ETV Bharat / state

ଓଡ଼ିଶା ହେବ ଡବଲ ଇଂଜିନର ପ୍ରଥମ ବଗି, ସମାଧାନ ହେବ ପୋଲାଭରମ ପ୍ରସଙ୍ଗ, ଆଳୁ ସମସ୍ୟା: ମୁଖ୍ୟମନ୍ତ୍ରୀ - NITI Aayog meeting

author img

By ETV Bharat Odisha Team

Published : Jul 30, 2024, 8:18 AM IST

Updated : Jul 30, 2024, 1:14 PM IST

Chief Minister Mohan Charan upon return from New Delhi after attending the NITI Aayog meeting: ରାଜ୍ୟରେ ବେବେ ଦୂର ହେବ ଆଳୁ ସମସ୍ୟା ? ଖୁବଶୀଘ୍ର ଆଳୁ ସମସ୍ୟା ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସନା, ଓଡିଶାକୁ ଆଳୁ ପଠାଇବେ ମମତା କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Mohan Majhi
CM Mohan Majhi (ETV Bharat Odisha)

ଭୁବନେଶ୍ୱର: ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ । ପୋଲାଭରମ ପ୍ରକଳ୍ପ ନେଇ ଆନ୍ଧ୍ର ସହ ହୋଇଛି ଆଲୋଚନା । ଡବଲ ଇଂଜିନର ପ୍ରଥମ ବଗି ଓଡ଼ିଶା ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୀତି ଆୟୋଗ ବୈଠକରୁ ଫେରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ଓଡିଶା ଉପରେ ରହିଛି କେନ୍ଦ୍ରର ଫୋକସ । ରାଜ୍ୟର ପ୍ରତିଦିଗର ବିକାଶ ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ଖୁବଶୀଘ୍ର ଆଳୁ ସମସ୍ୟା ସମାଧାନ ହୋଇଛି ଏବଂ ଓଡିଶାକୁ ଆଳୁ ପଠାଇବେ ମମତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

CHIEF MINISTER MOHAN CHARAN MAJHI (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଦ୍ୱିତୀୟ ଗସ୍ତରେ ମୋହନ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଓଡ଼ିଶାର ପକ୍ଷ ରଖିଥିଲେ ମୋହନ । ଆଳୁ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ମୋହନ । ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ମଧ୍ୟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦିଲ୍ଲୀରେ ଅବସ୍ଥାପିତ ଓଡିଶା କ୍ୟାଡର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ- ମୋହନ ସରକାରଙ୍କୁ ନବୀନଙ୍କ ନିଶାନା, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର ବଜେଟ - Naveen On State Budget 2024

ନୂଆଦିଲ୍ଲୀରେ ନୀତି ଆୟୋଗ ସମେତ ବହୁ ଗୁରୁତ୍ଵପୂର୍ଣ୍ଣ ବୈଠକରେ ସାମିଲ ହୋଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିମାନବନ୍ଦର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ 27 ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକର ଅଧ୍ୟକ୍ଷତା କରିଥିଲେ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ମୋର ସୌଭାଗ୍ୟ ବୈଠକରେ ସାମିଲ ହେବା ଲାଗି ମୋତେ ପ୍ରଥମ ଥର ସୁଯୋଗ ମିଳିଥିଲା । ମୁଁ ରାଜ୍ୟର ବିକାଶ ପ୍ରସଙ୍ଗରେ ମତ ରଖିଛି । 2036ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସତ ବାର୍ଷିକ ପାଳନ କରାଯିବ । ବାକି ଥିବା 12 ବର୍ଷ ଗୁରୁତ୍ଵପୂର୍ଣ୍ଣ । ସାଢେ଼ 4 କୋଟି ଓଡିଶାବାସୀ ଆମ ଉପରେ ଭରସା କରିଛନ୍ତି । ଆମକୁ 5 ବର୍ଷ ସୁଯୋଗ ଦେଇଛନ୍ତି ।"

ବିକଶିତ ହେବ ସୁଦୀର୍ଘ ବେଳାଭୂମି :-

ବିକଶିତ ଭାରତ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ଲକ୍ଷ୍ୟ ରହିଛି । ସେଥିରେ ଓଡ଼ିଶା ପ୍ରଥମେ ଆସୁଛି । ଇଞ୍ଜିନର ଯେଉଁ ବଗି କଥା ଆସୁଛି ସେଥିରେ ଓଡ଼ିଶା ହେବ ପ୍ରଥମ ବଗି । ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ଆମର 480 କିମିର ବେଳାଭୂମିକୁ ବିକଶିତ କରାଯିବ । ପୋର୍ଟ ବେସ ଇଣ୍ଡଷ୍ଟ୍ରି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ଆଇଟି ସେକ୍ଟରରେ ଓଡ଼ିଶା ଆଗକୁ ଯିବ । ଆଦିବାସୀ ମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଛନ୍ତି ।

ଓଡିଶା ବିକାଶରେ ସହଯୋଗ କରିବେ କେନ୍ଦ୍ରୀୟ ଅଧିକାରୀ :-

କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିବା ଓଡିଶା କ୍ୟାଡର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି । ସେହିପରି ଅନ୍ୟ ରାଜ୍ୟ କ୍ୟାଡ଼ରରେ କାର୍ଯ୍ୟ କରୁଥିବା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଓଡିଶା ଭବନରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ବୈଠକ ବେଶ ଫଳପ୍ରଦ ହୋଇଛି । ଟିମ ଓଡିଶା ଭାବେ କାର୍ଯ୍ୟ କରିବା ଲାଗି ଅଧିକାରୀଙ୍କୁ ଅନୁରୋଧ କରିଛି । ଓଡିଶାକୁ ଆଗକୁ ନେବା ଲାଗି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଖୁବଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା:-

ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଛି । ଚିଠି ଲେଖିବା ମୋର ଅଭ୍ୟାସ ଅଛି । କିନ୍ତୁ ମୁଁ ଚିଠି ଲେଖିବା ଉପରେ ବିଶେଷ ବିଶ୍ଵାସ କରେ ନାହିଁ । ହେଲେ ଚିଠି ଲେଖି ଦେଇ ଚୁପ କରି ବସିପଡିବା ମୋର ଲକ୍ଷ୍ୟ ନୁହେଁ । ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିଛି । ଆଲୋଚନା ସମୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଥିଲେ । ନିୟମିତ ଆସୁଥିବା ଆଳୁ ବନ୍ଦ ନେଇ ଆଲୋଚନା କରିଛି । ବିଚାର କରି ପଦକ୍ଷେପ ନେବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶିଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ମୋର ବିଶ୍ୱାସ ।

ପୋଲାଭରମ ପ୍ରସଙ୍ଗରେ ହେବ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ :-

ନୀତି ଆୟୋଗ ବୈଠକ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଠକ ହୋଇଛି । ପୋଲାଭରମକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ ହୋଇଛି ଆଲୋଚନା । ପୋଲାଭରମ ପ୍ରସଙ୍ଗରେ ଆମର ଦାବି ଯାହା ଥିଲା ଉକ୍ତ ବୈଠକରେ ଦୋହରାଇଛୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଓ ଅଧିକାରୀ ସ୍ତରୀୟ ବୈଠକ ନେଇ ପ୍ରସ୍ତାବ ଦେଇଛି । ପ୍ରସ୍ତାବରେ ସେ ସହମତି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏ ନେଇ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2024, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.