ETV Bharat / state

ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ - STUDENT BITTEN BY TEACHER - STUDENT BITTEN BY TEACHER

STUDENT BITTEN BY TEACHER: ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବାରୁ ୧୪ ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ମାରି ନିଲମ୍ବିତ ହେଲେ ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ
ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 5:01 PM IST

ଯଶିପୁର ରାଇରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡିଲା ମହାଙ୍ଗା । ୧୪ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ମାରି ଫସିଲେ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ଶେଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜିଲ୍ଲାପାଳ ।ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକରୁ । ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ୧୪ଜଣ ଛାତ୍ରୀଙ୍କୁ ନିସ୍ତୁକ ପିଟିଥିଲେ ସହକାରୀ ଶିକ୍ଷୟିତ୍ରୀ । ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଥିବାର DWO ପ୍ରଦ୍ୟୁମ୍ନ କୁମାର ଦାସ ସୂଚନା ଦେଇଛନ୍ତି ।

ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ (ETV Bharat Odisha)

ସ୍କୁଲରେ ଅକଥନୀୟ ଦଣ୍ଡ:

ଦଣ୍ଡମୁକ୍ତ ଅଞ୍ଚଳରେ ଦିଆ ଯାଉଥିଲା ଅକଥନୀୟ ନିର୍ଯାତନା । ସ୍କୁଲ୍ ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ନମିଳିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ଅବିଭାବକଙ୍କୁ କହିଲେ ମଲମ ଲଗାଇ ମାଲିସ୍ କରିଦେବି ତୁମ ଛୁଆ ଠିକ୍ ହେଇଯିବ । ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି ଯଶିପୁର ବ୍ଲକ୍ ଅନ୍ତର୍ଗତ ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ଯେଉଁ ବିଦ୍ୟାଳୟରେ କି କେବଳ ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ପିଲାମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡିଥାନ୍ତି ।

ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ
ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ (ETV Bharat Odisha)

ହଷ୍ଟେଲରେ ମିଳୁଛି ନିମ୍ନମାନର ଖାଦ୍ୟ:

ଗତ ମଙ୍ଗଳ ବାର ଦିନ ଷଷ୍ଠ ଶ୍ରେଣୀର କିଛି ଛାତ୍ରୀ ଠିକ୍ ଭାବେ ହଷ୍ଟେଲରେ ଖାଦ୍ୟ ମିଳୁ ନଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଠାରେ ଅଭିଯୋଗ କରିବାରୁ ସେଠାରେ କାର୍ଯ୍ୟରତ ସହ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ ତାଙ୍କୁ ଶ୍ରେଣୀରେ ନିସ୍ତୁକ ମାଡ ମାରିଥିଲେ । ଯାହା ଫଳରେ ୧୪ ଜଣ ଛାତ୍ରୀ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇ ବିଦ୍ୟାଳୟକୁ ଫେରିଥିବା ଦେଖିବାକୁ ମିଳିଛି । ତେବେ କୌଣସିରୁ ଗଣମାଧ୍ୟମକୁ ବିଦ୍ୟାଳୟକୁ ପ୍ରବେଶ ପାଇଁ ଅନୁମତି ଦେଲେ ନାହିଁ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢନ୍ତୁ....ଯୁକ୍ତ ତିନି ନାମଲେଖା; ବଦଳିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ନିୟମ, ଛାତ୍ରଛାତ୍ରୀଙ୍କ ହାତରେ ଆଉ ଦୁଇ ଦିନ - plus three admission Phase two

ନିର୍ଯ୍ୟତନା ଦେଇ ଶିକ୍ଷୟିତ୍ରୀ ନିଲମ୍ବିତ:

ଖବର ପାଇ କରଞ୍ଜିଆ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଜିଲ୍ଲାପାଳକୁ ରିପୋର୍ଟ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ବ ସହ ନେଇ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ଵରୁପ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.