ETV Bharat / state

ଥାଇଲାଣ୍ଡ ଯିବେ 'ସାହସ' ପ୍ରତିନିଧି, ପ୍ରଦର୍ଶିତ ହେବ BSKY ଲିଙ୍ଗଗତ ସମାନତା ପୋଷ୍ଟର

author img

By ETV Bharat Odisha Team

Published : Feb 25, 2024, 9:51 PM IST

SHAS Officials Thailand Visit:ଥାଇଲାଣ୍ଡରେ ପିଏମଏସି ୨୦୨୪ ଅନୁଷ୍ଠିତ ହେବ । ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ସମାନତା ପୋଷ୍ଟର ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

ଥାଇଲାଣ୍ଡ ଯିବେ 'ସାହସ' ପ୍ରତିନିଧି , ପ୍ରଦର୍ଶିତ ହେବ BSKY ଲିଙ୍ଗଗତ ସମାନତା ପୋଷ୍ଟର

ଭୁବନେଶ୍ବର: ଷ୍ଟେଟ ହେଲଥ୍ ଆସ୍ୟୋରାନସ୍ ସୋସାଇଟି ବା 'ସାହାସ' ପ୍ରତିନିଧି ମାନେ ଥାଇଲାଣ୍ଡ ଗସ୍ତରେ ଯିବେ । ସ୍ବାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ କରାଯିବ । ଥାଇଲାଣ୍ଡରେ ପିଏମଏସି ୨୦୨୪ ଅନୁଷ୍ଠିତ ହେବ । ସେଠାରେ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ଇକୁଇଟି ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ କରିବେ । ଏହି 'ସାହସ' ଅଧିକାରୀଙ୍କ ଉପସ୍ଥାନକୁ ମୂଲ୍ୟବାନ ଜ୍ଞାନ ଏବଂ ନେଟୱାର୍କିଂ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିବ । ସ୍ବାସ୍ଥ୍ୟ ବିଭାଗ ଏବଂ ଏଚଏସଟିପି ମିଳିତ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛି । ଏନେଇ ଆଜି (ରବିବାର) ଦିନ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ କମ୍ପ୍ରିହେନସିଭ୍ ପ୍ରାଇମେରି ହେଲଥ୍ କେୟାରକୁ ଅଧିକ ସଶକ୍ତ କରିବା ଦିଗରେ ଅଧିକରୁ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । କମ୍ପ୍ରିହେନସିଭ୍ ପ୍ରାଇମେରି ହେଲଥ୍ କେୟାର ସୁଦୃଢ ହେଲେ ଯାଇ ସେକେଣ୍ଡାରି ଓ ଟର୍ସିଆରି ସ୍ତର ଉପରେ ଚାପ କମ୍ ରହିବ । ଏହା ଜରିଆରେ ଲୋକଙ୍କ ପାଖକୁ ଚିକିତ୍ସା ସୁବିଧା ପହଞ୍ଚି ପାରିବ । କିଛି ଚିହ୍ନଟ ଜିଲ୍ଳାଗୁଡ଼ିକରେ ଜୁରୁରୀକାଳୀନ ଓ ଟ୍ରମା କେୟାର ସେବାକୁ ଆହୁରି ଉନ୍ନତ କରାଯିବା ଦିଗରେ ମଧ୍ୟ କାମ କରାଯିବ । ଯାହାକୁ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମନିଟର କରିବେ ।

ଏଚଏସଟିପି ଓ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମିଳିତ ଭାବେ କାମ କରିବ । ଏହା ସହ ରାଜ୍ୟରେ ଭେକ୍ଟର ବର୍ଣ୍ଣ ରୋଗର ଶୀଘ୍ର ସର୍ଭେଲାନସ୍, ଚିହ୍ନଟ ଓ ଚିକତ୍ସା ସେବାକୁ ବି ସୁଦୃଢ କରାଯିବ । ଏଚଏସଟିପିର ବୈଷୟିକ ସହାୟତାରେ ଏ ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରାଯିବ । ତେବେ ମୁଖ୍ୟତଃ ବିନା ପ୍ରେସକ୍ରମିସନ୍ ଔଷଧ ନ ଦେବା ନିୟମକୁ ତୃଣଭୂଳ ସ୍ତରରେ କାର୍ଯ୍ୟକାରୀ କରିବା ଦିଗରେ ମଧ୍ୟ କାମ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୨୦୨୪ରୁ FY 2029 ପର୍ଯ୍ୟନ୍ତ ରାଜ୍ୟରେ HSTPର ଭବିଷ୍ୟତ କାର୍ଯ୍ୟ ଯୋଜନା ଗଠନ କରିବା ଦିଗରେ କାର୍ଯ୍ୟ କରିବ । ଯାହାକି ଓଡିଶା ସ୍ୱାସ୍ଥ୍ୟ ସିଷ୍ଟମ୍ ଟ୍ରାନ୍ସଫର୍ମେସନ୍ ପଦକ୍ଷେପ ପାଇଁ ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବରେ ଗ୍ରହଣ କରିବ । ବିଶେଷ ଭାବରେ ଚାରୋଟି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟସେବା (CPHC)କୁ ମଜବୁତ କରିବା । ପୁନର୍ବାର ଉଦୀୟମାନ ଭେକ୍ଟର ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଉପରେ ଅଧ୍ୟୟନ । ଜରୁରୀକାଳୀନ ଏବଂ ଟ୍ରମା କେୟାର ସେବାକୁ ମଜବୁତ କରିବା ଆଦିକୁ ଗୁରୁତ୍ଵ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.