ETV Bharat / state

ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ - Rabi Crop Damaged due to Heavy Rain - RABI CROP DAMAGED DUE TO HEAVY RAIN

Crop Damage Due To Heavy Rain: ଅଦିନିଆ ଝଡ଼ ବର୍ଷା ରବି ଫସଲ ପାଇଁ ହେଲା କାଳ । ଏହି ବର୍ଷା କାରଣରୁ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ,

ଡ଼ ବର୍ଷା ଉଜାଡି ଦେଲା ରବି ଫସଲ
ଡ଼ ବର୍ଷା ଉଜାଡି ଦେଲା ରବି ଫସଲ
author img

By ETV Bharat Odisha Team

Published : Mar 22, 2024, 7:49 PM IST

ଡ଼ ବର୍ଷା ଉଜାଡି ଦେଲା ରବି ଫସଲ

ବୌଦ୍ଧ: ଅଦିନିଆ ଝଡ଼ ବର୍ଷା ରବି ଫସଲ ପାଇଁ ହେଲା କାଳ । ଗତ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ତୋଫାନ ସହିତ ଝିପିଝିପି ବର୍ଷା ଲାଗି ରହିଥିଲା । ଯାହା କାରଣରୁ ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି । ଅନେକ ସ୍ଥାନରେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ରବି ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହି ବର୍ଷା କାରଣରୁ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ । ଗତ ତିନିଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ତୋଫାନ ସହିତ ଝିପିଝିପି ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀ କୂଳ ଉପରେ ପଡ଼ିଛି । ଅଦିନିଆ ଝଡ଼ ବର୍ଷାର ପ୍ରଭାବରେ ରବି ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ତିନିଦିନ ଧରି ପ୍ରବଳ ଝଡ ତୋଫାନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିଲା । ସବୁଆଡେ କୋହଲା ପାଗ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ଏହି ଅଦିନିଆ ଝଡ଼ ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀ କୂଳ ଉପରେ ପଡ଼ିଛି । ପନିପରିବା ଚାଷ ସହିତ ତରଭୁଜ ଚାଷ ତଥା ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ମୁଗ, ହରଡ, କୋଳଥ, ଚଣା, ଝୁଡୁଙ୍ଗ ଭଳି ରବି ଫସଲ ଉପରେ ଏହାର ଗଭୀର ପ୍ରଭାବ ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଲଗାଣ ବର୍ଷାରେ ଉଜୁଡ଼ିଲା ଫସଲ, ଚିନ୍ତାରେ ଚାଷୀକୂଳ - Crop Damage Due To Heavy Rain

ଅନେକ ସ୍ଥାନରେ ଚାଷ ଜମିରେ ମୁଗ, ହରଡ ଝଡିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଛଡା ବର୍ତ୍ତମାନ ସମୟରେ ମାଣ୍ଡିଆ ଉତ୍ପାଦନ ସମୟ ହୋଇଥିବା ବେଳେ ଝଡ଼ ବର୍ଷା ଯୋଗୁଁ ଏଥିରେ ମଧ୍ୟ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଧାର କରଜ କରି ରବି ଫସଲ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚିନ୍ତାର ପାହଡ ମାଡ଼ି ଯାଇଛି। ଏନେଇ ଜିଲ୍ଲା କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଚାଷୀ ଦାବି କରିଛନ୍ତି । ସେପଟେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଠିକ୍ ଅମଳ ସମୟରେ ତୁହାକୁ ତୁହା ବର୍ଷା ଏବଂ ପବନ ଯୋଗୁଁ ପରିବା ଚାଷ ଉପରେ ପଡିଛି ବ୍ୟାପକ ପ୍ରଭାବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.