ETV Bharat / state

ସମ୍ବଲପୁରରେ ସନ୍ଦିଗ୍ଧ ବାଂଲାଦେଶୀ ! ଗଠନ ହେଲା ପୋଲିସ ଟାସ୍କ ଫୋର୍ସ - Suspect Bangladeshi In Sambalpur

author img

By ETV Bharat Odisha Team

Published : Aug 11, 2024, 6:03 PM IST

Suspect Bangladeshi In Sambalpur: ଓଡ଼ିଶା ସମୁଦ୍ର ପଥ ଦେଇ ବାଂଲାଦେଶୀ ପଶି ଆସିବା ଭୟ ଭିତରେ ସମ୍ବଲପୁରରେ ବଙ୍ଗଳା କହୁଥିବା କିଛି ଯୁବକ ଅଟକ । ବଙ୍ଗଳା ଭାଷାରେ କଥା ହେବା ସହ ନିଜକୁ ପଶ୍ଚିମବଙ୍ଗ ଶ୍ରମିକ କହୁଥିବା ପୋଲିସ କହିଛି । ଅଧିକ ପଢନ୍ତୁ

Suspect Bangladeshi In Sambalpur
Suspect Bangladeshi In Sambalpur (ETV Bharat Odisha)

ସମ୍ବଲପୁର: ପଡ଼ୋଶୀ ଦେଶ ବାଂଲାଦେଶରେ ହୋଇଛି ସତ୍ତା ପରିବର୍ତ୍ତନ । ରାଷ୍ଟ୍ରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବାରୁ ସମୁଦ୍ର ପଥ ଦେଇ ଶରଣାର୍ଥୀ ଓଡ଼ିଶା ଭିତରକୁ ପ୍ରବେଶ କରିପାରନ୍ତି । ଏଥିଲାଗି ଓଡ଼ିଶା ସୀମାରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀ । ଏହାରି ମଧ୍ୟରେ ସମ୍ବଲପୁରରେ ଧରାପଡ଼ିଛନ୍ତି କିଛି ସନ୍ଦିଗ୍ଧ ବାଂଲାଦେଶୀ । ଯେଉଁମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ନିଜକୁ ପଶ୍ଚିମବଙ୍ଗର ଶ୍ରମିକ ବୋଲି କହୁଛନ୍ତି । ପ୍ରାୟ 35ଜଣ ଯୁବକଙ୍କୁ ଅଇଁଠାପାଲି ଥାନା ଅଞ୍ଚଳରେ ଅଟକ ରଖାଯାଇଛି ।

ସମ୍ବଲପୁରରେ ସନ୍ଦିଗ୍ଧ ବାଂଲାଦେଶୀ ! (ETV Bharat Odisha)

ଅଇଁଠାପାଲି ଥାନାରେ ଜିମା ଦେଲେ ଲୋକେ:-

ଗତକାଲି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତର ବୁଢାରଜା ଅଞ୍ଚଳ ଏକ ନିର୍ମାଣଧୀନ ଫ୍ଲାଟରେ ନିଜକୁ ପଶ୍ଚିମବଙ୍ଗର ଶ୍ରମିକ କହୁଥିବା 35ଜଣ ଯୁବକଙ୍କୁ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଠାଵ କରି ଅଇଁଠାପାଲି ଥାନାରେ ଜିମା ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କ ଠିକଣା ପଚାରିଥିଲେ । ଓଡ଼ିଶା ସମୁଦ୍ର ପଥ ଦେଇ ବାଂଲାଦେଶୀ ପଶିଆସିବା ଭୟ ଭିତରେ ବଙ୍ଗଳା କହୁଥିବା ଯୁବକଙ୍କୁ ଦେଖି ସନ୍ଦେହ ଜାତ ହେବା ପରେ ସ୍ଥାନୀୟ ଲୋକେ ଥାନାରେ ଜିମା ଦେଇଥିଲେ ।

ସମ୍ବଲପୁରରେ ସନ୍ଦିଗ୍ଧ ବାଂଲାଦେଶୀ !

