ETV Bharat / state

ହସ୍ପିଟାଲରେ ରହୁନି ବିଜୁଳି, ଅଂଶୁଘାତ ଓ ଡାଇରିଆ ରୋଗୀ ହନ୍ତସନ୍ତ - Patients Suffered In Boudh - PATIENTS SUFFERED IN BOUDH

Patients Suffered In Boudh: ପ୍ରବଳ ଗ୍ରୀଷ୍ମପ୍ରବାହରେ ବୌଦ୍ଧରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ରୋଗୀଙ୍କ ଦୁଃଖ ବଢିଯାଇଛି । ବିଦ୍ୟୁତ କାଟ ଯୋଗୁଁ ଡାକ୍ତରଖାନାରେ ଅଂଶୁଘାତ ଓ ଡାଇରିଆ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Patients Suffered In Boudh
Patients Suffered In Boudh (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 4:29 PM IST

ବୌଦ୍ଧ:ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଏହି କ୍ରମରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ । ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଭଳି ସମୟରେ ବିଦ୍ୟୁତ କାଟ ଯୋଗୁଁ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଅଂଶୁଘାତ ରୋଗୀଙ୍କୁ ଅନ୍ଧାରରେ ବିଞ୍ଚି ବିଞ୍ଚି ରଖିବାକୁ ପଡୁଥିବା ଅଭିଯୋଗ ହୋଇଛି । ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଅଂଶୁଘାତ ମାମଲା ସହିତ ଡାଇରିଆ ବ୍ୟାପିବାରେ ଲାଗିଥିବା ସୂଚନା ମିଳିଛି ।

Patients Suffered In Boudh (ETV Bharat Odisha)

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାଇରିଆ ଓ୍ବାର୍ଡରେ ପ୍ରତ୍ୟେକ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତେବେ ବିଦ୍ୟୁତ ସେବାକୁ ନେଇ ରୋଗୀଙ୍କ ସଂପର୍କୀୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଖାନାକୁ ରୋଗୀ ଧରି ଆସିଥିବା ପରିବାରବର୍ଗ ମାନେ କହିଛନ୍ତି ଯେ ବିଦ୍ୟୁତ କାଟ ଫଳରେ ରୋଗୀ ମାନେ କଷ୍ଟରେ ଆଉଟୁ ପାଉଟୁ ହେଉଛନ୍ତି । ଏସି ଚାମ୍ବରରେ ରହି ମଧ୍ୟ ଲାଇନ ଅଭାବରୁ ବିଞ୍ଚଣା ବିଞ୍ଚି ବିଞ୍ଚି ରହିବାକୁ ପଡୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଗୁହାରି କରିଛନ୍ତି । ଏହା ସହ ସରକାରଙ୍କ ପକ୍ଷରୁ ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ କରାଯିବାର ଯୋଜନା ଅଧାରେ ରହିଛି ।

ଏହା ମଧ୍ୟ ପଢନ୍ତୁ ... ରାଉରକେଲାରେ ସ୍ବାସ୍ଥ୍ୟ ବିଭାଗ ଟିମ, ଅଂଶୁଘାତକୁ ନେଇ ଦେଲେ ସ୍ପଷ୍ଟୀକରଣ - Health Department Team Visit

ବୌଦ୍ଧ ଜିଲ୍ଲାର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଦିନରେ ଖରାର ଝାଞ୍ଜି ଓ ରାତିରେ ଗୁଳୁଗୁଳି ଲୋକଙ୍କ ଦୁଃଖ ବେଶ ବଢାଇ ଦେଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସଡକ କଡ଼ରେ ଆଦୌ ଗଛ ନଥିବାରୁ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢୁ ନାହାନ୍ତି । ତଥାପି ମଧ୍ୟ ଶ୍ରମିକଙ୍କୁ କେତେକ ସ୍ଥାନରେ ଡହ ଡହ ଖରାରେ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସୂଚନା ମିଳିଛି । ସେପଟେ ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଂଶୁଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଦଶରୁ ଉର୍ଦ୍ଧ୍ବ ଏଭଳି ଅଂଶୁଘାତ ରୋଗୀଙ୍କୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.