ETV Bharat / state

ବୌଦ୍ଧରେ ଅସୁରକ୍ଷିତ ବନ୍ୟପ୍ରାଣୀ ! ପୁଣି ବାଘଛାଲ ଜବତ

author img

By ETV Bharat Odisha Team

Published : Jan 20, 2024, 10:16 PM IST

Tiger skin Seized: ବୌଦ୍ଧ ଜିଲ୍ଲାରେ ବେଧଡ଼କ ଚାଲିଛି ପଶୁ ଶିକାର । ସାଧାରଣରେ ଜନସଚେତନତା ଅଭାବରୁ ବିଭିନ୍ନ ଜଙ୍ଗଲରେ ବ୍ୟାପକ ବନ୍ୟଜନ୍ତୁଙ୍କ ଶିକାର ସହିତ ମାଫିଆମାନେ ଗଛକାଟି ଅନ୍ୟ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ଅସୁରକ୍ଷିତ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ, ପୁଣି ବାଘଛାଲ ଜବତ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲ ବର୍ତ୍ତମାନ ମାଫିଆ ଓ ଶିକାରୀଙ୍କ କବଜାରେ ରହିଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ କପାଚାଷ ତଥା କାଠ ଚୋରାଚାଲାଣ ଯୋଗୁଁ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ବିଶେଷ ଭାବରେ ଜଙ୍ଗଲ ଅଞ୍ଚଳରେ ବନ୍ୟପ୍ରାଣୀ ମାନେ ଅସୁରକ୍ଷିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଜନସଚେତନତା ଅଭାବରୁ ତଥା ବନ ବିଭାଗର ଅବହେଳା ଯୋଗୁଁ ଜିଲ୍ଲାର ଜଙ୍ଗଲ ସମ୍ପଦ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ହୋଇପାରୁନାହିଁ ।

ଏକଦା ଓଡ଼ିଶାର ଅନ୍ୟତମ ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲା ଭାବରେ ପରିଚିତ ବଉଦ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ଅଧିକାଂଶ ଜଙ୍ଗଲ ବର୍ତ୍ତମାନ ମାଫିଆ ଓ ଶିକାରୀଙ୍କ କବଜାରେ ରଖିଥିବା ଭଳି ମନେ ହେଉଛି । ଅଧିକାଂଶ ବନ କର୍ମଚାରୀ ଜଙ୍ଗଲ ଅଞ୍ଚଳରେ ଥିବା କାର୍ଯ୍ୟାଳୟ ତଥା କ୍ୱାଟରରେ ନରହି ସହରାଞ୍ଚଳରେ ରହୁଛନ୍ତି । କେବଳ କାଗଜପତ୍ରରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦର୍ଶାଇ ଜଙ୍ଗଲ ବିଭାଗ ଚୁପ ବସିଛି । ଗୋଟିଏ ପଟରେ ବନ ବିଭାଗର ଦୁର୍ନୀତି ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ଥିବାବେଳେ ଅନ୍ୟପଟରେ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ ହ୍ରାସ ସହିତ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡୁଛନ୍ତି । ଅଧିକାଂଶ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ମାଂସ, ଛାଲ, ଶିଙ୍ଗ, ଦାନ୍ତ, କାତି ପାଇଁ ଶିକାରୀମାନେ ଶିକାର କରୁଥିବାବେଳେ କିଛି ବନ ବିଭାଗର କର୍ମଚାରୀ ମଧ୍ୟ ଏଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ କରି ସେଠାରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରେ ବାସ କରୁଥିବା ହାତୀ, ବାଘ, ଭାଲୁ, ବଜ୍ରକାପ୍ତା, ହରିଣ, ମିରିଗ, ଗୟଳ, ବାରହା ଭଳି ବନ୍ୟପ୍ରାଣୀଙ୍କ ଶୀକାର ଯୋଗୁଁ ବର୍ତ୍ତମାନ ଅନେକ ବନ୍ୟଜନ୍ତୁ ଜିଲ୍ଲାରେ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚି ଗଲେଣି । ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଶିକାରୀମାନଙ୍କୁ ତଥା କାଠ ମାଫିଆମାନଙ୍କୁ ଧରିବାରେ ସଫଳତା ପାଉଛି । କିନ୍ତୁ ଅଧିକାଂଶ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଲଗାତାର ଭାବରେ ଚାଲିଥିବା ସୂଚନା ମିଳିଛି । ଗୋଟିଏ ଦିନ ପୂର୍ବରୁ ସଦର ବନାଞ୍ଚଳର ରାଇପୁର ଅଞ୍ଚଳରେ ବନ ବିଭାଗ ଚଢାଉ କରି ବାରହା ମାଂସ ରୋଷେଇ ସମୟରେ ପ୍ରେସର କୁକର ସହିତ ବାରହା ମାଂସ ସହିତ ଜଣେ ଶିକାରୀକୁ ଗିରଫ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ......ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ, 7 ଗିରଫ

ସେପଟେ ବର୍ତ୍ତମାନ ପୁଣିଥରେ ଜିଲ୍ଲାର ପୁରୁଣା କଟକ ବନାଞ୍ଚଳର ସୀମାନ୍ତରେ ଏସଟିଏଫ ଚଢାଉ କରି ଗୌତମ ବେହେରା ନାମକ ଜଣେ ଶିକାରୀକୁ ଗିରଫ କରିବା ସହିତ ତାଠାରୁ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଥିବା ସୂଚନା ମିଳିଛି । ଗତ ସପ୍ତାହରେ କଣ୍ଟାମାଳ ବନାଞ୍ଚଳରେ ବଲାଙ୍ଗୀର ବନ ବିଭାଗ ଚଢାଉ କରି ଜଣେ ଶିକାରୀକୁ ଗିରଫ ସହିତ ଗୋଟିଏ ବାଘଛାଲ ଜବତ କରିଥିଲା । ତେବେ ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାର ଯୋଗୁଁ ସେମାନଙ୍କ ସୁରକ୍ଷା ତଥା ବନ ବିଭାଗର କାର୍ଯ୍ୟଧାରାକୁ ନେଇ ପରିବେଶବିତ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.