ETV Bharat / state

ମାଲକାନଗିରିରେ ବ୍ୟାପୁଛି ଝାଡାବାନ୍ତି; ତତ୍ପର ସ୍ୱାସ୍ଥ୍ୟ ବିଭାଗ, ସ୍ୱଚ୍ଛ ପାଣି ଓ ଖାଦ୍ୟ ଉପରେ ଗୁରୁତ୍ୱ - diarrhea cases in malkangiri

author img

By ETV Bharat Odisha Team

Published : Jul 12, 2024, 6:13 PM IST

Diarrhea Cases In Malkangiri: ମାଲକାନଗିରି ମାଥିଲିରେ ବ୍ୟାପୁଛି ଝାଡାବାନ୍ତି ଆତଙ୍କ । ପାଣି ଓ ଖାଦ୍ୟ ଦ୍ୱାରା ଝାଡ଼ାବାନ୍ତି ବ୍ୟାପୁତିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣୁ ଗାଁକୁ ସ୍ୱଚ୍ଛ ପାଣି ଯୋଗାଇବା ଉପରେ ଗୁରୁତ୍ୱ ଦେବା ସହ ପିଲାଙ୍କ ମଧ୍ୟାହ୍ନ ଭୋଜନ ସ୍ଵଚ୍ଛ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ,

ମାଲକାନଗିରିରେ ବ୍ୟାପୁଛି ଝାଡାବାନ୍ତି; ତତ୍ପର ସ୍ୱାସ୍ଥ୍ୟ ବିଭାଗ, ସ୍ୱଚ୍ଛ ପାଣି ଓ ଖାଦ୍ୟ ଉପରେ ଗୁରୁତ୍ୱt
ମାଲକାନଗିରିରେ ବ୍ୟାପୁଛି ଝାଡାବାନ୍ତି; ତତ୍ପର ସ୍ୱାସ୍ଥ୍ୟ ବିଭାଗ, ସ୍ୱଚ୍ଛ ପାଣି ଓ ଖାଦ୍ୟ ଉପରେ ଗୁରୁତ୍ୱ (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଜାରି ରହିଛି । ଏପରି ସମୟରେ ବର୍ତ୍ତମାନ ଅନେକ ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ଆତଙ୍କ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଅନେକ ଜିଲ୍ଲାରେ ବଢୁଛି ଝାଡାବାନ୍ତି । ମାଲକାନଗିରି ମାଥିଲିରେ ଝାଡ଼ାବାନ୍ତି ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ୧୫ ଜଣ ଲୋକ ଗୋଟିଏ ଗାଁର ଦୁଇଟି ପରିବାରର ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ପ୍ରଭାବିତ ଅଞ୍ଚଳକୁ ସ୍ୱଚ୍ଛ ପାଣି ଯୋଗାଇବା ଉପରେ ଗୁରୁତ୍ୱ ଦେବା ସହ ପିଲାଙ୍କ ମଧ୍ୟାହ୍ନ ଭୋଜନ ସ୍ଵଚ୍ଛ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ''ବ୍ଲକ ଆରଆରଟି ଟିମ ଘଟଣା ସ୍ଥଳକୁ ଯାଇ ଆଲର୍ଟ ରହିଛନ୍ତି । ଜିଲ୍ଲା ଆର ଆରଟି ଟିମ ମଧ୍ୟ ପହଁଚୁଛି । ୯ ଜଣ ହସ୍ପିଟାଲରେ ଆଡ଼ମିଟ ହୋଇଛନ୍ତି । ପାଣି ଓ ଖାଦ୍ୟ ଦ୍ୱାରା ଝାଡ଼ାବାନ୍ତି ବ୍ୟାପେ । ତେଣୁ ସ୍ୱଚ୍ଛ ପାଣି ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ପାଣିର ମାନ ଯେଭଳି ପରୀକ୍ଷା କରାଯିବ ସେ ନେଇ ନିର୍ଦ୍ଦେଶ ଦିଆଯାଇଛି । ପିଲାଙ୍କ ମଧ୍ୟାହ୍ନ ଭୋଜନ ଯେଭଳି ସ୍ଵଚ୍ଛ ଓ ତାର ମାନ ଭଲ ରହେ ତାହାକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ମନିଟର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ ମଧ୍ୟ ଘଟଣାସ୍ଥଳକୁ ପଠାଯିବ ।''

ମାଥିଲିରେ ଝାଡାବାନ୍ତି ଆତଙ୍କ
ସୂଚନା ଅନୁଯାୟୀ, ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ କପରା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି । ସାତ ଜଣ ଆକ୍ରାନ୍ତଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗାଁରେ ଅନ୍ୟ ଲୋକମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଝାଡ଼ାବାନ୍ତିର କାରଣ ଜଣାପଡିନାହିଁ । କିନ୍ତୁ ଦୂଷିତ ପାଣି ପାଇଁ ଏପରି ଘଟିଥିବାର ସନ୍ଦେହ କରାଯାଉଛି । ଘଟଣା ଜଣାପଡ଼ିବା ପରେ ଏକ ଡାକ୍ତରୀ ଟିମ ଗାଁରେ ପହଞ୍ଚି ପାଣି ଯାଞ୍ଚ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ; ସ୍କୁଲ ଓ ହଷ୍ଟେଲ ପାଇଁ ଆସିଲା ଆଡଭାଇଜରୀ, ରାଜ୍ୟ କହିଲା ମଶାରୀ ଦେଉନି କେନ୍ଦ୍ର

ପୂର୍ବରୁ ଏହି ଗାଁରେ ଝାଡାବାନ୍ତି ଆତଙ୍କ

ସେପଟେ ପୂର୍ବରୁ ମଧ୍ୟ କାଶୀପୁର ଓ ଉମରକୋଟର ଝରିଗାଁରେ ଝାଡାବାନ୍ତି ଆତଙ୍କ ଖେଳିଥିଲେ । ଏହି କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଥିଲା । ଏପରିକି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଝାଡ଼ାବାନ୍ତି ଆତଙ୍କ ଖେଳିଥିଲା । ଯାହା ଲୋକମାନଙ୍କ ମଧ୍ୟରେ ଏକ ଭୟ ଖେଳିଯାଇଥିଲା । ବିଶେଷ ଭାବରେ ବର୍ଷା ପରେ ପାହାଡ଼ରୁ ଝରୁଥିବା ଝରଣା ପାଣି କୁ ବ୍ୟବହାର କରିବା ପରି ଦୂଷିତ ପାଣି କୁ ବ୍ୟବହାର କରିବା ଫଳରେ ଏପରି ଘଟିଥିବାରୁ ଅନୁମାନ କରାଯାଇଥିଲା । ସେହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଥିଲା । ପରବର୍ତ୍ତୀ ସମୟରେ ଏକ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଥିଲା ଏବଂ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ଯାହା ଫଳରେ ଝାଡାବାନ୍ତି ନିୟନ୍ତ୍ରଣକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.