ETV Bharat / state

୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ

author img

By ETV Bharat Odisha Team

Published : Feb 22, 2024, 9:52 PM IST

Tomato Thrown At 5T Chaiman VK Pandian: ଆମ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାଜ୍ୟର ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ । ଟମାଟୋ ମାଡ କରିଥିବା ଯୁବକକୁ ଛେଚିଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ
୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ

୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ

ବ୍ରହ୍ମପୁର: ପୁଣି ୫ଟି ଅଧ୍ୟକ୍ଷଙ୍କ ଉପରକୁ ଆକ୍ରମଣ । ଆମ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାଜ୍ୟର ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ । ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଗଞ୍ଜାମ ଜିଲ୍ଲାର ସୋରଡା ନିର୍ବାଚନମଣ୍ଡଳୀର ବେଲଗୁଣ୍ଠାଠାରେ ଆୟୋଜିତ ହୋଇଥିଲା ସଭା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ସଂଗ୍ରହ କରୁଥିବା ସମୟରେ କଂଗ୍ରେସ ଦଳର ଜଣେ ଯୁବକ ଅତର୍କିତ ଭାବେ ଟମାଟୋ ମାଡ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ସେଠାରେ ରହିଥିବା ଦଳର କର୍ମୀ ଏବଂ ଯୁବକ ମାନେ ତାଙ୍କୁ ଧରିନେଇ ନିଧୁମ୍ ଛେଚିଥିଲେ । ଯାହାର ଭିଡିଓର ଭାଇରାଲ ହେବାରେ ଲାଗିଛି । ପରେ ସେଠାରେ ଉପସ୍ଥିତ ରହିଥିବା ପୋଲିସ ମାନେ ଟମାଟୋ ମାଡ କରିଥିବା ଅଭିଯୁକ୍ତକୁ ଯୁବକ ମାନଙ୍କ ଠାରୁ ଉଦ୍ଧାର କରିବା ସହ ତାକୁ ଅଟକ କରି ନେଇଥିଲେ ।

ଆମ ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ କରିବା ପରେ ଏହାକୁ ନେଇ ସଭା ମଞ୍ଚରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ, " ମୁଁ ସମ୍ମାନ ଦେଇ ହାତ ମିଶାଇବା ପାଇଁ ଆସିଛି । ଏପରିକି ମୁଁ ଜାଣିଛି ଏଠାରେ ଯଦି ୧୦ ହଜାର ଲୋକେ ଏକତ୍ରିତ ରହିଥିବେ ସେଥିମଧ୍ୟରୁ କିଏ ଦୁଇ ରୁ ତିନି ଜଣ ରହିଥିବେ ଯେଉଁମାନେ ମୋ ଉପରକୁ ଅଣ୍ଡା ପକାଇବେ , ଟମାଟୋ ପକାଇବେ , ଇଙ୍କ୍ ମାରିବେ , ଚପଲ ପକାଇବେ, ଗୁଳି ବି ମାରିବେ । ଏଥିରେ କିଛି ଅସୁବିଧା ନାହିଁ ମୁଁ ଆପଣଙ୍କ ପାଖକୁ ଆସିବି । ଏଥିପାଇଁ କିଏ ମୋତେ ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ ପାଣ୍ଡିୟାନ ।

ଏହା ମଧ୍ୟ ପଢନ୍ତୁ ... ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପର୍ବ, 576 ଜଣ ହିନ୍ଦୀ-ସଂସ୍କୃତ ଶିକ୍ଷକ ନିଯୁକ୍ତ

ଆମେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପ୍ରେରଣା ପାଇଛୁ କାମ କରିବା ପାଇଁ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସୂଚନା ଯୋଗ୍ୟ ଯେ ୫ଟି ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ କରିବା କୌଣସି ନୂଆ ନୁହଁ । ୧୯ ଅଗଷ୍ଟ ୨୦୨୩ ରେ ପୁରୀ ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ (ୟୁଜିଏସ୍) କଲେଜ ପଡିଆରେ 5 ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କାଳି ମାଡ଼ ହୋଇଥିଲା । ଅଭିଯୁକ୍ତର ନାଁ ଭାସ୍କର ସାହୁ ଥିଲା । 5 ଟି ସଚିବ ପୁରୀ, ସତ୍ୟବାଦୀ , କାକଟପୁର, ନିମାପଡ଼ାରେ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏପରି ଘଟିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.