ETV Bharat / state

ଦୁର୍ବଳ ହେଉଛି ମାଓ ସଙ୍ଗଠନ ! ମାଲକାନଗିରିରେ 3 ମାଓବାଦୀ କଲେ ଆତ୍ମସମର୍ପଣ - Maoists Surrendered

author img

By ETV Bharat Odisha Team

Published : Jun 20, 2024, 11:02 PM IST

Maoists Surrendered: ମାଲକାନଗିରିରେ 3 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେପଟେ ମାଓ ଡମ୍ପ ଓ ଡମ୍ପରୁ ମାଓ ସାମଗ୍ରୀ ଜବତ କରିଛି ବିଏସଏଫ। ଅଧିକ ପଢନ୍ତୁ

Maoists Surrendered
Maoists Surrendered (ETV Bharat Odisha)

ମାଲକାନଗିରି: ପୋଲିସ ଓ ବିଏସ୍ଏଫକୁ ମିଳିଛି ବଡ ସଫଳତା । ଆଜି ମାଲକାନଗିରି ପୋଲିସ ନିକଟରେ ୩ ଜଣ ଛତିଶଗଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ତିନି ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେମାନେ ହେଲେ କୋଣ୍ଟା ଏରିଆ କମିଟିର ସଦସ୍ୟ ଦେବା ମାଡବି(୧୮), ଆଡମା ମାଡକାମୀ(୨୪) ଏବଂ ମୁକ୍କା ସୋଡି(୨୫)। ଏମାନେ ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଏରିଆ କମିଟି ପାଇଁ କାମ କରୁଥିଲେ। ଅନ୍ୟପଟେ ମାଲକାନଗିରି ବିଏସଏଫ ତରଫରୁ ମାଓ ଡମ୍ପ ଓ ଡମ୍ପରୁ ମାଓ ସାମଗ୍ରୀ ଜବତ ହୋଇଛି ।

ଏମାନଙ୍କ ମଧ୍ୟରୁ ଦେବା ୨୦୨୦ରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ବେଳେ ଆଡମା ୨୦୧୯ ଏବଂ ମୁକ୍କା ୨୦୧୮ ମସିହାରେ ଯୋଗ ଦେଇଥିଲେ। ଲଗାତାର ମାଲକାନଗିରି ଏବଂ ଛତିଶଗଡର ସୁକମା ପୋଲିସ ତରଫରୁ ଘନ ଘନ ଚଢାଉରେ ଏମାନେ ଭୟଭିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଚଢାଉରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଭୟରେ ବହୁ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ପୁଣି ଆଉ କେତେ ଛତିଶଗଡ ଏବଂ ଆନ୍ଧ୍ର ନକ୍ସଲଙ୍କ ଦ୍ବାରା ନିର୍ଯାତିତ ହୋଇ ସଂଗଠନ ଛାଡୁଛନ୍ତି। ତେବେ ଆନ୍ଧ୍ର-ଓଡିଶା ବଡର ଡିଭିଜନ ଏବଂ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଡିଭିଜନର ମାଓ ନେତାମାନେ ପାର୍ଟିରୁ ସଦସ୍ୟ ଓ ସଦସ୍ୟାମାନେ ବାହାରିଗଲେ ସେମାନଙ୍କୁ ହତ୍ୟା କରାଯିବା ସହ ତାଙ୍କ ପରିବାରକୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦେଉଥିବାରୁ ବହୁ ନକ୍ସଲ ଆତ୍ମସମର୍ପଣ କରିପାରୁନଥିବା ପୋଲିସ କହିଛି। ତେବେ ଏଥିରେ ଭୟ ନକରି ମୁଖ୍ୟସ୍ରୋତରେ ସାମିଲ ହେଲେ ପୁଲିସ ସମସ୍ତ ସହଯୋଗ କରିବ ବୋଲି କହିଛି। ପୁଣି ମାଓ ସଂଗଠନରେ ଜଡିତ ହୋଇ କୌଣସି ଉନ୍ନୟନ କାମରେ ସେମାନେ ସହଯୋଗ କରିପାରୁନଥିବା ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.. ଛତିଶଗଡ଼ ପୋଲିସକୁ ସଫଳତା; ବିଜାପୁରରେ 33 ନକ୍ସଲଙ୍କ ଆତ୍ମସମର୍ପଣ, ସୁକମାରେ 2 ନିହତ - Naxalites surrendered in Bijapur

ମାଲକାନଗିରି ବିଏସଏଫକୁ ମିଳିଛି ପୁଣି ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅଞ୍ଚଳର ଭେଜେଙ୍ଗବାଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପ ଉଦ୍ଧାର କରିଛି। ବଡିଗେଟା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ଦୁଲାଗଣ୍ଡି ଗ୍ରାମ୍ୟ ଜଙ୍ଗଲରେ ପଥର ଗୁଡିକ କୋଣରେ ମାଓବାଦୀ ବିସ୍ଫୋରକ, ଅସ୍ତଶସ୍ତ୍ର ଲୁଚାଇ ରଖିଥିଲେ। ମାଓବାଦୀ ଲୁଚାଇ ରଖିଥିବା ମାଓ ସାମଗ୍ରୀ ମଧ୍ୟରୁ ଏସବିଏମଏଲ ବନ୍ଧୁକ, ୧୨୫ଟି ଜିଲଟିନ ଷ୍ଟିକ, ସୋଲାର ପ୍ଲେଟ, ବିଦ୍ୟୁତ ତାର, ବ୍ୟାଟେରି, ଔଷଧ, ସାଲାଇନ ବୋତଲ ଇତ୍ୟାଦି ଜବତ କରାଯାଇଛି । ତେବେ ଏହି ବିସ୍ଫୋରକ ଗୁଡିକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା ବିଏସଏଫ କହିଛି। ଏହି ଅଞ୍ଚଳ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କର କବଜାରେ ରହିଥିଲା। ତେବେ ବିଏସଏଫ କ୍ୟାମ୍ପ ଏଠାରେ ଅବସ୍ଥାପିତ ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ତେବେ ବିଏସଏଫର ଲଗାତାର ସର୍ଚ୍ଚ ଅପରେସନରେ ସଫଳତା ମିଳିଚାଲିଛି।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.