ETV Bharat / state

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ସ୍ୱାସ୍ଥ୍ୟମନ୍ତ୍ରୀ, ରୋଗୀଙ୍କୁ ଭଲ ଖାଦ୍ୟ ଓ ବ୍ୟବହାର କରିବାକୁ ନିର୍ଦ୍ଦେଶ - Health Minister At Capital Hospital

author img

By ETV Bharat Odisha Team

Published : Jun 24, 2024, 10:43 PM IST

Mukesh Mahaling Visits Capital Hospital: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀଙ୍କୁ ଭଲ ଖାଦ୍ୟ ଓ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

HEALTH MINISTER AT CAPITAL HOSPITAL
HEALTH MINISTER AT CAPITAL HOSPITAL (ETV Bharat Odisha)

ଭୁବନେଶ୍ବର: ଆଜି (ସୋମବାର) କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ହସ୍ପିଟାଲରେ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀମାନଙ୍କ ପାଇଁ କେଉଁ ବ୍ୟବସ୍ଥା କରାଯାଇଛି ଓ ରୋଗୀମାନଙ୍କ କିଭଳି ଚିକିତ୍ସା ଚାଲିଛି ସେ ବିଷୟରେ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଛନ୍ତି । ଆଜି କ୍ୟାପିଟାଲ ହସ୍ପିଟାଲ ଗସ୍ତ ବେଳେ ମାତ୍ର 50 ପ୍ରତିଶତ ବିଭାଗ ବୁଲିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ଆମ ପ୍ରାଥମିକତା । ଆମେ ଆଜି ରୋଗୀମାନଙ୍କ ସହ ଆଲୋଚନା କରିଛୁ । ହସ୍ପିଟାଲର ଲୋଡ୍‌ ବଢିଛି । କ୍ୟାମ୍ପସ, ବେଡ୍‌ ବୃଦ୍ଧି ହେବା ସହ ଭିତ୍ତିଭୂମି ବିସ୍ତାର କରାଯିବ । ଖାଦ୍ୟ ଭଲ କରିବା, ଭଲ ଭାବେ ଔଷଧ ବଣ୍ଟନ ସହ ରୋଗୀଙ୍କୁ ସହ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏକ ହଜାର ବେଡ୍‌କୁ 3 ହଜାର କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଆଗାମୀ 50 ବର୍ଷକୁ ନଜରରେ ରଖି 3 ହଜାର ବେଡ୍‌ର ଆଵଶ୍ୟକତା ରହିଛି । ହସ୍ପିଟାଲରେ ବର୍ତ୍ତମାନ ଥିବା ସମ୍ପୂର୍ଣ୍ଣ ବେଡ୍‌ ପାଇବା ସହ ଭଲ ପାର୍କିଂ ସୁବିଧା ପାଇଁ ଦାବି ଜଣାଯାଇଛି । ମାଷ୍ଟ୍ରର ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ କିହାଯାଇଛି । ତେବେ ଆଉ ଅଧିକ 20ଟି ବିଭାଗ ଆରମ୍ଭ କରିବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ; ମା'ଙ୍କ ହାତରୁ ଖାଇଲେ ପଖାଳ ସାଙ୍ଗକୁ ଶାଗଭଜା ଓ ବଡ଼ିଚୁରା... - Mohan Majhi Eats Home Cooked Food

ସୂଚନା ଅନୁଯାୟୀ, ରାଜ୍ୟ ସରକାର ସ୍ୱାସ୍ଥ୍ୟକୁ ନେଇ ଅନେକ ପଦକ୍ଷେପ ସହିତ ବିଭିନ୍ନ ଉଚ୍ଚମାନର ଯୋଜନା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ସମସ୍ତ ଛୋଟ ହସ୍ପିଟାଲ ଠାରୁ ଆରମ୍ଭ କରି ବଡ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କରାଯାଉଛି । କିଭଳି ଭାବରେ ରୋଗୀମାନଙ୍କୁ ଭଲ ଭାବରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଉଛି । ଏପଟେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଅନେକ ଉନ୍ନତି ଘଟିଛି । ନୂଆ ନୂଆ ବିଭାଗ ଖୋଲାଯାଇଛି । ଉଚ୍ଚ କୋଟିର ଅପରେସନ କରାଯାଉଛି । ନୂଆ ନୂଆ ଅତ୍ୟାଧୁନିକ ସରଞ୍ଜାମ ରହିଛି । ଏପରିକି ଅପରେସନ ପାଇଁ ମଡୁଲାର ଓଟି ଆରମ୍ଭ ହୋଇଛି । ମାତ୍ର ବର୍ଣ୍ଣ ୟୁନିଟରେ ସଠିକ ଭାବରେ ଚିକିତ୍ସା ମିଳୁନଥିବା ଫଳରେ ରୋଗୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.