ ଉପରୁ ହଟିଲା କଟକଣା । ବାତ୍ୟା ଦାନାର ପ୍ରକୋପ ପୁରୀ ଜିଲ୍ଲାରେ ପଡିନାହିଁ । ଗତକାଲି ଅଳ୍ପ ଝିପି ଝିପି ବର୍ଷା ହୋଇଥଲା । ହେଲେ ଆଜି ବର୍ଷା ନାହିଁ । ପୁରୀ ରେ ସ୍ଥିତି ସମ୍ପୂର୍ଣ ସ୍ଵାଭାବିକ ରହିଛି । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହାର କରାଯାଇଛି ।

ପୁଣି ପର୍ଯ୍ୟଟକ ଓ ଭକ୍ତ ମାନେ ସଧାରଣ ଦିନରେ ଆସିବା ଭଳି ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ବାତ୍ୟା ଦାନା ଲ୍ୟାଣ୍ଡ ଫଲ୍ ପରେ ଦୁର୍ବଳ ହୋଇଯାଇଛି । ପୁରୀ ଜିଲ୍ଲାରେ ଏହାର ପ୍ରଭାବରେ 283 ଏମଏମ ବର୍ଷା ହୋଇଛି । ଏବେ ପୁରୀରେ ସେଭଳି କିଛି ଜରୁରୀକାଳୀନ ସ୍ଥିତି ନାହିଁ । ତେବେ ସବୁ ବ୍ଳକ୍ ରୁ ବିଡ଼ିଓ, ତହସିଲଦାର ପ୍ରାଥମିକ ସୂଚନା ଦେଇଛନ୍ତି ସେଭଳି କିଛି କ୍ଷୟକ୍ଷତି ହୋଇନାହିଁ । ପୁରୀ ସହରରେ ମଧ୍ୟ ବର୍ଷା ନାହିଁ । ସ୍ଥିତି ସ୍ବଭାବିକ ରହିଛି । ପୁର୍ବରୁ ବାତ୍ୟାକୁ ନେଇ ପର୍ଯ୍ୟଟକ ଙ୍କୁ କେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହା ପ୍ରତ୍ୟାହାର କରାଯାଇଛି । ଆମେ ପର୍ଯ୍ୟଟକଙ୍କୁ ପୁନର୍ବାର ଆମନ୍ତ୍ରଣ କରୁଛୁ । ସେମାନେ ପୁରୀ ବୁଲିବାକୁ ଆସନ୍ତୁ ।"

ଏହା ବି ପଢନ୍ତୁ- ମାଡ଼ି ଆସୁଛି 'ଦାନା', ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, 24 ଓ 25 ତାରିଖ ଶ୍ରୀମନ୍ଦିର ନ ଆସିବାକୁ ଭକ୍ତଙ୍କୁ ଅପିଲ୍

ଏହା ବି ପଢନ୍ତୁ- ମାଡି ଆସୁଛି ବାତ୍ୟା ‘ଦାନା’ ! ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଛାଡିଲେ ପର୍ଯ୍ୟଟକ

"ତେବେ ବାତ୍ୟା ପ୍ରଭାବ ରେ ସମୁଦ୍ର ଏବେବି କିଛି ମାତ୍ରାରେ ଅଶାନ୍ତ ରହିଛି । ଏଣୁ ପର୍ଯ୍ୟଟକ ମାନେ ସମୁଦ୍ର କୂଳରେ ବୁଲାବୁଲି କରନ୍ତୁ । କିନ୍ତୁ ସମୁଦ୍ର ଭିତରକୁ ସ୍ନାନ ପାଇଁ ପ୍ରବେଶ ନ କରନ୍ତୁ । ଯେହେତୁ ପ୍ରବଳ ବର୍ଷା ଆଶଙ୍କା ରହିଛି ଏଣୁ ଏହା ପାଇଁ ସବୁ ବ୍ୟବସ୍ଥା ହୋଇଛି । ସମୁଦ୍ର କୂଳ ରେ ଅଗ୍ନିଶମ କର୍ମଚାରୀ, ଲାଇଫ ଗାର୍ଡ ମୁତୟନ ଅଛନ୍ତି । ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଯେଭଳି ନ ଯିବେ ସେ ନେଇ ଦୃଷ୍ଟି ରଖାଯାଇଛି । କୋଣାର୍କ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲିବା ପାଇଁ ଆମେ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରାଧ କରିଛୁ । ଆଜି ସବୁ ପ୍ରସ୍ତୁତି କରି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦୀର ଖୋଲାଯିବ ନେଇ ଏଏସଆଇ ପଦକ୍ଷେପ ନେବାକୁ ଅନୁରୋଧ କରିଛୁ । ହବିଷ୍ୟାଳି ମା ମାନେ ଆସନ୍ତାକାଲି ଠାରୁ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା ପୁର୍ବ ଭଳି କାର୍ଯ୍ୟକାରୀ କରାଯିବ । ଭକ୍ତ ମାନେ ମଧ୍ୟ ଆଜି ମହାପ୍ରଭୁ ଙ୍କୁ ଦର୍ଶନ କରିବେ । ଏ ନେଇ କୌଣସି କଟକଣା ନାହିଁ," ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.