ETV Bharat / state

ଖାଲିପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ସରକାର ପରିବର୍ତ୍ତନ ପରେ ତେଜିଲା ନିଯୁକ୍ତି ଦାବି - TEACHER VACANCY ISSUE

TEACHER VACANCY ISSUE: ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ପୁଣି ଉଠିଲା ଦାବି । ବିରୋଧୀ ଦଳ ଭାବେ ଶିକ୍ଷକ ସଂଘର ଦାବିକୁ ସମର୍ଥନ କରିଥିଲା ବିଜେପି । ଏବେ ଦଳ କ୍ଷମତାକୁ ଆସିବା ପରେ ଦାବି ପୂରଣ ନେଇ ଆଶା ବାନ୍ଧିଲାଣି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 30, 2024, 12:09 PM IST

ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ନିଯୁକ୍ତି ଦାବି ଦୋହରାଇଲା ଶିକ୍ଷକ ସଂଘ
ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ନିଯୁକ୍ତି ଦାବି ଦୋହରାଇଲା ଶିକ୍ଷକ ସଂଘ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ । ଦୀର୍ଘ ବର୍ଷ ହେଲା ଏହି ପଦବୀଗୁଡିକ ପୂରଣ ହୋଇ ପାରୁନାହିଁ । ଯାହା ରାଜ୍ୟର ଶିକ୍ଷାକ୍ଷେତ୍ରରେ ଅବ୍ୟବସ୍ଥାକୁ ପ୍ରଶ୍ନଘେରକୁ ଟାଣିଛି । ପୂର୍ବରୁ ବିଭିନ୍ନ ସମୟରେ ଶିକ୍ଷକ ସଂଘ ନବୀନ ସରକାରଙ୍କ ନିକଟରେ ଖାଲି ପଦବୀ ପୂରଣ କରିବା ପାଇଁ ଦାବି କରିଆସିଛି । ଶିକ୍ଷକଙ୍କ ଏହି ଦାବିକୁ ନେଇ ମଧ୍ୟ କ୍ଷମତାକୁ ଆସିବା ପୂର୍ବରୁ ବିରୋଧୀ ଦଳ ଭୂମିକାରେ ଥିବା ଭାରତୀୟ ଜନତା ପାର୍ଟି ସମର୍ଥନ କରିଥିଲା । ଏବେ ରାଜ୍ୟରେ ବିଜେପି ଜନାଦେଶ ପାଇ ସରକାର ଗଠନ କରିବା ପରେ ଦାବି ପୂରଣ ହେବା ଆଶାରେ ଶିକ୍ଷକ ସଂଘ ।

ଖାଲି ପଦବୀ ତଥ୍ୟ:-

ବିଧାନସଭା ତଥ୍ୟ ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୪୮ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୧୦ ହଜାର ଅଧିକ ପଦବୀ ଖାଲି ପଡ଼ିଥିବା ନେଇ ପୂର୍ବରୁ ଗୃହରେ ସୂଚନା ଦିଆଯାଇଥିଲା । ପୂର୍ବରୁ ଥିବା ନବୀନ ସରକାରରେ ୨୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟ ଆରମ୍ଭ କରାଯାଇଥିଲା । ବର୍ତ୍ତମାନର ମୋହନ ସରକାରଙ୍କୁ ଶିକ୍ଷକ ପଦବୀ ପୂରଣ ପାଇଁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିବା ଆରମ୍ଭ କଲେଣି । ଦୀର୍ଘ ବର୍ଷଠାରୁ ପ୍ରାଥମିକ ସ୍ତରରେ ଶିକ୍ଷକ ନିଯୁକ୍ତି କରିନାହାନ୍ତି ସରକାର । ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମୋଟ ୬୧ ହଜାର ୮୯୧ ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ ୪୮ ହଜାର ୬୫୮ ସରକାରୀ ବିଦ୍ୟାଳୟ ଓ ୫ ହଜାର ୮୫୦ ସ୍କୁଲ ସରକାରୀ ଅନୁଦାନ ପ୍ରାପ୍ତ ବର୍ଗରେ ରହିଛନ୍ତି । ଅନ୍ୟପଟେ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ୬ ହଜାର ୮୪ଟି ବିଦ୍ୟାଳୟ ରହିଥିବା ବିଧାନସଭାରେ ଉପସ୍ଥାପିତ ତଥ୍ୟ କହୁଛି ।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ମତାନୁସାରେ, ୨୦୧୮ ମସିହାରୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇନାହିଁ । ଯାହାଫଳରେ କି ଉଭୟ ବିଦ୍ୟାଳୟରେ ଶିକ୍ଷକଙ୍କର ଘୋର ଅଭାବ ଦେଖାଦେଇଛି । ଯାହାଦ୍ଵାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସରକାରଙ୍କୁ ପୁଣିଥରେ ନିବେଦନ କରିଛନ୍ତି ଯେ, ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଅଷ୍ଟମ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକଙ୍କୁ ନିଯୁକ୍ତି କରାଯାଉ । ସେହିପରି ଶ୍ରେଣୀଭିତ୍ତିକ ଓ ବିଷୟଭିତ୍ତିକ ଶିକ୍ଷକଙ୍କୁ ମିଶାଇଲେ ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ବ୍ରହ୍ମାନନ୍ଦ କହିଛନ୍ତି ।

