ETV Bharat / state

ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ

Sexually Assaulted Two Girl Students: ଦୁଇ ଘରୋଇ ସ୍କୁଲ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଉକ୍ତ ଶିକ୍ଷକଙ୍କୁ ଗିରଫ କଲା ରାଜନଗର ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 20, 2024, 5:52 PM IST

ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ , ପ୍ରଧାନଶିକ୍ଷକ ଗିରଫ

ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ , ପ୍ରଧାନ ଶିକ୍ଷକ ଗିରଫ

କେନ୍ଦ୍ରାପଡ଼ା: ପୁଣି ଗୁରୁଙ୍କ ନାଁରେ ଲାଗିଲା କଳଙ୍କ । ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ଭିତରେ ଅସଦାଚରଣ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାମନ୍ଦିରରୁ । ଏହି ଘଟଣାରେ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକକୁ ଗିରଫ କରିଥିବା ଜଣାପଡିଛି ।

ଦୁଇ ନାବାଳିକା ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ମୁତାବକ, ଗତ ୧୬ ତାରିଖ ଦିନ ମଧ୍ୟାହ୍ନ ସମୟରେ ଏକ ନିରୋଳା ଶ୍ରେଣୀ ଗୃହକୁ ଉକ୍ତ ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀ ଦୁଇ ଛାତ୍ରୀଙ୍କୁ ଡକାଇବା ପରେ ସେମାନଙ୍କୁ ଛାଡି ଚାଲି ଆସିଥିଲେ । ପରେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ ଉକ୍ତ ଦୁଇ ନାବାଳିକା ଛାତ୍ରୀଙ୍କ ସହ ଘୃଣ୍ୟ କାର୍ଯ୍ୟ କରିବା ସହ ଅସଦାଚରଣ କରିଥିଲେ । ଛାତ୍ରୀ ଦୁହେଁ ବିରୋଧ କରିଥିଲେ ମଧ୍ୟ ଜୀବନରୁ ମାରିଦେବା ଭୟ ଦେଖାଇ ପ୍ରଧାନଶିକ୍ଷକ ଜଣଙ୍କ ଏଭଳି କାର୍ଯ୍ୟ କରିଥିଲେ । ପରେ ଭୟଭୀତ ଦୁଇ ଛାତ୍ରୀଙ୍କ ଠାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ସହ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଅଭିଯୁକ୍ତ ପ୍ରଦୀପ ପ୍ରଧାନକୁ ଅଟକ ରଖି ପଚରାଉଚରା କରିବା ସହ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ଏଭଳି କାମୁକ ଶିକ୍ଷକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟେ ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ବିଦ୍ୟାଳୟ ସ୍ଥାପନ ହେଉଥିବା ବେଳେ ଏଥିପ୍ରତି ଶିକ୍ଷା ବିଭାଗ ଚୁପ ବସି ରହୁଛି । ତେବେ ଘଟଣା ଘଟିଥିବା ବିଦ୍ୟାଳୟରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏହା ଉକ୍ତ ପ୍ରଧାନ ଶିକ୍ଷକଙ୍କ ଏକ ନିତିଦିନିଆ ଘଟଣା ବୋଲି ଶୁଣିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ ....ସ୍କୁଲରେ ନାବାଳକ ସହ ଅପ୍ରାକୃତିକ ଦୁଷ୍କର୍ମ; ଦୋଷୀକୁ ୨୦ ବର୍ଷ ଜେଲ୍

ତେବେ ଗୁରୁ-ଛାତ୍ରୀଙ୍କ ସମ୍ପର୍କରେ ଶିକ୍ଷକ ପ୍ରଦୀପ ପ୍ରଧାନ କଳଙ୍କ ଲଗାଇଥିବା ବେଳେ ଏଥିରେ ସହଯୋଗ କରି ଅସଦାଚରଣ ଶିକାର ହୋଇଥିବା ଛାତ୍ରୀଦ୍ୱୟଙ୍କୁ ଗୋଟିଏ ଏକୁଟିଆ କକ୍ଷରେ ଛାଡିଥିବା ଶିକ୍ଷୟତ୍ରୀଙ୍କୁ ଦଣ୍ଡ ବ୍ୟବସ୍ଥା କରାଇବା ପାଇଁ ଦାବି ହୋଇଛି । ଅନ୍ୟପଟେ ଶିକ୍ଷକ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦୀପଙ୍କ ଗିରଫ ପରେ ଏବେ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆଗକୁ ବାର୍ଷିକ ପରୀକ୍ଷା ଥିବା କାରଣରୁ ତୁରନ୍ତ ବିଦ୍ୟାଳୟ ଖୋଲାଯିବା ଦାବି ହେବା ସହ ଶିକ୍ଷା ବିଭାଗ ଘରୋଇ ବିଦ୍ୟାଳୟ ଗୁଡିକ ଉପରେ କଡା ପଦକ୍ଷେପ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.