ଚାଲିଛି ଯାଞ୍ଚ ପ୍ରକ୍ରିୟା:-

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ କହିଛନ୍ତି, "ଏହା ଉପରେ ଆମର ଏସପି ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ଯେଉଁଥିରେ 2ଜଣ ଅତିରିକ୍ତ ଏସପି, ଜଣେ ଡିଏସପି, ଲୋକାଲ ଥାନା ଅଧିକାରୀଙ୍କ ସହ ଏଏସଆଇ ବି ଅଛନ୍ତି । ଏମାନେ କିଏ କେଉଁଠି ରହୁଛନ୍ତି, କାହା ଘରେ କେଉଁଠି, ତାଙ୍କର ଆଧାର କାର୍ଡ, ତାଙ୍କର ଡକ୍ୟୁମେଣ୍ଟ, କେବେଠୁ ଆସିଛନ୍ତି, କଣ କାମ କରୁଛନ୍ତି, ତାଙ୍କ ପାଖରେ କଣ ଗାଡି ଅଛି କି ନାହିଁ ସବୁ ଡିଟେଲ ଭେରିଫିକେସନ ହେଉଛି । ଗତ ଦେଢ଼ ମାସ ତଳର ଭେରିଫିକେସନ ଚାଲିଛି । ସେମାନେ ଯେଉଁ ଥାନା ନାଁ କହୁଛନ୍ତି କନସର୍ନ ଥାନାକୁ ତଥ୍ୟ ଭେରିଫିକେସନ ପାଇଁ ପଠାଯାଉଛି । ସେଠୁ ଭେରିଫିକେସନ ଆସୁଛି, ଯେତିକି ଯାଇଥିଲା ଆସିଛି, ସେଟା ସଠିକ ଅଛି । ଏମାନେ ଗ୍ରୁପ ଗ୍ରୁପ ହୋଇ ଆସୁଥିବାରୁ ସନ୍ଦେହ ଉପୁଜିଛି । ତେଣୁ ଟାସ୍କ ଫୋର୍ସ ଭେରିଫିକେସନ ପ୍ରପରଲି ଜାରି ରହିଛି ।"

ତଦନ୍ତ ପରେ ଛାଡିଲା ପୋଲିସ:-

ଅଟକ ରଖାଯାଇଥିବା ଯୁବକ ନିଜକୁ ପଶ୍ଚିମବଙ୍ଗର ଶ୍ରମିକ କହିଥିଲେ । ଏହାପରେ ପୋଲିସ ଯାଞ୍ଚ କରିଥିଲା । ସେମାନଙ୍କର ପରିଚୟ ପତ୍ର ଓ ମୋବାଇଲ ନମ୍ବର ଯାଞ୍ଚ କରିବା ପରେ ଏହା ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସମସ୍ତଙ୍କ ଠିକଣା ପଶ୍ଚିମବଙ୍ଗ ରାଜ୍ୟର ଅଞ୍ଚଳ ଜଣାପଡ଼ିବାରୁ ସେମାନଙ୍କୁ ପଚରାଉଚରା କରାଯାଇ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବଲପୁରରେ ପଡ଼ିଲା ବାଂଲାଦେଶର ପ୍ରଭାବ:-

ତେବେ ବାଂଲାଦେଶରେ ସରକାର ବିରୋଧି ବିଦ୍ରୋହ ଓ ସତ୍ତା ପରିବର୍ତ୍ତନ ପରେ ବାଂଲାଦେଶରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାରର ଖବର ବିଭିନ୍ନ ଗଣମାଧ୍ୟମରେ ଆସିବା ପରେ ବର୍ତ୍ତମାନ ଏହାର ପ୍ରଭାବ ସମ୍ବଲପୁର ପରି ସହରର କେତେକ ବର୍ଗ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଲୋକେ ରାଜ୍ୟ ବାହାରୁ ଆସି ଏଠାରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକଙ୍କୁ ବାଂଲାଦେଶୀ ଭାବେ ସନ୍ଦେହ କରୁଥିବା ଦେଖିବାକୁ ମିଳୁଛି । ଏହା ଉପରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି ।

ଏହା ବି ପଢନ୍ତୁ- ବାଂଲାଦେଶରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ, ମାଗିଲେ ସୁରକ୍ଷା

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.