ETV Bharat / state

ଆମ ହସ୍ତତନ୍ତ ଆମ ଗୌରବ; ଶାଢ଼ି ପିନ୍ଧି ୱାକଥନରେ ସାମିଲ ହେଲେ ଶତାଧିକ ଓଡ଼ିଆଣୀ - Handloom Walkathon in Bhubaneswar

author img

By ETV Bharat Odisha Team

Published : Aug 11, 2024, 2:02 PM IST

Handloom Walkathon in Bhubaneswar: ଭୁବନେଶ୍ୱରରେ ଆଜି (ରବିବାର) ସ୍ୱାଭିମାନୀ ଓଡ଼ିଆ ୱିମେନ'ଏସ୍ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ହୋଇଯାଇଛି ହ୍ୟାଣ୍ଡଲୁମ ୱାକଥନ । ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ନେଇ ହୋଇଥିବା ଏହି ୱାକଥନରେ ୬୦୦ରୁ ଊର୍ଦ୍ଧ୍ୱ ମହିଳା ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Handloom Walkathon in Bhubaneswar
Handloom Walkathon in Bhubaneswar (ETV Bharat Odisha)

ଭୁବନେଶ୍ୱର: ହସ୍ତତନ୍ତ କାରିଗରୀ ଓଡ଼ିଶାର ଅନ୍ୟତମ ପରିଚୟ । ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆଜି (ରବିବାର) ସ୍ୱାଭିମାନୀ ଓଡ଼ିଆ ୱିମେନ' ୱାର୍ଲ୍ଡ ପକ୍ଷରୁ ଆୟୋଜିତ ହୋଇଯାଇଛି ହ୍ୟାଣ୍ଡଲୁମ ୱାକଥନ । ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ନେଇ ହୋଇଥିବା ଏହି ୱାକଥନ ଶିଖରଚଣ୍ଡୀରୁ ଇନଫୋସିଟି ପର୍ଯ୍ୟନ୍ତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣର ୬୦୦ରୁ ଊର୍ଦ୍ଧ୍ୱ ମହିଳା ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ଏଥିରେ ସାମିଲ ହୋଇଥିଲେ ।

'ଆମ ହସ୍ତତନ୍ତ ଆମ ଗୌରବ':

'ଆମ ହସ୍ତତନ୍ତ ଆମ ଗୌରବ' ବାର୍ତ୍ତା ନେଇ ସାରା ଭାରତରେ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେଉଥିବାବେଳେ ରାଜ୍ୟ ସରକାର ମଧ୍ୟ ହସ୍ତତନ୍ତର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଭୁବନେଶ୍ୱର ହେଉଥିବା ଏହି ହ୍ୟାଣ୍ଡଲୁମ ଓ୍ବାକଥାନ ନିଶ୍ଚୟ ହସ୍ତତନ୍ତ ଓ ଆମ ବୁଣାକାରଙ୍କ କଳାକୃତିକୁ ସାରା ବିଶ୍ୱରେ ପ୍ରଦର୍ଶିତ କରିବ ବୋଲି କହିଛନ୍ତି ସ୍ୱାଭିମାନୀ ଓଡ଼ିଆ ୱିମେନ' ୱାର୍ଲ୍ଡର ସଦସ୍ୟ ପ୍ରମୋଦିନୀ ବେହେରା । ସେ କହିଛନ୍ତି, "ଓଡ଼ିଶାର ହସ୍ତତନ୍ତର ପ୍ରଚାର ପାଇଁ ଓଡିଶା ମାଟିରେ ଦ୍ୱିତୀୟ ଥର ପାଇଁ ସଂଗଠନ ପକ୍ଷରୁ ଓ୍ବାକଥାନ ହେଉଛି । ବିଶେଷ କରି ସ୍ପନ୍ଦିତା ହ୍ୟାଣ୍ଡଲୁମର ପ୍ରତିଷ୍ଠାତା ସସ୍ମିତା ହୋତାଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଆମକୁ ବେଶ ଖୁସି ଲାଗୁଥିବାବେଳେ ଶହ ଶହ ସଂଖ୍ୟାର ଓଡ଼ିଆଣୀଙ୍କୁ ଏକାଠି ହୋଇଥିବା ଦେଖି ବେଶ ଖୁସି ଲାଗୁଛି ଓ ଗର୍ବ ଅନୁଭବ ହେଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବପିଢ଼ି ମଧ୍ୟ ବେଶ ସୁନ୍ଦର ଭାବେ ପାରମ୍ପରିକ ହସ୍ତତନ୍ତର ପୋଷାକ ପରିଧାନ କରି ଶୋଭାକୁ ବଢାଉଛନ୍ତି । ଆମ ପରମ୍ପରାକୁ ନେଇ ଆମେ ଗର୍ବ କରୁ ଓ ଏହାକୁ ଉଜ୍ଜୀବିତ କରି ରଖିବା ନେଇ ଆମର ପ୍ରୟାସ ଜାରି ରହିବ ।"

