ETV Bharat / state

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ - Stone Fells From Puri Sri Mandir

Stone falls Off Jagannath Temple: ଶ୍ରୀମନ୍ଦିରରୁ ଖସିଲା ପଥର । ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟରେ ଖସିଲା ପଥର । ବଡ଼ ଦେଉଳର ସଂରକ୍ଷଣ କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ । ଅଧିକ ପଢ଼ନ୍ତୁ

Stone Fells From Puri Sri Mandi
Stone Fells From Puri Sri Mandi
author img

By ETV Bharat Odisha Team

Published : Mar 9, 2024, 9:27 AM IST

Updated : Mar 9, 2024, 12:39 PM IST

Stone falls Off Jagannath Temple

ପୁରୀ: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର । ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟରେ ପଥର ଖସିଥିବା କୁହାଯାଉଛି । ଏହି ଘଟଣାରେ କୌଣସି ଭକ୍ତ କି ସେବାୟତ ଆହତ ହୋଇନାହାନ୍ତି । ବିଳମ୍ୱିତ ରାତିରେ ମନ୍ଦିରରୁ ପଥର ଖସିଥିବା ଅନୁମାନ କରାଯାଉଛି । ଏନେଇ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏଏସ୍‌ଆଇ ଓ ରାଜ୍ୟ ସରକାର କହି ଆସୁଛନ୍ତି । କିନ୍ତୁ ବଡ ଦେଉଳର ସଂରକ୍ଷଣ କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଗତ କିଛଦିନ ତଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା । ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଫାଟି ଯାଇଛି । ଏଠାରେ ଲାଗିଥିବା ପଥରରେ ଏକାଧିକ ଫାଟ ରହିଛି । ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି । ଆଗାମୀ ଦିନରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଗୁମୁଟ ଭୁଷୁଡି ପଡ଼ିବାର ଆଶଙ୍କା କରାଯାଇଛି । ସେପଟେ ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର, ଏଏସ୍‌ଆଇର ଅବହେଳା ପାଇଁ ଶ୍ରୀମନ୍ଦିର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଥିବା ଭକ୍ତ ଅଭିଯୋଗ କରିଥଲେ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରୁ ଖସିଲା ପଥର, ମନ୍ଦିରର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ମନ୍ଦିର ଉତ୍ତର ଦ୍ଵାର ଗୁମୁଟରେ ଫାଟ ନେଇ ଏଏସ୍‌ଆଇ ଅଧିକାରୀ କହିଥିଲେ, "ଗୁମୁଟର ତଳ ପାର୍ଶ୍ୱରେ ଥିବା ଫାଟର ଅନୁଧ୍ୟାନ କରଯାଇଛି । ଏସ୍‌ଆଇର ନିୟମ ଅନୁଯାୟୀ ଏହାର ମରାମତି ହେବ । ନହେଲେ ଏହାକୁ ବଦଳା ଯାଇ ନୂଆ ପଥର ଦିଆଯିବ ।" ତେବେ ଏହି ଫାଟ ଯୋଗୁଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟକୁ କୌଣସି ବିପଦ ନଥିବା ଏଏସ୍‌ଆଇ ଅଧିକାରୀ କହିଥିଲେ । ତେବେ ପୁଣି ଶ୍ରୀମନ୍ଦିରରୁ ପଥର ଖସିବାରୁ ଏଏସଆଇ ଉପରେ ଭକ୍ତ ଓ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । 2022 ଅକ୍ଟୋବର ମାସରେ ବେହରଣ ଦ୍ୱାର ଓ ମୁଦଲି ଦ୍ୱାର ମଝିରେ ତଥା ଜେଟିପି ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ପଥର ପଡ଼ିଥିଲା । ପଥରଟି ପ୍ରାୟ ଦେଢ ଫୁଟ ଲମ୍ବର ଥିଲା ।

ଇଟିଭି ଭାରତ, ପୁରୀ

Last Updated : Mar 9, 2024, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.