ETV Bharat / state

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଟ୍ରେନ, କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

PM Modi to Inaugurate Train Via Keonjhar to Delhi: ଆସନ୍ତାକାଲି କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଟ୍ରେନ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

author img

By ETV Bharat Odisha Team

Published : Mar 4, 2024, 8:54 PM IST

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଟ୍ରେନ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

କେନ୍ଦୁଝର: କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେବାକୁ ଯାଉଛି । ଜିଲ୍ଲାରେ ଗଡିବାକୁ ଯାଉଛି ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଟ୍ରେନ । ଆସନ୍ତା କାଲି କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ଅପରାହ୍ନ ୨.୩୦ ମିନିଟରେ ପ୍ରଧାନମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବେ ।

ଏହା ମଧ୍ୟ ପଢନ୍ତୁ ... ପୂରଣ ହେଲା ଦୀର୍ଘଦିନର ଦାବି, ଟାଟାନଗରରୁ ବାଦାମପାହାଡକୁ ଗଡିଲା ସନ୍ଧ୍ୟାକାଳୀନ ମେମୁ ଟ୍ରେନ

ଏଥିସହ କେନ୍ଦୁଝରଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ବୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ପୂର୍ବତଟ ରେଳ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ପାରାଦ୍ବୀପ ଓ ଯାଜପୁର-କେନ୍ଦୁଝର ରୋଡ (କନକୋର ସାଇଡିଂ) ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଯୋଗେ କାର୍ଯ୍ୟକ୍ରମ ଉଦ୍‌‌ଘାଟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଚିଠି ହୋଇଥିବା ଜଣାପଡ଼ିଛି । ଏନେଇ ସେ କହିଛନ୍ତି ଯେ ଆସନ୍ତାକାଲି କେନ୍ଦୁଝର ବାସୀଙ୍କ ପାଇଁ ବହୁତ ଖୁସି ଓ ଆନନ୍ଦର ଦିନ । ସବୁଠାରୁ ଅଧିକ ରାଜସ୍ବ ଦେଉଥିବାରୁ ଆମର ଏହି ଦାବିକୁ ମାନିଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।ଆଗାମୀ ଦିନରେ ଆହୁରି ନୂତନ ଯାତ୍ରୀବାହୀ ଟ୍ରେନ ଜିଲ୍ଲାକୁ ମିଳିବା ନେଇ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ମୋହନ ମାଝୀ ।

ଏହା ମଧ୍ୟ ପଢନ୍ତୁ... ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ, 32କିମିକୁ ଖର୍ଚ୍ଚ ହେବ 492 କୋଟି

ସୂଚନାଯୋଗ୍ୟ ଯେ, ଫେବୃୟାରୀ ୧୯ ତାରିଖରେ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝର ସାପ୍ତାହିକ ଯାତ୍ରୀବାହୀ ଟ୍ରେନ ପୁରୀରୁ ଶନିବାର ଭୋର ୪ଟା ୧୫ମି.ରେ ବାହାରି ପୂର୍ବାହ୍ନ ୧୦ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୧୦ଟା ୧୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ରବିବାର ଅପରାହ୍ନ ୧ଟା୧୦ମି ରେ ଆନନ୍ଦ ବିହାର ଠାରେ ପହଞ୍ଚିବା ପରେ ସେହିଦିନ ସନ୍ଧ୍ୟା ୫ଟା ୨୦ମି. ରେ ଆନନ୍ଦବିହାରରୁ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରି ସୋମବାର ସନ୍ଧ୍ୟା ୫ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୫ଟା ୧୦ମି.ରେ ବାହାରି ରାତି ୧୧ଟା ୫୫ମି.ରେ ପୁରୀରେ ପହଞ୍ଚିବ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.