ETV Bharat / state

କେନ୍ଦ୍ରାପଡା ଉପକୂଳରୁ ଠାବ ହେଲା ସନ୍ଦିଗ୍ଧ ପାରା; ଗୋଡରେ ଲାଗିଛି ଟ୍ୟାଗ

ମଝି ସମୁଦ୍ରରୁ ସନ୍ଦିଗ୍ଧ ପାରା ଉଦ୍ଧାର କଲେ ମତ୍ସ୍ୟଜୀବୀ । ଗୋଡରେ ଲାଗିଛି ଟ୍ୟାଗ ଓ ଡେଣାରେ କିଛି ଲେଖାଯାଇଥିବା ସୂଚନା । ତଦନ୍ତ କରୁଛି ବନ ବିଭାଗ ।

author img

By ETV Bharat Odisha Team

Published : 3 hours ago

ମଝି ସମୁଦ୍ରରୁ ଟ୍ୟାଗ ଲାଗିଥିବା ସନ୍ଦିଗ୍ଧ ପାରା ଉଦ୍ଧାର, ତଦନ୍ତ ଆରମ୍ଭ
ମଝି ସମୁଦ୍ରରୁ ଟ୍ୟାଗ ଲାଗିଥିବା ସନ୍ଦିଗ୍ଧ ପାରା ଉଦ୍ଧାର, ତଦନ୍ତ ଆରମ୍ଭ (ETV Bharat Odisha)

କେନ୍ଦ୍ରାପଡା: ମଝି ସମୁଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା । ଗୋଡରେ ଲାଗିଛି ଟ୍ୟାଗ୍‌ ଓ ଡେଣାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ମହାକାଳପଡାରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଏହି ପାରାକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । କେନ୍ଦ୍ରାପଡା ଉପକୂଳରେ ଗୁପ୍ତଚରଗିରି କରିବା ଉଦ୍ଦେଶ୍ୟରେ ଏହି ପାରାକୁ ବ୍ୟବହାର କରାଯାଉଥିବା ପ୍ରାଥମିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଘଟଣାକୁ ଗମ୍ଭୀରତାର ସହ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

  • ଗୋଡରେ ଟ୍ୟାଗ, ଡେଣାରେ ବିଦେଶୀ ଭାଷା !

ସୂଚନା ଅନୁସାରେ, ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ଗ୍ରାମର ରତନ ଦାସ ପ୍ରତ୍ୟେକ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି । ତେବେ ଶୁକ୍ରବାର ଦିନ ପ୍ରତିଦିନ ଭଳି ରତନ ମାଛ ଧରିବାକୁ ମଝି ସମୁଦ୍ରକୁ ଯାଇଥିବା ବେଳେ ଏକ ପାରା ଉଡି ଉଡି ଆସି ତାଙ୍କ ମାଛଧରା ବୋଟରେ ବସିଥିଲା । ପରେ ରତନ ପାରାଟି ଥକ୍କି ପଡିଥିବା ଭାବି ଧରିନେଇ ତାକୁ ପାଣି ଏବଂ କିଛି ଖାଇବାକୁ ଦେଇଥିଲେ । ତେବେ ଏହି ସମୟରେ ସେ ପାରାଟିର ଗୋଟିଏ ଗୋଡରେ ଏକ ହଳଦିଆ ରଙ୍ଗର ଟ୍ୟାଗ ଲାଗିଥିବା ଦେଖିବାକୁ ପାଇଥିଲେ । ଏହି ଟ୍ୟାଗରେ ‘CHN-୧୯-୨୦୨୪’ ମସିହା ଲେଖା ଥିବା ସହିତ ‘୯୮୮୮୨୨’ ନାମକ ଏକ ନମ୍ବର ମଧ୍ୟ ରହିଥିବା ଦେଖିବାକୁ ପାଇଥିଲେ । ପାରାଟିର ଅନ୍ୟ ଏକ ଗୋଡରେ କଳା ରଙ୍ଗର ଏକ ଟ୍ୟାଗ୍‌ ମଧ୍ୟ ଲାଗିଥିବା ସହ ଡେଣାରେ ଅନ୍ୟ ଦେଶର ଭାଷାରେ କିଛି ଲେଖା ରହିଥିବା ରତନ ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଭଦ୍ରକରୁ ସନ୍ଦିଗ୍ଧ ପାରା ଉଦ୍ଧାର ! ମୂଦିଆ ଉପର ଲେଖା ନେଇ ବଢିଲା ସନ୍ଦେହ

ଏହା ମଧ୍ୟ ପଢନ୍ତୁ- ପାରା ପ୍ରେମରେ ପରିବାର; 5000 ପାରାଙ୍କ ସୁରକ୍ଷାରେ ଗଣପତି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିତିଛନ୍ତି ପୁରସ୍କାର

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ୟ ପଢନ୍ତୁ- ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN

  • ବନ ବିଭାଗର ତଦନ୍ତ ଜାରି:-

ଉଦ୍ଧାର ପାରାଟିକୁ ଧରି ରତନ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ମିଶି ପ୍ରଥମେ ଜମ୍ବୁ ଥାନାରେ ପହଞ୍ଚିଥିଲେ । ପରେ ସେ ପାରାଟିକୁ ଜମ୍ବୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ପାରାଟିକୁ ବନ ବିଭାଗ ଦୁଇ ଦିନ ରଖିବା ପରେ ତାର ଗୋଡରେ ଲାଗିଥିବା ଟ୍ୟାଗ୍‌ ବାହାର କରି ଛାଡି ଦେଇଥିବା ଜଣାପଡିଛି । ଏପରି ଏକ ସନ୍ଦିଗ୍ଧ ପାରା ଧରାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.