ETV Bharat / state

ବିରଜା ହାଟକୁ ନେଇ ଉତ୍ତେଜନା: 2 ଗୋଷ୍ଠୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ - BIRAJA HAAT TENSION

ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ।

ବିରଜା ହାଟକୁ ନେଇ ଉତ୍ତେଜନା
ବିରଜା ହାଟକୁ ନେଇ ଉତ୍ତେଜନା (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 5:56 PM IST

ଯାଜପୁର: ହାଟକୁ ନେଇ ଉତ୍ତେଜନା । ଯାଜପୁରର ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହାଟ ଖୋଲାଇ ନଦେବା ପାଇଁ ଅଡି ବସିଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବା ସହ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ, ବିରୋଧରେ ପ୍ରତିବାଦ:

ବିରଜା ହାଟକୁ ନେଇ ଉତ୍ତେଜନା (ETV Bharat Odisha)

ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପାଇଁ ହାଟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ହାଟ ବ୍ୟବସାୟୀ ମାନେ ଏହାକୁ ବିରୋଧ କରିବା ସହ ଏହା ପ୍ରତିବାଦରେ ହୋହଲ୍ଲା କରିଥିଲେ । ସେପଟେ କିଛି ଲୋକେ ବିରଜା ପରିକ୍ରମା ପ୍ରକଳ୍ପ ସପକ୍ଷରେ ଏବଂ ହାଟ ଖୋଲିବା ବିରୋଧରେ କିଛି ସମୟ ଧରି ଯାଜପୁର-ସିଂହପୁର ରାସ୍ତା ଅବରୋଧ କରିଥିଲେ । ସେତେବେଳେ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଏଠାରେ ଥିବା ପୁରାତନ ହାଟକୁ ସନ୍ଥମାଧବକୁ ସ୍ଥାନାନ୍ତର କରାଯାଇଥିବା ଏକ ଗୋଷ୍ଠୀ ଦର୍ଶାଇଥିବା ବେଳେ ନିର୍ବାଚନ ପରେ ସେଇ ପୁରୁଣା ହାଟକୁ ପୁନଃ ପ୍ରତିଷ୍ଠା ପାଇଁ ହାଟ ବ୍ୟବସାୟୀମାନେ ଉଦ୍ୟମ କରୁଥିବା ବିଜେଡ଼ି ଅଭିଯୋଗ କରିଛି ।

ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ:

Biraja Haat Tension
Biraja Haat Tension (ETV Bharat Odisha)

ତେବେ ବ୍ୟବସାୟୀ ମାନେ ପୂର୍ବ ସ୍ଥାନରେ ହାଟ ଖୋଲିବା ପାଇଁ ଅଡି ବସିଛନ୍ତି । ଯାହାକୁ କେନ୍ଦ୍ର କରି ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଉପଜିଲ୍ଲାପାଳ, ଯାଜପୁର ତହସିଲଦାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ପୋଲିସ ଉଭୟ ଗୋଷ୍ଠୀର ଲୋକଙ୍କୁ ଘଉଡାଇବା ସହିତ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି ପ୍ରଶାସନିକ ଅଧିକାରୀ । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ 163 ଧାରା ଲଗାଇବା ପାଇଁ ଦାବି ହେଉଛି ।

ତେବେ ଏହି ଘଟଣାକୁ ନେଇ ହାଟସପକ୍ଷ ବାଦୀ ନେତା ଗୋପୀନାଥ ଗଜପତି ଭୂୟାଁ କହିଛନ୍ତି, ‘5 ଶହ ବର୍ଷର ହାଟକୁ ଅନ୍ୟତ୍ରକୁ ସ୍ଥାନାନ୍ତର ନକରନ୍ତୁ । ଏଠିକାର ନେତା ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବହୁ ପୁରୁଣା ବିରଜା ହାଟକୁ ସ୍ଥାନାନ୍ତର କରୁଛନ୍ତି ।’

ସେପଟେ ବିରଜା ପ୍ରକଳ୍ପକୁ ସମର୍ଥନ କରୁଥିବା ନେତା ବଳଭଦ୍ର ଦାସ କହିଛନ୍ତି, ‘ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟକୁ କିଛି କୁଚକ୍ରୀ କରେଇ ଦେବାକୁ ଚାହୁଁ ନାହାନ୍ତି । ଯାହାପାଇଁ ଆଜି ଯାଜପୁରବାସୀ ଏକତ୍ରିତ ହେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରିବ ସଂଗ୍ରାମ ଜାରି ରହିବ ।’

ଏହା ମଧ୍ୟ ପଢନ୍ତୁ:

ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ

ଜମିଜମା ମାମଲାକୁ ନେଇ ରକ୍ତାକ୍ତ ସଂଘର୍ଷ: ପୋଲିସ ସାମ୍ନାରେ ପାଟିତୁଣ୍ଡ, ଜଣେ ଗୁରୁତର

ଟ୍ରକ ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଆଇନ ଶୃଙ୍ଖଳା ପରିସ୍ଥିତି ଠିକଠାକ:

Biraja Haat Tension
Biraja Haat Tension (ETV Bharat Odisha)

ସେପଟେ ଦୁଇ ପକ୍ଷ ମୁହାଁମୁହିଁକୁ ଦୃଷ୍ଟିରେ ରଖି ଯାଜପୁର ପୋଲିସ ପକ୍ଷରୁ 5 ପ୍ଲାଟୁନ ଫୋର୍ସ ସହିତ ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି l ଏନେଇ ଅତିରିକ୍ତ ଏସପି ସୀତାକାନ୍ତ କାନୁନଗୋ କହିଛନ୍ତି, ‘ଆଇନଶୃଙ୍ଖଳା ପରିସ୍ଥିତି ଠିକ ଠାକ ଅଛି ।’ ସେପଟେ ଏହି ଘଟଣାକୁ ନେଇ ଉଭୟଙ୍କ ସହିତ ଉପ-ଜିଲ୍ଲାପାଳ ଅଂଶୁମାନ ଶତପଥି ଆଲୋଚନା କଲାପରେ ପରିସ୍ଥିତି ଆୟତ୍ତକୁ ଆସିଥିବା କହିଛନ୍ତି । ତେବେ ଆଜି ଠାରୁ ସାମୟିକ ଭାବେ ବିରଜା ହାଟ ବନ୍ଦ ହେଲା ଓ ଆଲୋଚନା ପରେ ପୁନଃ ନିଷ୍ପତ୍ତି ନିଆଯିବ ବୋଲି ଉପ-ଜିଲ୍ଲାପାଳ l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.