ETV Bharat / state

NEET ଓ UGC-NET ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ତାତିଲେ ଛାତ୍ରଛାତ୍ରୀ - NEET UG and UGC NET Paper Leak - NEET UG AND UGC NET PAPER LEAK

NEET UG Paper Leak matter: ନିଟ୍‌ ଓ ୟୁଜିସି ନେଟ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକଠାରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ,

NEET UG Paper Leak matter
NEET UG Paper Leak matter (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 10:12 PM IST

ଝାରସୁଗୁଡ଼ା: NEET ଓ UGC-NET ପରୀକ୍ଷା ପ୍ରଶ୍ନ ପତ୍ର ଲିକକୁ ନେଇ ଝାରସୁଗୁଡ଼ାରେ ଧାରଣା । ଆଜି (ରବିବାର) ଜିଲ୍ଲା ଛାତ୍ର ସମ୍ମୁଖ୍ୟ ପକ୍ଷରୁ ସହରାଞ୍ଚଳର ପୁରୁଣା ବସଷ୍ଟାଣ୍ଡ ଛକରେ ଥିବା ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଶ୍ନପତ୍ର ଲିକ୍‌ ଦ୍ଵାରା ଯେଉଁ ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଦିନ ରାତି ପରିଶ୍ରମ କରି ପରୀକ୍ଷା ଦେଉଛନ୍ତି, ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ସରକାର । ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛି ଛାତ୍ର ସଙ୍ଘ । ଏହାକୁ ନେଇ ଜୁଡିସିଆଲ ବେଞ୍ଚ ଓ ସଂସଦୀୟ କମିଟି ଯାଞ୍ଚ କରାଯାଉ ବୋଲି ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଦାବି କରାଯାଇଛି ।

NEET UG Paper Leak matter (ETV Bharat Odisha)

ୟୁଜିସି-ନେଟ୍‌ ଓ ନିଟ୍‌ ପରୀକ୍ଷାରେ ବିଭ୍ରାଟ ଅନିୟମିତତା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି ଛାତ୍ର ସାମ୍ମୁଖ୍ୟ । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାର ଅନେକ ଉଦାହରଣ ରହିଛି । ବିଗତ ୭ ବର୍ଷରେ ୭୦ରୁ ଊର୍ଦ୍ଧ୍ବ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ଯାହାଦ୍ବାରା ୨ କୋଟିରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କର ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି ବୋଲି ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଅଭିଯୋଗ କରିଛି । ହେଲେ ଯେଉଁଦିନ କେନ୍ଦ୍ରରେ ନୂଆ ସରକାର ଶପଥ ଗ୍ରହଣ କରୁଥିଲେ, ସେହିଦିନ ପ୍ରକାଶ ପାଇଥିବା ନିଟ୍‌ ପରୀକ୍ଷା ଫଳ ଦେଶର ପରୀକ୍ଷାକାରୀ ସଂସ୍ଥାମାନଙ୍କୁ ପ୍ରଶ୍ନ ଘେରରେ ଆଣିଥିଲା । ଯଦିଓ ପରୀକ୍ଷା ଫଳ ପ୍ରକାଶ ହେବା ପୂର୍ବରୁ ଦେଶର ତମାମ ଛାତ୍ରଛାତ୍ରୀ ନିଟ୍‌ରେ ଅନିୟମିତତା ଥିବା କହି ଆସୁଥିଲେ । ହେଲେ ସରକାର ଏହାପ୍ରତି ଅଣଦେଖା କରି କହୁଥିଲେ ଯେ, ପରୀକ୍ଷା ସୂଚାରୁ ରୂପେ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.. NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ; NTA DG ପଦରୁ ହଟିଲେ ସୁବୋଧ କୁମାର, ତଦନ୍ତ କରିବ ସିବିଆଇ - NEET PG Exam Postpone

ପରୀକ୍ଷା ପତ୍ର ଲିକ୍‌ ମାମଲାରେ ୨ରୁ ଊର୍ଦ୍ଧ୍ବ ବ୍ୟକ୍ତି ଧରା ପଡ଼ିଥିଲେ ସୁଦ୍ଧା ସରକାର ଏହାକୁ ଏକ ସାମାନ୍ୟ ଘଟଣା ବୋଲି ଅବିହିତ କରି ଆସୁଥିଲେ । ଫଳ ପ୍ରକାଶ ପରେ ସମ୍ପୂର୍ଣ୍ଣ ନମ୍ବର ରଖି ପାସ ହୋଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଥବା ଗ୍ରେସ ମାର୍କ ବିବାଦ ଏବଂ ପ୍ରଶ୍ନ ପତ୍ର ଲିକ୍‌ ମାମଲା ଦେଶର ତମାମ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନମୁଖର କରିଥିଲା । ସେହିପରି ୟୁଜିସି ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତା ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସନ୍ଦେହ ଘେରକୁ ଠେଲି ଦେଇଛି । ୟୁଜିସି ନେଟ୍‌ କେବଳ ଅଧ୍ୟାପକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ନୁହେଁ, ଏହା ପାସ କରୁଥିବା ପରୀକ୍ଷାର୍ଥୀମାନେ ପିଏଚ୍‌ଡି ସମ୍ମାନ ପଢିବା ପାଇଁ ମଧ୍ୟ ଆଶାୟୀ ଥା'ନ୍ତି । ତେବେ ଏ ଅନିୟମିତତା ପରେ ଶିକ୍ଷାବର୍ଷ ଆରମ୍ଭ ହେବା ଅଗରୁ ହିଁ ସରକାର ଓ ପରୀକ୍ଷାକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କ ଆଗକୁ ପଢ଼ିବା ଆଶାକୁ ଧୂଳିସାତ କରିଦେଉଛନ୍ତି ବୋଲି ଛାତ୍ର ସାମ୍ମୁଖ୍ୟ ପ୍ରକାଶ କରିଛି । କେବଳ ଝାରସୁଗୁଡା ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍‌ ଓ ୟୁଜିସି ନେଟ୍‌ ପରୀକ୍ଷା ଦେଇ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.