ETV Bharat / state

ଡିସେମ୍ବର ସୁଦ୍ଧା କୋଟିଏଙ୍କୁ ମିଳିବ ସୁଭଦ୍ରା ଟଙ୍କା, 3ୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ ପାଇବେ ସହାୟତା: ଉପ ମୁଖ୍ୟମନ୍ତ୍ରୀ

ସୁଭଦ୍ରାକୁ ନେଇ ବଡ ଅପଡେଟ । ଚଳିତ ମାସ 24 ତାରିଖରେ ମିଳିବ ସୁଭଦ୍ରା ସହାୟତାରେ ତୃତୀୟ ପର୍ଯ୍ୟାୟ ଟଙ୍କା । ଏଥର ଅଙ୍ଗନଓ୍ୱାଡି କର୍ମୀ ପାଇବେ ସହାୟତା ରାଶି ।

THIRD PHASE SUBHADRA MONEY
THIRD PHASE SUBHADRA MONEY (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁନେଶ୍ୱର: ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ । 24 ତାରିଖରେ 20 ଲକ୍ଷ ମହିଳାଙ୍କୁ ମିଳିବା ମିଳିବ ସୁଭଦ୍ରା ଟଙ୍କା । ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ବି ପଢନ୍ତୁ- ଏହି କାରଣରୁ ଆସିପାରିନି ସୁଭଦ୍ରା ଟଙ୍କା, ଏପରି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ସୁଭଦ୍ରା ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ, ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଆସନ୍ତା 24 ତାରିଖରେ ସୁଭଦ୍ରା ଟଙ୍କା ମିଳିବ । ଏହି ଥର ମିଶେଇ ଆମେ 80 ଲକ୍ଷ ମହିଳାଙ୍କ ନିକଟରେ ପହଁଚିବୁ ବୋଲି କହିଥିଲୁ । ଏହା ପୂର୍ବରୁ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇଛୁ । ଆସନ୍ତା 24 ତାରିଖରେ 20 ଲକ୍ଷରୁ ଅଧିକ ମହିଳାଙ୍କୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ଦେବୁ । ଯାଞ୍ଚ ପରେ ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ପାଇଁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିବ । ସେଥିରୁ କେତେ ଜଣ କ୍ରାଇଟେରିଆ ଭିତରେ ଆସୁଛନ୍ତି, ସୁଭଦ୍ରା ଟଙ୍କା ପାଇବେ । ବାଦ ପଡିଥିବା ସମସ୍ତ ଅଙ୍ଗନୱାଡି କର୍ମୀ ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ।"

ଏହା ବି ପଢନ୍ତୁ- ଆସିଲା ସୁଭଦ୍ରା ଟଙ୍କା: କିଏ ଖୋଲିବ ପାନ ଦୋକାନ ତ କିଏ କିଣିବ ଚାରା

ଏହା ବି ପଢନ୍ତୁ- ଆଜି ଆସିବ ‘ସୁଭଦ୍ରା’ ଟଙ୍କା; ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ମହିଳାଙ୍କୁ ଦେବେ ଭେଟି - women centric schemes

ସେହିପରି 5 ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟର ମିସ ମ୍ୟାଚ ଥିଲା । ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି । ଫଳରେ ସୁଭଦ୍ରା ଟଙ୍କା ପ୍ରଦାନରେ ସମସ୍ୟା ହେଉଛି । ସିଙ୍ଗଲ ଅକାଉଣ୍ଟ କରିବାକୁ ହିତାଧିକାରୀଙ୍କୁ ଅପିଲ କରୁଛି । ମୋବାଇଲ ନମ୍ବର, ଆଧାର ନମ୍ବର ଓ ଆକାଉଣ୍ଟ ଗୋଟିଏ ହୋଇଥିଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ କ୍ଲିୟର ହୋଇଥିବେ, ସେମାନଙ୍କୁ ଟଙ୍କା ମିଳିବ । ଅନ୍ୟାନ୍ୟ ସମସ୍ୟା ଥିଲେ ଫିଜିକାଲ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ

  • 'ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ'
  • 'ସମସ୍ତ ଆବେଦନ ପତ୍ର ଯାଞ୍ଚ ସରିଛି'
  • 'ନଭେମ୍ବର 24ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ 20 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ।'-ଉପମୁଖ୍ୟମନ୍ତ୍ରୀ

    ବର୍ତ୍ତମାନ ସୁଦ୍ଧା 1 କୋଟି 16 ଲକ୍ଷ ହିତାଧିକାରୀଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବର ମାସରେ ପ୍ରଦାନ କରାଯିବ । ଡିସେମ୍ବରରେ ସର୍ବମୋଟ 1 କୋଟି ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ ଟାର୍ଗେଟ ରହିଛି ।

ସୋସିଆଲ ମିଡିଆ 'ଏକ୍ସ'ରେ ଏନେଇ ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ । ଆଗାମୀ ଦିନରେ ପ୍ରଦାନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି । ନଭେମ୍ବର 24ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ 20 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ।"

ବିଜେପି ସରକାରର ଫ୍ଲାଗସିପ୍ ଯୋଜନା ହେଲା 'ସୁଭଦ୍ରା ଯୋଜନା' । ନିର୍ବାଚନ ସମୟରେ ମହିଳା ଭୋଟ ଆଖିରେ ରଖି ଏପରି ପ୍ରତିଶୃତି ଦେଇଥିଲା ବିଜେପି । ଗତ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷ ପାଇଁ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ-8) ରେ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.