ଅନ୍ୟପଟେ ‘ଓଷ୍ଟା’ର ସହ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ରାଜ୍ୟରେ ପ୍ରାୟ ୧୦ ହଜାର ଅଧିକ ଟିଜିଟି ଓ ନନ ଟିଜିଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାର ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଶିକ୍ଷକ ପଦବୀ ପୂରଣ କରାନଗଲେ ଗୁଣାତ୍ମକ ଶିକ୍ଷାଦାନ କଥା ଭାବିବା ଉଚିତ୍‌ ହେବନାହିଁ । ଏହା ସହ ବିଦ୍ୟାଳୟରେ ୨୦୦୦ରୁ ଅଧିକ ପ୍ରଧାନ ଶିକ୍ଷକଙ୍କ ପଦବୀ ମଧ୍ୟ ଖାଲି ପଡ଼ିଛି । ଯାହାକୁ ତୁରନ୍ତ ସରକାର ପୂରଣ କରିବା ଆବଶ୍ୟକ । ଶିକ୍ଷକମାନଙ୍କର ଅନେକ ସମସ୍ୟା ରହିଛି ଯାହା ପୂରଣ ଦାବିକୁ ପୁଣିଥରେ ଦୋହରାଇଛନ୍ତି ପ୍ରଦୀପ୍ତ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, ପିଲାମାନେ କିଭଳି ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ବିଶେଷ ଦୃଷ୍ଟି ଦିଆଯିବା ସହ ସେ ସଂକ୍ରାନ୍ତରେ ସମସ୍ତ ଦିଗକୁ ନେଇ ଆଲୋଚନା କରାଯାଉଛି । ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବା ନେଇ ପ୍ରୟାସ କରାଯିବ ।

ଏହା ମଧ୍ୟ ପଢନ୍ତୁ:- ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର; ଅଭିଯୋଗ ଶୁଣି ସମାଧାନ କରିବେ ମୋହନ ସରକାର - CM TO HEAR PUBLIC GRIEVANCES

ସୂଚନା ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗରେ ଦାବି ନେଇ ରାଜରାସ୍ତାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏହି ପ୍ରସଙ୍ଗ ଗୃହରେ ମଧ୍ୟ ଉଠେ । ପୂର୍ବରୁ ବିରୋଧୀ ଭୂମିକାରେ ଥିବା ବେଳେ ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ ନବୀନ ସରକାରଙ୍କୁ ଶାଣିତ ଟାର୍ଗେଟ କରିବାର ନଜିର ରହିଛି । ବର୍ତ୍ତମାନ ବିଜେପି କ୍ଷମତାକୁ ଆସିବା ପରେ ଶିକ୍ଷକ ସେମାନଙ୍କ ଦାବି ପୂରଣ ହେବା ନେଇ ଆଶା ବନ୍ଧିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.