ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ଝିଅ - Suspicious Death Of woman

Suspicious Death Case: ବାପା ଓ ସାବତ ଭାଇ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଝିଅ । ୩୫ ବର୍ଷତଳେ ମୃତକ ପୁଷ୍ପାଲତା ଜଣେ ଶିକ୍ଷକଙ୍କ ସହ ପଳାଇ ଆସିଥିଲେ । ଉକ୍ତ ଶିକ୍ଷକଙ୍କ ପୂର୍ବରୁ ଏକ ପରିବାର ରହିଥିଲା । ହେଲେ ପୁଷ୍ପାଲତା ଏବଂ ଶିକ୍ଷକ ଗୋପୀନାଥ ଏକାଠି ରହି ଆସୁଥିଲେ । ଅଧିକ ପଢନ୍ତୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ଝିଅ

author img

By ETV Bharat Odisha Team

Published : Feb 14, 2024, 10:14 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ଝିଅ

କେନ୍ଦ୍ରାପଡ଼ା: ପ୍ରେମ ଦିବସରେ ଆସିଲା ସାଂଘାତିକ ଅଭିଯୋଗ । ଶିକ୍ଷକ ଚାକିରି ଥାଇ ପ୍ରଥମ ବିବାହ କରିଥିଲେ ସୁଦ୍ଧା ଜଣେ ଛାତ୍ରୀଙ୍କୁ ନେଇ ପଳାଇ ଆସି ଦୀର୍ଘ ଦିନ ଧରି ସ୍ୱାମୀ ସ୍ତ୍ରୀ ଭାବରେ ରହୁଥିଲେ । ଗତ କାଲି ଉକ୍ତ ମହିଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।ଏହାପରେ ମୃତକଙ୍କ ଝିଅ ତାଙ୍କ ମାଆଙ୍କୁ ବାପା ଓ ସାବତ ଭାଇ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ନସଡିପୁର ଗାଁରୁ । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ନସଡିପୁର ଅଞ୍ଚଳର ପୁଷ୍ପାଲତା ପ୍ରତାପ (ବେହେରା) ।

ଝିଅ ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୩୫ ବର୍ଷ ତଳେ ତାଙ୍କ ବାପା ଗୋପୀନାଥ ବେହେରା ମୁକୁନ୍ଦପୁର ବିଦ୍ୟାଳୟରେ ଶିକ୍ଷକତା କରୁ ଥିବାବେଳେ ତାଙ୍କ ମା'ଙ୍କୁ ଘରୁ ନେଇ ପଳାଇ ଆସି ମନକରପୁରରେ ରଖିଥିଲେ । ସେତେବେଳେ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଓ ୬ଜଣ ପୁଅଝିଅ ଥିବାବେଳେ ପୁଷ୍ପଲତାଙ୍କୁ ବିବାହ ନକରି ସେ ଲିଭ-ଇନ-ରିଲେସନସିପ ଭାବରେ ରହି ଆସୁଥିଲେ । ସେହି ସମୟରେ ପୁଷ୍ପଲତାଙ୍କୁ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଓ ପୁଅଝିଅ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ।

ପରବର୍ତ୍ତୀ ମୁହୂର୍ତ୍ତରେ ପୁଷ୍ପଲତା ଶିକ୍ଷକତା ଚାକିରି ଆରମ୍ଭ କରିବାରୁ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଶଶୀରେଖା ବେହେରା ସ୍ୱାମୀଙ୍କ ନାମରେ ଦ୍ଵିତୀୟ ବିବାହ ଅଭିଯୋଗ ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ଗୋପୀନାଥ ଏବଂ ପୁଷ୍ପଲତାଙ୍କ ନସଡିପୁରରେ ଭଡ଼ାଘର ନେଇ ରହିଥିଲେ । ସେହିଦିନ ଠାରୁ ପ୍ରଥମ ପତ୍ନୀ ଏବଂ ପିଲାମାନେ ଗୋପୀନାଥଙ୍କ ଠାରୁ ଦୂରେଇ ଯାଇଥିଲେ । ଏହି ସମୟରେ ଦ୍ଵିତୀୟ ପତ୍ନୀ ପୁଷ୍ପଲତାଙ୍କ ଗର୍ଭରୁ ଗାୟତ୍ରୀ ଜନ୍ମ ହୋଇଥିଲେ । ତେବେ କିଛି ବର୍ଷ ଠିକଠାକ ଚାଲି ଥିବାବେଳେ ଗାୟତ୍ରୀଙ୍କ ବିବାହ ହୋଇ ଯାଇଥିବା କାରଣରୁ ପରିବାରର ଦେଖାରଖା କରିବା ପାଇଁ ପ୍ରଥମ ପତ୍ନୀଙ୍କ ସାନପୁଅ ଓ ସାନବୋହୁ ଗୋପୀନାଥଙ୍କ ପାଖରେ ଆସି ରହିଥିଲେ । ହେଲେ ପୁଷ୍ପଲତାଙ୍କୁ ଅଣଦେଖା କରୁଥିବା କହିଛନ୍ତି ମୃତକଙ୍କ ଝିଅ ଗାୟତ୍ରୀ ।

ଏହା ମଧ୍ୟ ପଢନ୍ତୁ ....ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ, ଟ୍ରେନରେ କରିଥିଲେ ଛାତ୍ରୀଙ୍କୁ ଅସଦାଚରଣ

ଗତ ମାସରେ ଗୋପୀନାଥ ପୁଷ୍ପଲତାଙ୍କୁ ନେଇ ପୁରୀ ବୁଲିବାକୁ ଯାଇ ଥିବାବେଳେ ସେଠାରେ ତାଙ୍କୁ ଛାଡି ଦେଇ ଚାଲି ଆସିବା ପରେ ନିଖୋଜ ଏତଲା ଦେଇଥିଲେ । ପରେ ଝିଅ ଗାୟତ୍ରୀ ମାଆଙ୍କୁ ଖୋଜାଖୋଜି କରି ପୁରୀରେ ପାଇବା ପରେ ନିଜ ପାଖରେ ରଖିଥିଲେ । ଅନ୍ୟପଟେ ଗତ କିଛି ଦିନ ହେବ ସେ ମାଆଙ୍କୁ ନସଡିପୁରରେ ଛାଡ଼ିଥିଲେ ।ଏହାସହ ତାଙ୍କର ଦେଖାରଖା କରିବା ପାଇଁ ଜଣେ ହୋମନର୍ସ ରଖିଥିଲେ । ହେଲେ ଗତ କାଲି ରାତିରେ ପୁଷ୍ପଲତା ଗାୟତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ପାଇଥିଲେ । ଏହାପରେ ସେ ତାଙ୍କ ମାଆଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ମୃତ୍ୟୁର ତଦନ୍ତ ଦାବି କରି ଥାନାରେ ଏତଲା ଦେଇଛନ୍ତି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.