ETV Bharat / state

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ କରାଗଲା ସର୍ଭେ - Bhubaneswar Metro Rail Project

author img

By ETV Bharat Odisha Team

Published : Apr 26, 2024, 11:52 AM IST

Updated : Apr 26, 2024, 1:41 PM IST

Bhubaneswar Metro Rail Project: ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଆଜି ସର୍ଭେ କରାଯାଇଛି । ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

Bhubaneswar Metro Rail Project
Bhubaneswar Metro Rail Project
BHUBANESWAR METRO RAIL PROJECT

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଗଡିବ ମେଟ୍ରୋ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ବାଣୀବିହାର ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ତଥା ଜନପଥରେ ଆରମ୍ଭ ହୋଇଛି ସର୍ଭେ । ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ଏହି ସର୍ଭେ କରାଯାଇଛି । ବିଡିଏ, ବିଏମ୍‌ସି ଓ ଟିପିସିଓଡିଏଲ୍‌ ସଂସ୍ଥା ମଧ୍ୟ ଏହି ସର୍ଭେରେ ସାମିଲ ହୋଇଥିଲେ ।

ମେଟ୍ରୋ ରାସ୍ତାରେ ଥିବା ଗଛ ଏବଂ ବିଶେଷ ଭାବରେ ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଲିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର । ଏପଟେ ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ୫.୫ କିଲୋମିଟରର ସ୍ମାର୍ଟ ଜନପଥ ରହିଛି । ଏହି ଜନପଥରେ ପାଖାପାଖି ୨୨୦ଟି ବିଦ୍ୟୁତ ଖୁଣ୍ଟ ଥିବା ନେଇ ଆକଳନ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ହଟାଇବା ପାଇଁ ହେବାକୁ ଥିବା ଖର୍ଚ୍ଚ ବାବଦରେ ଟିପିସିଓଡିଏଲ୍‌ ଏଷ୍ଟିମେଟ୍‌ କରାଯିବ । ତେବେ ଏହି ବିଦ୍ୟୁତ ଖୁଣ୍ଟ ହଟାଇବା ହେଲେ ଦୀର୍ଘ ଦିନ ଲାଗିପାରେ । ସେଥିପାଇଁ ଜନପଥରେ ଟ୍ରାଫିକ୍‌ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତେବେ ବିଶେଷ ଭାବରେ ଏହି ସମସ୍ତ କା‌ମ ପ୍ରାୟତଃ ରାତିରେ କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ

ଅନ୍ୟପଟେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗାଡ଼କଣରେ ଡିପୋ କରାଯିବାର ପ୍ଲାନ୍ ରଖାଯାଇଛି । ରେଳ ମରାମତି ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା କରାଯିବ। ସେଥିପାଇଁ ବିଡିଏ ସେଠାର ଜାଗା ମଧ୍ୟ ଚିହ୍ନଟ କରିଛି । ସୂଚନା ଅନୁଯାୟୀ, ମେଟ୍ରୋ ରେଳ ପ୍ରକଳ୍ପ ନେଇ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ହେଉଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ବିଶେଷ ଭାବରେ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ରହିଛି ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନେଇ ସୂଚନା ମିଳିଛି । ଏହା ସହ ତ୍ରିଶୁଳିଆରୁ ନନ୍ଦନକାନନ ରାସ୍ତା ପାଶ୍ୱର୍ରେ ଥିବା ବଡ଼ ବଡ଼ ଗଛକୁ ମଧ୍ୟ କଟା ଯାଇ ରାସ୍ତାକୁ ଚଉଡା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 26, 2024, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.