ETV Bharat / state

ବିଜେପି ଛାଡିଲେ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ - Upendra Pradhan resigned from BJP

author img

By ETV Bharat Odisha Team

Published : Mar 26, 2024, 12:39 PM IST

Upendra Pradhan resigned from BJP: ବିଜେପି ଦଳରୁ ଇସ୍ତଫା ଦେଲେ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Upendra Pradhan resigned from BJP
Upendra Pradhan resigned from BJP
Upendra Pradhan resigned from BJP

ରାଉରକେଲା: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ST ମୋର୍ଚ୍ଚା ସଭାପତି ଉପେନ୍ଦ୍ର ପ୍ରଧାନ ଦଳର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ କୌଣସି ସମ୍ମାନ ଦିଆଯାଉନଥିବାରୁ ସେ ବିଜେପି ଛାଡିଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଆଗାମୀ ସମୟରେ ଅନ୍ୟ କେଉଁ ଦଳରେ ଯୋଗ ଦେବା କଥା ସେ ଭାବି ନଥିବା କହିଛନ୍ତି ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ପାଣିପାଗ ସେତେ ଉଷ୍ମ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ମଧ୍ୟ ବର୍ତ୍ତମାନ ହଲଚଲ ଲାଗି ରହିଛି । ଗୋଟିଏ ପଟେ ଜୁଏଲ ଓରାମଙ୍କୁ ବିଜେପି ଦଳ ପୁନଃ ସୁନ୍ଦରଗଡ଼ ସଂସଦ ପଦ ପାଇଁ ମନୋନୀତ କରିବା ପରେ ସୋମବାର ଜଣେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଏବଂ ପୂର୍ବତନ ରାଜ୍ୟ ST ମୋର୍ଚ୍ଚା ସଭାପତି ଉପେନ୍ଦ୍ର ପ୍ରଧାନ ନିଜ ଦଳର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସକାଳେ ବିଜେଡି ଛାଡ଼ିଲେ, ସନ୍ଧ୍ୟାରେ ବିଜେପିରେ ମିଶିଲେ - Purna Chandra Sethi Joins BJP

ବର୍ତ୍ତମାନ ରାଜଗାଙ୍ଗପୁର ରାଜନୀତି ମଧ୍ୟ ହଲଚଲ ଜାହିର କରିଛି । ବହୁ ବର୍ଷ ଧରି ବିଜେପି ପାଇଁ କାମ କରିଥିବା ବେଳେ ଦଳରୁ ଉପେକ୍ଷିତ ହେବା ଫଳରେ ଦଳ ଛାଡିଥିବା ଉପେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି, "ଦୀର୍ଘ 29 ବର୍ଷ ଧରି ବିଜେପିରେ ରହିଥିବା ବେଳେ ଦଳରେ ମୋତେ କୌଣସି ପ୍ରକାର ସମ୍ମାନ ମିଳିଲା ନାହିଁ । ଦଳକୁ ପ୍ରଥମ ଥର ରାଜଗାଙ୍ଗପୁରରେ ଲଢ଼ିବା ପାଇଁ ପ୍ରସ୍ତୁତ କରି ନିଜେ ଲଢ଼ିବା ସହ ଆଜି ଯାଏ ଦଳକୁ ରାଜଗାଙ୍ଗପୁର ଅଞ୍ଚଳରେ ସକ୍ରିୟ ରଖିବାକୁ ବହୁ ପରିଶ୍ରମ କରିଥିଲି କିନ୍ତୁ ଦଳ ଆଜି ପର୍ଯ୍ୟନ୍ତ କେବେ ମୋତେ ସମ୍ମାନ ଦେଇନାହିଁ ।"

ଅନ୍ୟପଟେ ରାଜଗାଙ୍ଗପୁର ବିଜେପିରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ରାଜଗାଙ୍ଗପୁର ଅଞ୍ଚଳର ଜଣେ ଟାଣୁଆ ବିଜେପି ନେତା ଦଳ ଛାଡିଛନ୍ତି । ତେବେ ବର୍ତ୍ତମାନ ସାରା ଦେଶ ଏବଂ ବିଜେପି କର୍ମୀ ଯେଉଁଠି ମୋଦିଙ୍କ ପରିବାରର ନାରା ଦେଉଛି ସେହି ସମୟରେ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ST ମୋର୍ଚ୍ଚା ରାଜ୍ୟ ସଭାପତି ଦଳ ଛାଡିବା ରାଜଗାଙ୍ଗପୁରରେ ବିଜେପିର ସ୍ଥିତିକୁ ପ୍ରକାଶ କରିଛି ।

ଉପେନ୍ଦ୍ର ପ୍ରଧାନ 1995ରେ ପ୍ରଥମ ଥର ରାଜଗାଙ୍ଗପୁରରେ ବିଜେପି ଦଳ ପକ୍ଷରୁ ଲଢ଼ିଥିଲେ ଏବଂ ଏହାପରେ 2014ରେ ମଧ୍ୟ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇ ପରାଜୟ ହୋଇଥିଲେ । ବହୁ ବର୍ଷ ଧରି ରାଜ୍ୟ ବିଜେପି ST ମୋର୍ଚ୍ଚାର ସଭାପତି ସହ ଅନ୍ୟାନ୍ୟ ପଦ ପଦବୀରେ ଥିଲେ ଉପେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.