ଏହାମଧ୍ୟ ପଢନ୍ତୁ... 'କରୁଣା ସିଲ୍‌କ'ରେ ତିଆରି ହେବ ମହାପ୍ରଭୁଙ୍କ ପାଟବସ୍ତ୍ର: ଅରବିନ୍ଦ ପାଢ଼ୀ - national handloom day

ଅନ୍ୟପଟେ ଏନେଇ ଅଭିନେତ୍ରୀ ଭୂମିକା କହିଛନ୍ତି, "ଓଡ଼ିଶାରେ ବହୁତ ଦକ୍ଷତା ସମ୍ପନ୍ନ ବୁଣାକାରମାନେ ଅଛନ୍ତି । ଯେଉଁମାନେ ସ୍ଥାନୀୟ କଳା ଓ ସଂସ୍କୃତିକୁ ବଜାୟ ରଖିଛନ୍ତି । ସେମାନଙ୍କୁ ସମର୍ଥନ କରିବା ନିହାତି ଦରକାର ।" ସେହିପରି ଅଭିନେତ୍ରୀ ଗୁନଗୁନ କହିଛନ୍ତି, "ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଓଡ଼ିଆର ସ୍ୱାଭିମାନ, ଆମ ଭାଷା, ଓଡ଼ିଆ ଅସ୍ମିତା ଓ କଳାର ପ୍ରଚାର ସହ ମହିଳାଙ୍କ ନେତୃତ୍ୱ ପ୍ରଦର୍ଶିତ ହୋଇଛି । ଯାହା ସ୍ୱାଗତଯୋଗ୍ୟ । ଭିନ୍ନତା ଭିତରେ ଏକତାର ବାର୍ତ୍ତା ଦେଉଥିବା ଆମ ରାଜ୍ୟରେ ଆଜି ସମସ୍ତେ ହସ୍ତତନ୍ତର କଳାରେ ଆଚ୍ଛାଦିତ ହୋଇ ସୁନ୍ଦର ଦେଖାଯାଉଛନ୍ତି ।"

ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟ, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଅଭିନେତ୍ରୀ ଭୂମିକା, ଗୁନଗୁନ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ୱାକଥନର ଶୁଭାରମ୍ଭ କରିଥିଲେ । ଜଣେ ଓଡ଼ିଆ ଭାବେ ଆମ ପରିଚୟ ଆମ କଳା ହୋଇଥିବା ବେଳେ ଏହାର ପ୍ରଚାର ପ୍ରସାର ସହ ବିଶ୍ୱରେ କିଭଳି ଆମ ହସ୍ତତନ୍ତ ବିଦିତ ହୋଇପାରିବ ସେ ଦିଗରେ ସର୍ବଦା ପ୍ରୟାସ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ଉପସ୍ଥିତ ଅତିଥି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.