ETV Bharat / state

କଳ୍ପନାଜଳ୍ପନାର ଅନ୍ତ, ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ - Advocate General Of Odisha - ADVOCATE GENERAL OF ODISHA

Advocate General Of Odisha: ଓଡିଶାର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି ପିତାମ୍ବର ଆଚାର୍ଯ୍ୟ । 45 ଦିନ ପରେ ନୂଆ ଏଜି ନିଯୁକ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Pitambar Acharya
Pitambar Acharya (ETV Bharat Odisha)
author img

By ETV Bharat Odisha Team

Published : Jul 19, 2024, 7:16 PM IST

Updated : Jul 19, 2024, 7:55 PM IST

ଭୁବନେଶ୍ବର/କଟକ: ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା । ଓଡିଶାର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି ପିତାମ୍ବର ଆଚାର୍ଯ୍ୟ । ରାଜ୍ୟପାଳ ପିତାମ୍ବର ଆଚାର୍ଯ୍ୟଙ୍କୁ ଓଡିଶାର ପରବର୍ତ୍ତୀ ଏଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

New Advocate General Of Odisha
New Advocate General Of Odisha (Odisha Government)

ମୋହନ ସରକାର ଆଜି ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଆଡ଼ଭୋକେଟ ଜେନେରାଲ ବା ଏଜିଙ୍କୁ ନିଯୁକ୍ତି ଦେଇଛନ୍ତି । ପୂର୍ବ ଏଜି ଅଶୋକ ପରିଜାଙ୍କ ଇସ୍ତଫା ଦେବାର ପ୍ରାୟ 45 ଦିନ ପରେ ନୂଆ ଏଜି ନିଯୁକ୍ତ ହୋଇଛନ୍ତି । ଦୀର୍ଘ ଦିନ ହେଲା ଏହି ସାମ୍ବିଧାନିକ ପଦ ପୂରଣ ହୋଇନଥିବାରୁ ସବୁ ଆଡୁ ସମାଲୋଚନାର ସାମ୍ନା କରୁଥିଲେ ମୋହନ ସରକାର । ଏନେଇ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଆଜି ନୂଆ ଏଜିଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଜି ପଦରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଇସ୍ତଫା ଦେଇଥିଲେ । ଫଳରେ ଜୁନ 5ରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଏହି ପଦର କାମଚଳା ଦାୟିତ୍ଵ ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ସାମ୍ବିଧାନିକ ପଦ ଲାଗି ରେସରେ ଥିଲେ ।

ପିତାମ୍ବର ଆଚାର୍ଯ୍ୟ କିଏ ?

ପିତାମ୍ବର ଆଚାର୍ଯ୍ୟ ରାଜ୍ୟ ବିଜେପି ଉପସଭାପତି ଓ ମୁଖପାତ୍ର ଥିଲେ । 2019 ନିର୍ବାଚନରେ ସେ ହିଞ୍ଜିଳି ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପିତାମ୍ବର ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । 90 ଦଶକରେ ବିଜେବି କଲେଜରେ ଛାତ୍ର ସଂଗଠନର ସଭାପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭରସିଟି ଲ' କଲେଜରୁ LLBରେ ସ୍ନାତକ ହାସଲ କରିଛନ୍ତି । ପିତାମ୍ବର ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ନିଜର ବୃତ୍ତିଗତ ଜୀବନ ଜଣେ ସମ୍ବାଦିକ ଭାବରେ ଆରମ୍ଭ କରିଥିଲେ ପିତାମ୍ବର ଆଚାର୍ଯ୍ୟ । ତିନି ଦଶନ୍ଧି ଧରି ଓଡ଼ିଶା ହାଇକୋର୍ଟରେ ଜଣେ ଆଡଭୋକେଟ୍ ଭାବରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ଏଜିଙ୍କ କ୍ଷମତା ଓ କାର୍ଯ୍ୟ କଣ ?

