ETV Bharat / state

ରାଜ୍ୟରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ - Students Union election

author img

By ETV Bharat Odisha Team

Published : Aug 19, 2024, 8:01 PM IST

Updated : Aug 19, 2024, 8:18 PM IST

Student Union Election: ରାଜ୍ୟରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ । କେବେ କଲେଜ କ୍ୟାମ୍ପସରେ ଶୁଭିବ ହ୍ବାଇ ଆଇ ଷ୍ଟାଣ୍ଡ ଫର୍‌ । ବଡ଼ ସୂଚନା ଦେଲେ ଆଇନମନ୍ତ୍ରୀ । ପଢନ୍ତୁ ପୂରା ଖବର ।

ଛାତ୍ର ସଂସଦ ନିର୍ବାଚନ
ଛାତ୍ର ସଂସଦ ନିର୍ବାଚନ (ETV Bharat Odisha)

ଯାଜପୁର: ମଉଳିଲା ଛାତ୍ର ସଂସଦ ନିର୍ବାଚନ ଉତ୍ସାହ । ଏ ବର୍ଷ ନୁହେଁ ଆସନ୍ତାବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ସମୟ ଅଭାବରୁ ଚଳିତ ବର୍ଷ ହୋଇପାରିବନି ଛାତ୍ର ସଂସଦ ନିର୍ବାଚନ । ଆଜି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର 45 ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଛାତ୍ର ସଂସଦ ନିର୍ବାଚନ (ETV Bharat Odisha)

କଣ କହିଲେ ଆଇନ ମନ୍ତ୍ରୀ ?

କଲେଜ ନିର୍ବାଚନକୁ ନେଇ ପତିକ୍ରିୟା ଦେଇ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଆସନ୍ତା ବର୍ଷ ଠାରୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ସେପ୍ଟେମ୍ବର ମାସରେ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିନାହିଁ । ଛାତ୍ର ସଂସଦ ନିର୍ବାଚନ ପାଇଁ ଏନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ । ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ସେ ନେଇ ନିଷ୍ପତ୍ତି ହୋଇସାରିଛି ।’

ଛାତ୍ର ସଂସଦ ନିର୍ବାଚନ
ଛାତ୍ର ସଂସଦ ନିର୍ବାଚନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଲା ବାଟ ! ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ପୂର୍ବରୁ ଆଶା ଦେଖାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ:

ଦୀର୍ଘ 6 ବର୍ଷ ହେବ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ ସରକାର ବଦଳିବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରଙ୍କ ମଧ୍ୟରେ ଆଶାର ଦ୍ବୀପ ଜଳିଥିଲା । ଆଉ ଛାତ୍ରଛାତ୍ରୀଙ୍କ ଏହି ଆଶାରେ ଘିଅ ଢାଳିଥିଲା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ । ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଗତ ଜୁନରେ ମନ୍ତ୍ରୀ କହିଥିଲେ କି, ଛାତ୍ର ସଂସଦ ନିର୍ବାଚନ ନେଇ ବିଚାର ବିମର୍ଶ ଚାଲିଛି । ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଛାତ୍ର ସଂଗଠନର ଦାବି ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ମନ୍ତ୍ରୀ । ହେଲେ ଯଥେଷ୍ଟ ସମୟ ନଥିବାରୁ ଏ ବର୍ଷ ନୁହେଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ।

କେତେ ବର୍ଷ ହେଲା ବନ୍ଦ ଅଛି ଛାତ୍ର ସଂସଦ ନିର୍ବାଚନ:

ଦୀର୍ଘ 6 ବର୍ଷ ହେଲା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ସେପଟେ କ୍ୟାମ୍ପସ ନିର୍ବାଚନ କରିବାକୁ ବାରମ୍ବାର ଦାବି କରି ଆସୁଛନ୍ତି ଛାତ୍ରନେତା । ଏଥିପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିବା ପୂର୍ବରୁ କହିଥିଲେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ ।

ଇଟିଭି ଭାରତ, ଯାଜପୁର

Last Updated : Aug 19, 2024, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.