ETV Bharat / state

ପୂର୍ବତନ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ, ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ - Ex Sarapanch suspicious death

author img

By ETV Bharat Odisha Team

Published : May 28, 2024, 2:14 PM IST

Ex Sarapancha suspicious death: ଅନୁଗୋଳ ଜିଲ୍ଲା ଜେରେଙ୍ଗ ପଂଚାୟତର ପୂର୍ବତନ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ । ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ

Ex Sarapancha suspicious death
Ex Sarapancha suspicious death (ETV Bharat Odisha)

ଅନୁଗୋଳ: ପୂର୍ବତନ ସରପଞ୍ଚଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ରାତିରେ ଛାତ ଉପରେ ଶୋଇଥିବା ବେଳେ ସକାଳୁ ତଳୁ ମିଳିଲା ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ପଛରେ ରାଜନୈତିକ ଶତ୍ରୁତା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିବା ସୂଚନା ରହିଛି ।

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ପଂଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ମୃତ ସରପଞ୍ଚ ବିଭୁତି ଗଡନାୟକ । ମୃତ ବିଭୁତିଙ୍କ ପରିବାର କହିବା ଅନୁସାରେ, ବିଭୁତି ଗଡନାୟକ ଗତକାଲି (ସୋମବାର) ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଘରେ ଖାଇ ସାରି ଛାତ ଉପରେ ଶୋଇଥିଲେ । ଭିତର ପଟୁ ଘରର ଗେଟ ବନ୍ଦ କରାଯାଇଥିଲା । କିନ୍ତୁ ଆଜି ସକାଳୁ ତାଙ୍କ ମୃତଦେହ ତଳେ ପଡିଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ତେବେ ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପୂର୍ବତନ ସମିତିସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ - Suspicious Death Of Khordha Man

ବିଭୁତି ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ଥିଲେ । ଚଳିତ ନିର୍ବାଚନରେ ମଧ୍ୟ ତାଙ୍କର ସକ୍ରିୟ ଭୂମିକା ଥିଲା । ସେଥିପାଇଁ ଗତ କିଛି ଦିନ ପୂର୍ବେ ତାଙ୍କ ଘର ଉପରକୁ କେହି ଟେକା ପଥର ମାଡ଼ କରିଥିଲେ । ଏନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । କୌଣସି ଏକ ରାଜନୈତିକ ଶତ୍ରୁତା ଘଟଣାରେ ନେଇ ଗତକାଲି (ସୋମବାର)ଆପୋଷ ସମାଧାନ ହୋଇଥିବା ନେଇ ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି । ତେଣୁ ରାଜନୈତିକି ଶତ୍ରୁତା ଯୋଗୁଁ କେହି ତାଙ୍କୁ ହତ୍ୟା କରି ଛାତ ତଳକୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ଅନ୍ୟପଟେ ଅନୁଗୋଳ ଏସଡିପିଓ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ଛାତ ଉପରୁ ତଳକୁ ଖସି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ସମ୍ପର୍କୀୟମାନଙ୍କୁ ଏନେଇ ପଚରାଉଚରା କରାଯାଉଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।"ଏଭଳି ଘଟଣାକୁ ନେଇ ଜରପଡା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦବୋବାଳିରେ ଗାଁ ଫାଟି ପଡୁଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.