ETV Bharat / state

ଆଜି ପବିତ୍ର ମହାବାରୁଣୀ ସ୍ନାନ, ବୈତରଣୀ କୂଳରେ ପିଣ୍ଡଦାନ ସହ ବୁଡ ପକାଇଲେ ଶ୍ରଦ୍ଧାଳୁ - Maha Baruni Snan Festival In Jajpur

Maha Baruni Snan Festival In Jajpur: ପ୍ରସିଦ୍ଧ ମହାବାରୁଣୀ ସ୍ନାନ ପାଇଁ ଯାଜପୁରର ଦଶାଶ୍ବମେଧ ଘାଟରେ ଆଜି ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ପୂଣ୍ୟତୋୟା ବୈତରଣୀରେ ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 6, 2024, 10:16 PM IST

ଆଜି ପବିତ୍ର ମହାବାରୁଣୀ ସ୍ନାନ, ବୈତରଣୀ କୂଳରେ ପିଣ୍ଡଦାନ ସହ ବୁଡ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର: ଆଜି ଯାଜପୁରର ପ୍ରସିଦ୍ଧ ମହାବାରୁଣୀ ସ୍ନାନ । ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ଦଶାଶ୍ବମେଧ ଘାଟରେ ଆଜି ସକାଳୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି l

ଭକ୍ତଙ୍କ ବିଶ୍ବାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ ୧୨ ବର୍ଷ ବଡ଼ । ଏଥିପାଇଁ ମହାବାରୁଣୀ ସ୍ନାନଯୋଗ ପଡ଼ିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏଠାକୁ ଆଗମନ କରିଥାନ୍ତି l ଏ ବର୍ଷ ପଡ଼ିଛି ମହାବାରୁଣୀ ସ୍ନାନ ଯୋଗ । ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବିଶ୍ବାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ମହାବାରିଣୀ ଯୋଗ ପଡ଼ିଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ନିଜ ପିତୃପୁରୁଷକୁ ପିଣ୍ଡ ଦାନ କରୁଛନ୍ତି ।

ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଇଥାଏ । ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ବାସ ରହିଛି ଏହି ପବିତ୍ର ଦିନରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କର ମୋକ୍ଷଲାଭ ହୋଇଥାଏ । ଏହି ଉଦ୍ଦେଶ୍ୟରେ ବୈତରଣୀ ନଦୀକୂଳରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ନଦୀର ଉଭୟ ପାର୍ଶ୍ଵରେ ବିଶେଷ ଭିଡ ଜମିଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ ... ପ୍ରସିଦ୍ଧ ମାଇପି ମେଳା ଆରମ୍ଭ, ମାନସିକ ପୂରଣ ପାଇଁ ଅଧିଆ ପଡନ୍ତି ମହିଳା - Maipi Mela

ଚଳିତ ବର୍ଷ ସକାଳ ୭ଟା ୯ମିନିଟରୁ ଅପରାହ୍ନ ୧୨ଟା ୫୭ମିନିଟ ପର୍ଯ୍ୟନ୍ତ ଏହି ସ୍ନାନଯୋଗ ଓ ବୁଡ଼ଯୋଗ ରହିଥିଲା । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥି ସକାଶେ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯିବା ସହିତ ପକେଟ ମାର ଓ ମଦ୍ୟପଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ମାନ ଖୋଲାଯାଇଛି । ପ୍ରବଳ ଗରମ ଯୋଗୁଁ ଲୋକଙ୍କ ଉପରେ ମଧ୍ୟ ଜଳସିଞ୍ଚନ କରାଯାଉଛି । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମା ବିରଜା ଦର୍ଶନ କରି ନିଜ ପରିବାରର ଶୁଭ ମନାସିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.