ETV Bharat / state

ମତଦାନ ଅଧିକାରରୁ ବଞ୍ଚିତ ଦାଦନ ଶ୍ରମିକ - Migrant labours Vote

Migrant labours of Balangir: ଗଣତାନ୍ତ୍ରିକ ରାଷ୍ଟ୍ରର ସବୁଠୁ ପର୍ବ ନିର୍ବାଚନ । ଭୋଟ ଦେଇ ନିଜ ନେତା ବାଛିବେ ଭୋଟର । ହେଲେ ପେଟ ପାଟଣା ପାଇଁ ଗାଁ ଛାଡିଥିବା ଗରିବ ଲୋକେ ଏଥିରେ କେମିତି ହେବେ ସାମିଲ? ପଢନ୍ତୁ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

author img

By ETV Bharat Odisha Team

Published : Apr 1, 2024, 7:26 PM IST

ମତଦାନ ଅଧିକାରରୁ ବଞ୍ଚିତ ଦାଦନ ଶ୍ରମିକ
ମତଦାନ ଅଧିକାରରୁ ବଞ୍ଚିତ ଦାଦନ ଶ୍ରମିକ
Migrant labours of Balangir

ବଲାଙ୍ଗୀର: ଗଣତାନ୍ତ୍ରିକ ରାଷ୍ଟ୍ରର ସବୁଠୁ ପର୍ବ ନିର୍ବାଚନ । ଯେଉଁଥିରେ ନାଗରିକ ସାମିଲ ହୋଇ ନିଜ ନେତା ବାଛିଥାନ୍ତି । ହେଲେ ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗୀରରେ ପ୍ରତି ନିର୍ବାଚନ ଭଳି ଏଥର ନିର୍ବାଚନରେ ମଧ୍ୟ ଲକ୍ଷାଧିକ ଭୋଟର ନିଜ ରାଜନୈତିକ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି । କାରଣ ପେଟ ପାଟଣା ପାଇଁ ନିଜ ଭିଟା ମାଟି ଛାଡି ବାହାର ରାଜ୍ୟରେ ଏମାନେ ଦାଦନ ଖଟୁଛନ୍ତି । ନିର୍ବାଚନରେ ସାମିଲ ହେବାକୁ ଇଚ୍ଛା ଓ ତାଙ୍କର ଅଧିକାର ଥିଲେ ମଧ୍ୟ ତାଙ୍କ ପକ୍ଷେ ତାହା ସମ୍ଭବ ହୋଇ ପାରୁ ନାହିଁ ।

ବଲାଙ୍ଗୀରରେ ପାଞ୍ଚଟି ବିଧାନ ସଭା ଓ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ଲୋକେ ନିଜର ପ୍ରତିନିଧି ବାଛିଥାନ୍ତି । ହେଲେ ଜିଲ୍ଲାର ଲକ୍ଷାଧିକ ଲୋକେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଫସିଥିବାରୁ ଗରିବ ଭୋଟର ଏଥିରେ ସାମିଲ ହୋଇ ପାରନ୍ତି ନାହିଁ । ଏବେ ବି ଏହି ସ୍ଥିତି ସମାନ ରହିଛି । ଏବେବି ଅନେକ ଗାଁର ଘରେ ଘରେ ତାଲା ଝୁଲୁଛି । ଅନେକ ଘର ଏବେ ଲୋକ ଶୂନ୍ୟ ରହିଛି । ପ୍ରତ୍ୟେକ ଗରିବ ଘରର ପ୍ରାୟତଃ ସମାନ କାହାଣୀ ଓ ଦୁଃଖ ରହିଛି । ଏଠି ଚାଷ ନ ହେବା, କାମଧନ୍ଦା ନ ମିଳିବା ଯୋଗୁଁ ପେଟ ପାଟଣା ପାଇଁ ପୁରା ପରିବାର ଅଗ୍ରୀମ ଟଙ୍କା ନେଇ ବାହାର ରାଜ୍ୟକୁ ଗାଁ ଘର ଛାଡ଼ି ଦାଦନ ଖଟିବାକୁ ଯାଇଛନ୍ତି । ସେମାନେ ନେଇଥିବା ଅଗ୍ରୀମ ଟଙ୍କା ପରିଶୋଧ ହେଲେ ଯାଇ ସେଠୁ ମୁକୁଳି ଆସି ପାରିବେ କିମ୍ବା ସେଠିକାର ମାଲିକ କାମ ଅସୁଲି କରିବା ପରେ ହିଁ ତାଙ୍କୁ ଛାଡିବ ।

