ETV Bharat / state

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Yojana Update

author img

By ETV Bharat Odisha Team

Published : 2 hours ago

Subhadra Yojana Update: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଟେଡ । କିଛି ଦିନ ଭିତରେ ଆଉ 25 ଲକ୍ଷ ମହିଳା ପାଇବେ ପ୍ରଥମ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ସୂଚନା । ଜାଣନ୍ତୁ ପୂରା ଖବର

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ସୁଭଦ୍ରା ଯୋଜନାକୁ ନେଇ କ୍ରେଜ । ଏବେ ସୁଦ୍ଧା 92 ଲକ୍ଷ ମହିଳା ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଆଉ କିଛି ଦିନ ମଧ୍ୟରେ ବାକି 25 ଲକ୍ଷ ମହିଳାଙ୍କୁ ମିଳିବ ଅର୍ଥ ରାଶି । ଏହି ପରି ପର୍ଯ୍ୟାୟ କ୍ରମେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀରେ ଆୟୋଜିତ ସଦସ୍ୟତା ଅଭିଯାନ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପର୍ଯ୍ୟାୟ କ୍ରମେ କିସ୍ତି ପାଇବେ 1 କୋଟି ମହିଳା:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,‘ ଆପଣ ମାନେ ମୋଦିଜୀଙ୍କ କଥା ବିଶ୍ବାସ କରି ସମର୍ଥନ କଲେ ଓ ଆଜି ଡବଲ ଇଞ୍ଜିନ ସରକାର ରାଜ୍ୟରେ ଛିଡ଼ା ହୋଇଛି । ଏଣୁ କଥା ଦେଇଥିବା ମୁତାବକ ମହିଳା ମାନଙ୍କୁ ଶସକ୍ତିରଣ କରିବା ଆମର ଲକ୍ଷ୍ୟ । ଗତ 17 ତାରିଖ ଦିନ ମୋଦି ଓଡିଶା ଆସି ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏଣୁ ଏହାର ପ୍ରଥମ ଦିନ 25 ଲକ୍ଷ ଲୋକଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଆଉ କିଛି ଦିନ ମଧ୍ୟ ପୁଣି 25 ଲକ୍ଷ ପ୍ରଦାନ କରାଯିବ । ଏହାର ପରବର୍ତ୍ତୀ ସମୟରେ ପୁଣି 25 ଲକ୍ଷ ଏପରି ଏକ କୋଟି ମହିଳାଙ୍କୁ ସହଯୋଗ କରାଯିବ।’

92 ଲକ୍ଷ କଲେଣି ସୁଭଦ୍ରା ଆବେଦନ:

Subhadra Yojana (ETV Bharat Odisha)

ସୁଭଦ୍ରା ଯୋଜନାକୁ ନେଇ ବଢୁଛି ମହିଳାଙ୍କ ଭିତରେ ଆଗ୍ରହ । ଏପର୍ଯ୍ୟନ୍ତ ଆବେଦନ କଲେଣି ୯୨ ଲକ୍ଷ ମହିଳା । ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ସରକାର ଟାର୍ଗେଟ ରଖିଛନ୍ତି । ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟାରେ କହିଛନ୍ତି, ‘ଦୁଇ ଦିନ ତଳେ ଯାହା ମୁଁ ସମୀକ୍ଷା କରିଥିଲି ୯୨ ଲକ୍ଷ ପାଖାପାଖି ମହିଳା ଆବେଦନ କରିଥିଲେ। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ 17 ତାରିଖରେ ଟଙ୍କା ଦେବା ଆରମ୍ଭ କରିଥିଲୁ । ଆହୁରି ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବେଦନ ବୋଧେ ଆସିଯାଇଥିବ। E KYC ପାଇଁ ଟିକେ ସମୟ ଲାଗୁଛି।’

ମାର୍ଚ୍ଚ 8ରେ ଏଭଳି ସ୍ଥିତି ହେବନି:

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହୁରି କହିଛନ୍ତି,‘ ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ୍ କରିବ। ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଞ୍ଚିଛୁ, ପେ ସିଷ୍ଟମ ସୁବିଧା ଅଛି । କୋଟିଏ ଲୋକଙ୍କ ପାଖେ ଜଲଦି ପହଞ୍ଚିବୁ । ସମସ୍ତେ ଧୈର୍ଯ୍ୟ ଧରନ୍ତୁ । ମାର୍ଚ୍ଚ ୮ ପରେ ଏଭଳି ସ୍ଥିତି ହେବ ନାହିଁ । ଏହା ପ୍ରଥମ ଥର ହେଉଛି ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ଆଉ ଏଭଳି ସ୍ଥିତି ହେବ ନାହିଁ । ତେଣୁ ମାର୍ଚ୍ଚ ୮ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ୟ କିସ୍ତି ଟଙ୍କା । ସୁଭଦ୍ରା ଯୋଜନା ପଇସା ସବୁ ହିତାଧିକାରୀ ମହିଳା ପାଇବେ । ଆଗ ପଛ ହୋଇପାରେ। ’

CM Mohan Charan Majhi
CM Mohan Charan Majhi (ETV Bharat Odisha)

ସୁଭଦ୍ରା ଯୋଜନା:

ସୁଭଦ୍ରା ଯୋଜନା ଓଡ଼ିଶା ପାଇଁ ଆରମ୍ଭ ହୋଇଥିବା ଗୋଟିଏ ନୂଆ ଯୋଜନା । ଏହି ଯୋଜନା ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା । ଯଦି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିବା ପାଇଁ ସମର୍ଥ ହୁଏ ତେବେ ମହିଳା ସଶକ୍ତିକରଣ ପାଇଁ ସର୍ବ ପ୍ରଥମେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନା ପାଇଁ ପଞ୍ଜିକରଣ କରିଥିବା ମହିଳା ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇବେ । ୫ ବର୍ଷରେ ପଚାଶ ହଜାର ଟଙ୍କା ପାଇବେ ।

ସୁଭଦ୍ରା ଯୋଜନାକୁ ନେଇ ପଢନ୍ତୁ ଅନ୍ୟ କିଛି ଖବର....

ତେଜିଲା 'ସୁଭଦ୍ରା' ରାଜନୀତି, ବିଜେପିକୁ ଟାର୍ଗେଟ କଲେ ବିରୋଧୀ, ଜବାବ ଦେଲା ଶାସକ ଦଳ

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଆଜି ଆସିବ ‘ସୁଭଦ୍ରା’ ଟଙ୍କା; ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ମହିଳାଙ୍କୁ ଦେବେ ଭେଟି

ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.