ETV Bharat / state

ବିଦାୟ ନେଲେ ବିଜୟ ସାର, ଲୁହରେ ଭିଜିଲା ବିଦ୍ୟାଳୟ ପରିସର - Farewell To Teacher - FAREWELL TO TEACHER

Students Bid Emotional Farewell To Teacher: ଦୀର୍ଘ 30 ବର୍ଷ ଧରି ଭୈରବୀ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ଶିକ୍ଷାଦାନ କରିଆସୁଥିଲେ ସହକାରୀ ଶିକ୍ଷକ ବିଜୟ କୁମାର ଦାଶ । ଶିକ୍ଷକଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନାରେ ଭାବବିହ୍ବଳ ବିଦ୍ୟାଳୟ ପରିସର । ଅଧିକ ପଢ଼ନ୍ତୁ

Students Bid Emotional Farewell To Teacher
Students Bid Emotional Farewell To Teacher (ETV Bharat Odisha)
author img

By ETV Bharat Odisha Team

Published : Jun 10, 2024, 9:41 PM IST

ନିଆଳି: ମଣିଷ ତିଆରି କାରଖାନାର ସେ ଥିଲେ ବିନ୍ଧାଣି । ଆଜି ସେ ବିନ୍ଧାଣିଙ୍କ ଅବସର ନେବାର ସମୟ ଆସିଯାଇଛି । ସମସ୍ତଙ୍କ ଆଖି ଲୁହରେ ଛଳ ଛଳ । ଗୁରୁ ଓ ଶିଷ୍ୟ ପରମ୍ପରା ଧିରେ ଧିରେ ଅବକ୍ଷୟ ହେବାକୁ ଯାଉଥିଲେ ମଧ୍ୟ ଏବେ ବି କେତେକ ସ୍ଥାନରେ ଏହି ପରମ୍ପରା ଉଜ୍ଜୀବିତ ଥିବା ଦେଖିବାକୁ ମିଳିଛି । ଶିକ୍ଷାଦାନ ସାରି ଅବସର ନେଉଥିବା ବେଳେ ଶିଷ୍ୟମାନଙ୍କର ଗୁରୁଙ୍କ ପ୍ରତି ଆଗାଢ ସମ୍ମାନ ଓ ଭଲ ପାଇବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ପଞ୍ଚାୟତସ୍ଥିତ ଭୈରବୀ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ।‌

Students Bid Emotional Farewell To Teacher (ETV Bharat Odisha)

ଦୀର୍ଘ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭୈରବୀ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ଶିକ୍ଷାଦାନ କରିଆସିଥିଲେ ସହକାରୀ ଶିକ୍ଷକ ବିଜୟ କୁମାର ଦାଶ । ଆଜି ବିଜୟ ସାର ଅବସର ନେଉଥିବେ ବେଳେ ବିଦାୟ କାଳିନ ଦୃଶ୍ୟ ଥିଲା ଅତ୍ୟନ୍ତ ଭାବ ବିହ୍ଵଳିତ । ଉପସ୍ଥିତ ପୁରାତନ ଓ ବର୍ତମାନ ଛାତ୍ର ଓ ଛାତ୍ରଙ୍କ ଆଖିରୁ ଝରି ଆସୁଥିଲା ଲୁହ । ଝଡ ବର୍ଷା ଓ ଖରାକୁ ଖାତିର ନ କରି ଅହରହ ୩୦ ବର୍ଷ 3 ମାସ ଧରି ଶ୍ରୀ ଜଗନ୍ନାଥ ବିଦ୍ୟାପୀଠରେ ନିଜକୁ ସମର୍ପଣ କରିଥିଲେ ବିଜୟ ସାର । ତାଙ୍କ ଚାକିରି କାଳ ମଧ୍ୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ତିଆରି କରିଛନ୍ତି । ଦେଶ, ବିଦେଶ ଏବଂ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି ।‌ ଆଜି ସେହି ମଣିଷ ତିଆରି ଭଗବାନଙ୍କ ଅବସରରେ ସମୟ ଆସିଛି । ଯାହାକୁ ନେଇ ସ୍କୁଲ ପରିବେଶରେ ସମସ୍ତଙ୍କ ଆଖି ଲୁହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ... 16 ବର୍ଷ ଧରି ଗାଁ ସ୍କୁଲରେ ପଢାଉଥିଲେ, ବଦଳି ପରେ ଗିଫ୍ଟରେ ମିଳିଲା ବାଇକ୍

ଏହା ଅବସରରେ ବିଜୟ ସାର କହିଛନ୍ତି ଯେ, କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଯେମିତିକି ଗୁରୁତ୍ବ ବହନ କରନ୍ତି, ଦଶମ ଫେଲ ପିଲା ତାଙ୍କ ପାଇଁ ସେତିକି ଗୁରୁତ୍ବ ବହନ କରିଥାନ୍ତି । କାରଣ ହେଉଛି ଅଞ୍ଚଳର ଚାଷ ସମ୍ଭାଳିବା ଏବଂ ଛୋଟ ମେକାନିକା ମଧ୍ୟ ହୋଇ ନିଜର ପରିଚୟ ତିଆରି କରି ପାରିଛନ୍ତି । ଏଥିପାଇଁ ସେ ଗର୍ବିତ । ଏହି ଅବସରରେ ପୂର୍ବତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଜୟ ସାରଙ୍କୁ ଗାଡ଼ି ଠାରୁ ଆରମ୍ଭ କରି ଘର କରଣା ଭଳି ଅନେକ ଉପକରଣ ଉପହାର ସ୍ବରୁପ ଦେଇଛନ୍ତି । ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ବିଜୟ ସାରଙ୍କୁ ବିଦାୟ ଦେବା ଘଟଣା ବାଲିପାଟଣା ବ୍ଲକ ଆଳିଶି ପଞ୍ଚାୟତ ଅଞ୍ଚଳରେ ଏକ ଭାବ ବିହ୍ଵଳିତ ପରିବେଶ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.