ETV Bharat / state

‘ମୋଦିଙ୍କ ଜନ୍ମଦିନରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା’ - Subhadra Yojana

author img

By ETV Bharat Odisha Team

Published : Jun 30, 2024, 10:36 PM IST

SUBHADRA YOJANA: ଖୁବ ଶୀଘ୍ର ରାଜ୍ୟବାସୀ ‘ସୁଭଦ୍ରା’ ଯୋଜନାର ଲାଭ ପାଇବେ । ପ୍ରଥମେ ୫ ଲକ୍ଷ ମହିଳାଙ୍କୁ ମିଳିବ 50 ହଜାରର ଟଙ୍କାର ଭାଉଚର । ଅଧିକ ପଢନ୍ତୁ

SUBHADRA YOJANA WILL BE IMPLEMENTED IN THE STATE FROM SEPTEMBER 17
SUBHADRA YOJANA WILL BE IMPLEMENTED IN THE STATE FROM SEPTEMBER 17 (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା । ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ଗତକାଲି ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହିଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ । ଉକ୍ତ ଦିନ ୫ ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ସେ କଥାକୁ ପୁନର୍ବାର କହିଛନ୍ତି ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସୁଭଦ୍ରା ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲୁ । ସେପ୍ଟେମ୍ବର 17ରେ ଆମକୁ ସ୍ୱୀକୃତି ମିଳୁଛି, 100 ଦିନ ଭିତରେ ମଧ୍ୟ ଆସୁଛି ଏହା । ସୁଭଦ୍ରା ଯୋଜନା ଓଡିଶାର ପୁର ପଲ୍ଲୀର ମାଆମାନଙ୍କ ପାଇଁ ଉତ୍ସର୍ଗ ହେବ । ସମସ୍ତଙ୍କୁ 50 ହଜାରର ଦୁଇ ବର୍ଷ ଅବଧିର ଭାଉଚର ମିଳିବ । ଏନେଇ ରୂପରେଖ ଖୁବଶୀଘ୍ର ହେବ । ସିଷ୍ଟମ ଭିତରେ ଅଛି, ଖୁବ ଶୀଘ୍ର ଜଣାଇ ଦିଆଯିବ । ସଂକଳ୍ପ ପତ୍ର ଯାହା ଯାହା କୁହାଯାଇଥିଲା, ଇସ୍ତାହାରରେ ଯାହା ରହିଥିଲା ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ମୁହଁରେ ଯାହା କହିଥିଲେ ତାକୁ ଆମେ ପୂରଣ କରିବୁ ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି, ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ: ବିଜେପି - BJP Felicitation Ceremony

ଆଜି ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ବିଜୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବନିର୍ବାଚିତ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛ ବିଜେପି । ଏହି ଉତ୍ସବରେ ଦଳର ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ସମସ୍ତେ ଶୁଣିଥିଲେ । ପରେ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.