ଭୋଟ ଦେବା ସମସ୍ତ ନାଗରିକଙ୍କ ଅଧିକାର ହୋଇଥିବା ବେଳେ ଗରିବ ଦାଦନ ଶ୍ରମିକ ଏହି ଅଧିକାରରୁ ବଞ୍ଚିତ । ଅନେକ ଶ୍ରମିକ ଗଣତନ୍ତ୍ର ପର୍ବରେ ସାମିଲ ହେବାକୁ ଇଚ୍ଛୁକ ଥିଲେ ମଧ୍ୟ ମାଲିକ ସେମାନଙ୍କୁ ନ ଛାଡି ଓଲଟା ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି । ସେହିପରି କିଛି ଦାଦନ ଶ୍ରମିକ ଦାଦନ ଖଟି ଯାଇ ନିଖୋଜ ଅଛନ୍ତି । ତେବେ ଏମାନଙ୍କୁ କେମିତି ଫେରାଇ ଅଣାଯିବ ଓ କେମିତି ସେମାନେ ଭୋଟ ଦେବେ ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସେପଟେ ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଦେଓଗାଁ ବ୍ଲକ ଡାହିମାଲ ଗ୍ରାମର ଗୋଟିଏ ପରିବାର ଦୁଇ ଭାଇ ପିଣ୍ଟୁ ଭୁଏ ଓ ରବୀନ୍ଦ୍ର ଭୁଏ ଘର ଚଲାଇବା ପାଇଁ ଦାଦନ ଖଟିବାକୁ ପରିବାର ସହ ଯାଇଛନ୍ତି । ତେବେ ସେଠି ଜଣଙ୍କର ସ୍ତ୍ରୀ ଓ ଦୁଇ ଶିଶୁ ନିଖୋଜ ଥିବା ବେଳେ ଦୁଇ ଭାଇ ଘରକୁ ଫେରି ପାରୁ ନାହାନ୍ତି । ଫେରିବା ପାଇଁ ଆକୁଳ ନିବେଦନ କଲେ ମଧ୍ୟ ତାଙ୍କ ଇଟା ଭାଟି ମାଲିକ ଏକ ଲକ୍ଷ 65 ହଜାର ଟଙ୍କା ଦେବା ପରେ ଛାଡିବ ବୋଲି କହି ତାଙ୍କୁ ବନ୍ଧକ ରଖିଛି । ସେପଟେ ତାଙ୍କ ମାଆ ବାପା ଙ୍କୁ ଏଠିକାର ଦଲାଲ ଘରକୁ ଯାଇ ଧମକ ଚମକ ଦେଉଛି ।

ଏହାମଧ୍ୟ ପଢନ୍ତୁ.. ଦାଦନ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ - Labourer Torture

ଜଣେ ଦାଦନ ଶ୍ରମିକଙ୍କ ବୃଦ୍ଧା ମା ବାପା କହିଛନ୍ତି ଯେ, ଦୀର୍ଘ କିଛି ମାସ ହେବ ତାଙ୍କ ଦୁଇ ପୁଅ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦକୁ ଯାଇଛନ୍ତି । ଏବଂ ଏବେ ନିର୍ବାଚନ ଯୋଗୁଁ ସେମାନେ ଘରକୁ ଫେରିବାକୁ ଚାହୁଁଥିବା ବେଳେ ତାଙ୍କ ମାଲିକ ଛାଡୁ ନାହିଁ । ଓଲଟା ନିର୍ଯାତନା ଦେବା ସହ ଲକ୍ଷାଧିକ ଟଙ୍କା ସେ ଦାବି କରୁଛି । ତାଙ୍କୁ ବନ୍ଧକ ଭାବରେ ରଖି ସେଠି କାମ କରାଉଛି । ଅନ୍ୟପଟେ ତାଙ୍କ ବଡ ପୁଅର ସ୍ତ୍ରୀ ଓ ଦୁଇ ଶିଶୁଙ୍କ ପତ୍ତା ମିଳି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନ ତାଙ୍କୁ ସାହାଯ୍ୟ କରି ଉଦ୍ଧାର କରନ୍ତୁ ବୋଲି ଏମାନେ ନେହୁରା ହୋଇଛନ୍ତି ।

ସ୍ଥାନୀୟ ସାମାଜିକ କର୍ମୀ ଆଶୀଷ ପାଣ୍ଡେଙ୍କ କହିଛନ୍ତି, "ଏହି ସମସ୍ୟା ଜିଲ୍ଲାର ସବୁ ଗାଁ ସବୁ ବ୍ଲକରେ ରହିଛି । ଏଠି ବିକାଶ ନାଁରେ ହୋଇଥିବା ଲୁଟ, ଅପାରଗ ପ୍ରଶାସନ ତଥା ନେତାଙ୍କ ପାଇଁ ପେଟକୁ ମୁଠାଏ ଦାନା ପାଇଁ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ଯାଇଛନ୍ତି । ତେବେ ଏଥର ନିର୍ବାଚନ ରେ ଏମାନେ ସାମିଲ କରିବାକୁ ହେଲେ ପ୍ରଶାସନ ସମୟ ଥାଉ ଥାଉ ସେମାନଙ୍କୁ ଉଦ୍ଧାର କରୁ ଓ ଏଠାକୁ ଫେରାଇ ଆଣିବାର ପଦକ୍ଷେପ ନେଉ ।"

ଅନ୍ୟପଟେ ଏନେଇ ବଲାଂଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱର କହିଛନ୍ତି, "ଏହି ସମସ୍ୟା ବାବଦରେ ପ୍ରଶାସନ ସଚେତନ ରହିଛି । ଦାଦନ ଖଟି ଯାଇଥିବା ଲୋକଙ୍କୁ ଫେରି ଆସିବା କିମ୍ବା ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ।"

ସେ ଆଉମଧ୍ୟ କହିଛନ୍ତି ଯେ, ଶ୍ରମ ଅଧିକାରୀଙ୍କ ରିପୋର୍ଟ ଅନୁସାରେ 22 ହଜାର ଦାଦନ ଶ୍ରମିକ ବାହାର ରାଜ୍ୟରେ ଥିବାର ତଥ୍ୟ ରହିଛି । ଗାଁ ଗାଁ ସର୍ଭେ ପରେ ସଠିକ ତଥ୍ୟ ଅନୁସାରେ ପଦକ୍ଷେପ ନିଆଯିିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.