ଭୁବନେଶ୍ବର: ଆରମ୍ଭ ହୋଇଛି ୩ ଦିନିଆ 'ଭୁବନେଶ୍ୱର କାହାଣୀ ଉତ୍ସବ' ବା 'ଭୁ-ଫେଷ୍ଟୋ' । ରାଜ୍ୟରେ ପ୍ରଥମଥର ବିଶ୍ଵ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବାବେଳେ ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଛି ଭୁଫେଷ୍ଟ। ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଟି ପାର୍କରେ ଆରମ୍ଭ ହୋଇଛି ଭୂ-ଫେଷ୍ଟ । ଯେଉଁ ଉତ୍ସବରେ କାହାଣୀର ସମ୍ଭାର ଦେଖିବାକୁ ଶୁଣିବାକୁ ପାଇବେ ସହରର କୁନିକୁନି ଛାତ୍ରଛାତ୍ରୀ । ଏହି ପାର୍କ ଗୁଡିକରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିବେ ରାଜଧାନୀବାସୀ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ବକୁଳ ଫାଉଣ୍ଡେସନ ପକ୍ଷରୁ ଏହି କାହାଣୀ ଉତ୍ସବର ଆୟୋଜନ କରାଯାଇଛି । ପ୍ରତିଦିନ ଦିନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ l
ଭୁବନେଶ୍ୱରର ୪ଟି ପାର୍କ ଯେପରିକି ଇନ୍ଦିରାଗାନ୍ଧୀ ପାର୍କ, ଏପିଜେ ଅବଦୁଲ କାଲାମ ପାର୍କ , ବୁଦ୍ଧ ଜୟନ୍ତୀ ପାର୍କ ଓ କଳାଭୂମିଠାରେ ଏହି କାହାଣୀ ଉତ୍ସବର ଆୟୋଜନ କରାଯାଇଛି । ତେବେ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ହେଉଥିବାବେଳେ ଭାଷାର ଶୀର୍ଷକକୁ ନେଇ ଅନେକ ସୁନ୍ଦର ସୁନ୍ଦର ସଚେତନତା ଧର୍ମୀ କାହାଣୀ କହିଛନ୍ତି କାହାଣୀକାର । ଆଜି ହେଉଛି ଏହି ଭୁବନେଶ୍ୱର କାହାଣୀ ଉତ୍ସବର ପ୍ରଥମ ଦିନ । ତେବେ ପ୍ରଥମ ଦିନରେ ଇନ୍ଦିରାଗାନ୍ଧୀ ପାର୍କରେ କାହାଣୀ କହିଛନ୍ତି ଶାଶ୍ୱତୀ ପଟ୍ଟନାୟକ, ପ୍ରାଚୀତାରା, କୁନା ତ୍ରିପାଠୀ, ତପସ୍ୱିନୀ ପଣ୍ଡା, ସୁଜାତା ପ୍ରିୟମ୍ବଦା, ଶାଶ୍ୱତୀ ନନ୍ଦ ଶତପଥୀ । ସେମାନେ ନିଜର ସୁମଧୁର ଗଳ୍ପକୁ ବେଶ କୌତୁହଳ ଓ ମଜାଳିଆ ଢଙ୍ଗରେ ପିଲାମାନଙ୍କୁ ବୁଝାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ
ଏହା ବି ପଢନ୍ତୁ...ସରକାରୀ କାର୍ଯ୍ୟାଳୟ ଓ ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ
ସେହିପରି ଆଜି ବୁଦ୍ଧ ଜୟନ୍ତୀ ପାର୍କରେ କାହାଣୀକାର ରହିଥିଲେ ହୃଦୟ ରଞ୍ଜନ, ମୀରା ଦାସ, ଅଙ୍କିତା ପଟ୍ଟନାୟକ, ରିତେନ ପଟ୍ଟନାୟକ, ଗୌରହରି ବିଶ୍ଵାଳ ଓ ବସନ୍ତ ସାହୁ । ସେହିପରି କଳାଭୂମିଠାରେ କାହାଣୀକାର ଥିଲେ ଶିବାନୀ ଦାସ, ବିଦ୍ୟୁତ ଲତା ପାଣିଗ୍ରାହୀ, ସ୍ଵାଗତିକା ସେଠୀ, ସବିତା ପଟ୍ଟନାୟକ, ଆକାଶ ଦାସ ନାୟକ ଓ ଯଶସ୍ୱିନୀ ମହାପାତ୍ର । ଅନ୍ୟପଟେ ଏପିଜେ ଅବଦୁଲ କାଲାମ ପାର୍କରେ ଲୋପାମୁଦ୍ରା ମହାନ୍ତି, ସନ୍ତକାର, ସତ୍ୟବ୍ରତ ମହାପାତ୍ର, ବର୍ଷା ମିଶ୍ର , ସମ୍ପଦ ମହାପାତ୍ର, ରାବଣ ଓ ଛାୟା ପ୍ରମୁଖ କାହାଣୀକାର ଭାବେ ପିଲାଙ୍କୁ କାହାଣୀ ଶୁଣାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର