ETV Bharat / state

ଦଶ ଦିନ ତଳେ ତହସିଲରେ ଯୋଗ ଦେଇଥିଲେ, ଦୁର୍ଘଟଣାରେ ଆଖି ବୁଜିଲେ ମହିଳା କର୍ମଚାରୀ - Jajpur Accident

author img

By ETV Bharat Odisha Team

Published : Mar 22, 2024, 12:09 PM IST

Tehsil Employee Dies In Road Accident: ସଡକ ଦୁର୍ଘଟଣାରେ ବ୍ୟାସନଗର ତହସିଲରେ କାର୍ଯ୍ୟରତ କିରାଣୀଙ୍କ ମୃତ୍ୟୁ । 10 ଦିନ ତଳେ ତହସିଲରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
JAJPUR ACCIDENT

ଯାଜପୁର: ଜିଲ୍ଲାରେ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇ ଯୁବତୀଙ୍କୁ ଘୋଷାଡି ନେଲା ଟ୍ରକ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବ୍ୟାସନଗର ତହସିଲରେ କାର୍ଯ୍ୟରତ କିରାଣୀ ବର୍ଷାରାଣୀ ବେହେରା ବୋଲି ଜଣାପଡିଛି । ଚଳିତ ମାସ 11 ତାରିଖରେ ସେ ତହସିଲରେ କିରାଣୀ ବାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଚାକିରିରେ ଯୋଗ ଦେବାର 10 ଦିନ ପରେ ଗତକାଲି (ଗୁରୁବାର) ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ଆଦର୍ଶ ଥାନା ନିକଟସ୍ଥ ନୂଆଗଡ ଗୋଲେଇ ଛକରେ ଦୁର୍ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିରେ ଅଟୋ ଓଲଟି ୧୫ରୁ ଉର୍ଦ୍ଧ୍ବ ଗୁରୁତର

ମିଳିଥିବା ସୂଚାନ ଅନୁୟାୟୀ, ବର୍ଷାରାଣୀ ନୂଆଗଡ ଗୋଲେଇ ଛକ ନିକଟବର୍ତ୍ତୀ ସୁଜଲ ନଗରରେ ତାଙ୍କ ଭାଇଙ୍କ ସହିତ ରହୁଥିଲେ । ତାଙ୍କ ଭାଇ କଳିଙ୍ଗନଗର ଟାଟା କାରଖାନାରେ କାର୍ଯ୍ୟରତ ଅଛନ୍ତି । ବର୍ଷା ଗୁରୁବାର ଅଫିସରୁ ଫେରି ଘରକୁ ଫେରୁଥିଲେ । ଫେରିବା ବାଟରେ ସେ ଓ ତାଙ୍କ ଭାଇ ଗୋଲେଇ ଛକରେ ପରିବା କିଣୁଥିଲେ । ଏହି ସମୟରେ ହଠାତ୍ ଏକ ଟ୍ରକ ଆସି ତାଙ୍କ ସ୍କୁଟିକୁ ଧକ୍କା ଦେଇ ବର୍ଷାରାଣୀଙ୍କୁ କିଛି ବାଟ ଘୋଷାଡି ନେଇଥିଲା । ଏହାପରେ ତାଙ୍କ ଗୋଡ ଉପରେ ଟ୍ରକଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବର୍ଷା ରାଣୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ବର୍ଷା ରାଣୀଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଯାତ୍ରୀବାହୀ ବସକୁ ଧକ୍କା ଦେଲା ପିକଅପ ଭ୍ୟାନ, ଡ୍ରାଇଭର ମୃତ

ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓଡି 22 ଡବଲୁ 9981କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି । ଉକ୍ତ 16 ଚକିଆ ଟ୍ରକଟି ଭଦ୍ରକରୁ ମାଲ ବୋଝେଇ କରି କେନ୍ଦୁଝର ଯାଉଥିଲା । ମୃତ ବର୍ଷାରାଣୀଙ୍କୁ ଧକ୍କା ଦେବା ପରେ ପ୍ରାୟ 600 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.