ETV Bharat / state

ପାଠାଗାର ସମସ୍ୟାରେ ପଡୁନି ପୂର୍ଣ୍ଣଛେଦ, ଭବିଷ୍ୟତ ଗଢିବା ନେଇ ଚିନ୍ତାରେ ଛାତ୍ରଛାତ୍ରୀ - Biswanath Library Negligence

author img

By ETV Bharat Odisha Team

Published : May 7, 2024, 8:36 PM IST

Biswanath Library Negligence: ସମସ୍ୟା ଘେରରେ କଟକ ଅସ୍ଥାୟୀ ପାଠାଗାର । ବସର ଶଦ୍ଦ ସାଙ୍ଗକୁ ଗ୍ରୀଷ୍ମପ୍ରବାହ ପାଇଁ ପାଠାଗାରରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ସେପଟେ ବାରମ୍ୱାର ଏନେଇ ସିଏମସିଙ୍କୁ ଜଣାଇଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ପାଠକଙ୍କ ବଢୁଛି ଅସନ୍ତୋଷ ।

ପାଠାଗାରା ସମସ୍ୟାରେ ପଡୁନି ପୂର୍ଣ୍ଣଛେଦ, ଭବିଷ୍ୟତ ଗଢିବା ନେଇ ଚିନ୍ତାରେ ଛାତ୍ରଛାତ୍ରୀ
ପାଠାଗାରା ସମସ୍ୟାରେ ପଡୁନି ପୂର୍ଣ୍ଣଛେଦ, ଭବିଷ୍ୟତ ଗଢିବା ନେଇ ଚିନ୍ତାରେ ଛାତ୍ରଛାତ୍ରୀ (ETV Bharat Odisha)
ମସ୍ୟା ଘେରରେ କଟକ ଅସ୍ଥାୟୀ ପାଠାଗାର (ETV BHARAT ODISHA)

କଟକ: ଖାନନଗର ନେତାଜୀ ବସ ଟର୍ମିନାଲ ପାଇଁ ଭଙ୍ଗାଯାଇଛି ୩୭ ବର୍ଷ ପୁରୁଣା ବିଶ୍ଵନାଥ ପଣ୍ଡିତ ପାଠାଗାର । ଯାହ ଫଳରେ ଏବେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲୁଛି ପଣ୍ଡିତ ବିଶ୍ଵନାଥ ପାଠାଗାର । ପାଠାଗାରର ନୂଆ ସ୍ଥାନରେ ନିର୍ମାଣ କାର୍ଯ୍ୟ ଯୋଗୁଁ ନେତାଜୀ ବସ ଟର୍ମିନାଲର ଉପର ମହଲାରେ ଏକ ଅସ୍ଥାୟୀ ଭାବରେ ଚାଲିଛି ପାଠାଗାର । ଫଳରେ ଏଠାରେ ବସର ଶଦ୍ଦ ସାଙ୍ଗକୁ ଗ୍ରୀଷ୍ମପ୍ରବାହ ପାଇଁ ଅଧ୍ୟୟନ ପାଇଁ ଆସୁଥିବା ପାଠକମାନେ ଏଠାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିକାଶ ଭବନ ରେ ସିଟି ଇଞ୍ଜିନିୟରଙ୍କୁ ଭେଟି ଦାବି ଜଣାଇଛନ୍ତି ଛାତ୍ରଛାତ୍ରୀ ।
ବିଶ୍ଵନାଥ ପଣ୍ଡିତ ପାଠାଗାର ସହରର ବହୁ ପୁରାତନ ପାଠାଗାର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପିଲା ଏଠାକୁ ପାଠ ପଢିବାକୁ ଆସିଥାନ୍ତି । ତେବେ ବର୍ତ୍ତମାନ ଏହି ପାଠାଗାରରେ ସ୍ଥିତି ଏପରି ହେଲାଣି ଯେ ପିଲା ପାଠ ପଢିବାକୁ ଏକ ପ୍ରକାର ମୁସ୍କିଲ ହୋଇପଡିଛି । ବସ ଟର୍ମିନାଲରେ ଏହି ପାଠାଗାର ରହିଥିବା ବେଳେ ଗୋଟିଏ ପଟେ ବସର ଶଦ୍ଦ ଯୋଗୁଁ କବାଟ ବନ୍ଦ କରିବାକୁ ପଡୁଛି ତ ଅନ୍ୟପଟେ ପ୍ରବଳ ଖରା ଯୋଗୁଁ ଭିତରେ ପାଠପଢିବା କଷ୍ଟକର ହେଉଛି । ସେପଟେ କିଛି ହାତ ଗଣତି ଫ୍ୟାନ ଲଗାଇ କାମ ସାରି ଦେଇଛି କଟକ ମହାନଗର ନିଗମ । ଏନେଇ ବାରମ୍ବାର ସିଏମସିକୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ତେବେ ଏହାରି ଭିତରେ ୩ ମାସ ବିତି ଗଲାଣି । ତଥାପି ସୁଧୁରିପାରୁୁନି ପାଠାଗାରର ବ୍ୟବସ୍ଥା । ଯାହାକୁ ନେଇ ବିକାଶ ଭବନର ଦ୍ୱାରସ୍ଥ ହୋଇ ସିଟି ଇଞ୍ଜିନିୟରଙ୍କୁ ଭେଟି ଦାବି ଜଣାଇଛନ୍ତି ଛାତ୍ରଛାତ୍ରୀ । ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ସମାଧାନ କରାଯିବ । ୬୦ ରୁ ଉର୍ଦ୍ଧ୍ବ ଫ୍ୟାନ ଲଗାଯିବ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସିଏମସି ସିଟି ଇଞ୍ଜିନିୟର।
ଏହା ମଧ୍ୟ ପଢନ୍ତୁ: ଭବିଷ୍ୟତ ଗଢିବାରେ ବାଟ ଓଗାଳୁଛି ପାଠାଗାର ପରିସ୍ଥିତି; ମିଳୁନି ସ୍ଥାୟୀ ଠିକଣା, ହନ୍ତସନ୍ତ ଛାତ୍ରଛାତ୍ରୀ
ସୂଚନାଯୋଗ୍ୟ, ୧୯୮୭ ମସିହାରେ ଆରମ୍ଭ ହୋଇଥିଲା ପଣ୍ଡିତ ବିଶ୍ଵନାଥ ପାଠାଗାର । ପ୍ରତିଦିନ ଏଠାକୁ ୩ ଶହରୁ ଊର୍ଦ୍ଧ୍ୱ ପାଠକ ଆସି ପାଠ ପଢୁଥିଲେ । ଏବେ ଏହି ଅସ୍ଥାୟୀ ପାଠାଗାରରେ ବ୍ୟାପକ ସମସ୍ୟା ଯୋଗୁଁ ଦିନକୁ ଦିନ ପାଠକଙ୍କ ସଂଖ୍ୟା ଢେର କମିବାରେ ଲାଗିଛି । ସେପଟେ ପାଠାଗାରର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଉପରେ ପ୍ରତିଶୃତି ମିଳୁଛି କିନ୍ତୁ କାମ ହେଉନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ସ୍ଥିତିରେ ଯଦି ଏହି ପାଠାଗାର ପାଇଁ କୌଣସି ପଦକ୍ଷେପ ନିଆନଯାଏ ତେବେ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଧୂଳିସାତ ହେବାକୁ ଏଡାଇ ଦିଆଯାଇନପାରେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.