ETV Bharat / state

ନୂଆ ଏନ୍‌ଏସି ଓ ମ୍ୟୁନିସପାଲିଟି ଗଠନର ନାହିଁ ସରକାରୀ ରେକର୍ଡ: ନଗର ଉନ୍ନୟନ ମନ୍ତ୍ରୀ - New NAC and Municipality Record

author img

By ETV Bharat Odisha Team

Published : Jun 28, 2024, 9:37 PM IST

New NAC and Municipality Formation: ନିର୍ବାଚନ ପୂର୍ବରୁ ନୂଆ ଏନ୍‌ଏସି ଓ ଏନ୍‌ଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ କରାଯିବା କଥା ଘୋଷଣା କରିଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା ଥିଲା କେବଳ ଧୂଆଁବାଣ । କାରଣ କୌଣସି ନୂଆ ଏନ୍‌ଏସି କିମ୍ବା ମ୍ୟୁନିସିପାଲିଟି ଗଠନ ହୋଇଥିବା ରେକର୍ଡ ନାହିଁ କହିଲେ ନଗର ଉନ୍ନୟନ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

New NAC and Municipality Formation
New NAC and Municipality Formation (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତିର ପାହାଡ଼ ଲଦିଥିଲେ ବିଜେଡି ସରକାର । ନୂଆ ଏନ୍‌ଏସି ଓ ଏନ୍‌ଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ କରାଯିବା କଥା ଘୋଷଣା ହୋଇଥିଲା । ଫେବୃଆରୀ 24 ଓ 25 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 20 ଜିଲ୍ଲାରେ 35 ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ 4 ଜିଲ୍ଲାରେ 5 ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଥିଲେ । କିନ୍ତୁ ନବୀନଙ୍କ ଏହି ଘୋଷଣା ଯେ ଧୂଆଁବାଣ ଥିଲା, ତାହା ଏବେ ଜଣାପଡୁଛି । କୌଣସି ନୂଆ ଏନ୍‌ଏସି ଓ ମ୍ୟୁନିସପାଲିଟ ଗଠନ ହୋଇଥିବା ସରକାରୀ ରେକର୍ଡରେ ନାହିଁ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ।

ନବନିଯୁକ୍ତ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧିବଦ୍ଧ ଭାବେ ଲୋକସେବା ଭବନରେ ଥିବା ନିଜ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମନ୍ତ୍ରୀ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଉଦ୍ଦେଶ୍ୟ ରଖି ନୂଆ ଏନ୍‌ଏସି ଓ ମ୍ୟୁନିସପାଲିଟି ଗଠନ ହୋଇଥିବା ନେଇ କହିଥିବେ । କିନ୍ତୁ ସେମିତି କିଛି ପ୍ରସ୍ତୁତି ବିଭାଗରେ ହୋଇନାହିଁ । ଯେହେତୁ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ, ତେଣୁ ବିଭାଗ ତା' ଉପରେ ଗୁରୁତ୍ବ ଦେବ । ଯଦି ଜନସାଧାରଣ ଆଶା କରୁଥିବେ ସେ କଥାକୁ ମଧ୍ୟ ବିଚାର କରାଯିବ । ଏ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଜନତା ଓ ଗଣତନ୍ତ୍ରର ସରକାର । ଆମେ ସମସ୍ତେ ମିଳି ମିଶିକି ସରକାରକୁ ଚଳାଉଛୁ ।"

ମନ୍ତ୍ରୀ ଆହୁରି କହିଛନ୍ତି, "ପୂର୍ବ ସରକାର କେଉଁ ରୀତିନୀତିରେ ଘୋଷଣା କରିଥିଲେ, ତାହା ଜଣାନାହିଁ । ବର୍ତ୍ତମାନ ଜନସାଧାରଣ ଯାହା ଚାହିଁବେ, ତାହା ହେବ । ବର୍ତ୍ତମାନ ସୁଦ୍ଧା କୌଣସି ନୂଆ ଏନ୍‌ଏସି ଓ ମ୍ୟୁନିସପାଲିଟି ଗଠନ ହୋଇଥିବା କଥା ସରକାରୀ ରେକର୍ଡରେ ନାହିଁ । ବିଭାଗରେ ତଦନ୍ତ କରି ଦେଖିଲି, ସେମିତି କିଛି ସରକାରୀ ଭାବେ ବ୍ୟବସ୍ଥା ହୋଇନାହିଁ । କେବଳ ନିର୍ବାଚନ ପାଇଁ ଏହି ସବୁ ପୂର୍ବ ସରକାର ଘୋଷଣା କରିଥିଲେ ।" ମାତ୍ର ଆମ ସରକାର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, 20 ଜିଲ୍ଲାରେ 35 ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ 4 ଜିଲ୍ଲାରେ 5 ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରାଯାଇଥିଲା । ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ଆସ୍କା ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଥିବା କୁହାଯାଇଥିଲା । ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିବା କୁହାଯାଇଥିଲା । ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେବେର 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତୁଟୁନି ମହାନଦୀ କଳି: ବିଜେପି-ବିଜେଡି ତୁ ତୁ ମେଁ ମେଁ - Mahanadi water dispute

ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ତାଲିକା ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିଲା । ସେହି ଅନୁସାରେ ଅନୁଗୋଳର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ବରର ବସ୍ତା ଓ ସିମୁଳିଆ, ବରଗଡର ପାଇକମାଳ ଓ ଭେଡେନ, ଭଦ୍ରକର ଅଗରପଡା, ବଲାଙ୍ଗୀରର ବେଲପଡା ଓ ସଇଁତଳା, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମା, ନୂଆପଡାର ସିନାପାଲି, ରାୟଗଡ଼ାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ସୁନ୍ଦରଗଡର ବଣାଇ, ଗଞ୍ଜାମର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡର କଣ୍ଟିଲୋ, ଖୋର୍ଦ୍ଧାର ଟାଙ୍ଗୀ ଓ ବେଗୁନିଆ, କଟକର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜର ବେତନଟି, ଢେଙ୍କାନାଳର ପରଜଙ୍ଗ, ସୁବର୍ଣ୍ଣପୁରର ବୀରମହାରାଜପୁର ଏବଂ ବୌଦ୍ଧର କଣ୍ଟାମାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.