ହାଇକୋର୍ଟରେ ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ଏଜି ଏକ ସାମ୍ବିଧାନିକ ପଦ । ଆଇନଗତ ମାମଲାରେ ଏଜି ସରକାରଙ୍କ ପ୍ରମୁଖ ପରାମର୍ଶଦାତା । ଯଦି କୌଣସି ପ୍ରସଙ୍ଗରେ ହାଇକୋର୍ଟ ଜାଣିବାକୁ ଚାହିଁଥାନ୍ତି, ତେବେ ସେ ଆଡ଼ଭୋକେଟ ଜେନେରାଲଙ୍କୁ ପଚାରିଥାନ୍ତି । କୌଣସି ଆଇନ, ନିୟମ, ଅଧ୍ୟାଦେଶକୁ ଅସିଦ୍ଧ ଘୋଷଣା ପାଇଁ ମାମଲା ଦାୟର ହୋଇଥାଏ, ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଡଭୋକେଟ ଜେନେରାଲ ସ୍ପଷ୍ଟ କରିଥାନ୍ତି । କେଉଁ ମାମଲାରେ ରାଜ୍ୟ ସରକାର ଅପିଲ ଦାୟର କରିବେ, ପୁନର୍ବିଚାର ଆବେଦନ କରିବେ ବା ସୁପ୍ରିମକୋର୍ଟ ଯିବେ ସେ ନେଇ ଆଡଭୋକେଟ ଜେନେରାଲ ଆଇନଗତ ପରାମର୍ଶ ଦେଇଥାନ୍ତି । ବିଧାନସଭାରେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ବସିବା ଓ ବକ୍ତବ୍ୟ ରଖିବାର ଅଧିକାର ରହିଛି ।

ଏଜି ନିଯୁକ୍ତି ନେଇ ନୂଆ ସରକାରଙ୍କୁ ଘେରିଥିଲା ବିଜେଡି:

ତେବେ ରାଜ୍ୟରେ ନୂଆ ସରକାର ହେବା ପରେ ଆଡଭୋକେଟ ଜେନେରାଲ ନିଯୁକ୍ତିରେ ବିଳମ୍ବ ନେଇ ଶାସକ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ବିଜେଡି କହିଥିଲା ଯେ, ମୋହନ ସରକାରଙ୍କୁ ଶାସନ ଗାଦିରେ ବସିବାର ମାସାଧିକ କାଳ ହେଲାଣି । ହେଲେ ବିଜେପି ସରକାର ତାଙ୍କ ସାମ୍ବିଧାନିକ ଦାୟିତ୍ଵ ତୁଲାଇବାରେ ଅସମର୍ଥ । ପ୍ରଥମ କ୍ୟାବିନେଟରେ ହିଁ ଆଡଭୋକେଟ ଜେନେରାଲଙ୍କୁ ସରକାର ନିଯୁକ୍ତି ଦେବା କଥା । କିନ୍ତୁ ହାଇକୋର୍ଟଙ୍କ ଭର୍ତ୍ସନା ପରେ ମଧ୍ୟ ସରକାର ଅଥର୍ବ । ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାର ତାଙ୍କ ପକ୍ଷ ରଖୁନଥିବାରୁ ଓଡିଶାବାସୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରୁ ନାହିଁ । ସରକାର ଲୋକଙ୍କ ପାଇଁ ଚିନ୍ତିତ ନୁହଁନ୍ତି । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଆଜି ପିତାମ୍ବର ଆଚାର୍ଯ୍ୟ ନୂତନ ଆଡଭୋକେଟ ଜେନେରାଲ ନିଯୁକ୍ତି ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ସରକାରଙ୍କୁ ପୁରିଲାଣି ମାସେ, AG ନିଯୁକ୍ତି କେବେ ? ହାଇକୋର୍ଟଙ୍କ ତାଗିଦ ପରେ ବି ଚୁପ ସରକାର, ଘେରିଲେ ବିରୋଧୀ - Odisha Govt Advocate General

ପ୍ରଥମ ଆଡଭୋକେଟ ଜେନେରାଲ କିଏ ?

ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରେ ପ୍ରଥମ ଆଡଭୋକେଟ ଜେନେରାଲ ହୋଇଥିଲେ ଜଷ୍ଟିସ ବୀର କିଶୋର ରାୟ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ହୋଇଥିଲେ । ହାଇକୋର୍ଟର ବିଚାରପତି ହେବା ପାଇଁ ଯୋଗ୍ୟତା ଥିବା ଆଇନଜୀବୀଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦିଆଯାଏ । ଏଥିପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ଆଡଭୋକେଟ ଜେନେରାଲ ଏକ ସାମ୍ବିଧାନିକ ପଦ । ଭାରତୀୟ ସମ୍ବିଧାନରେ ଏଜିଙ୍କ ନିଯୁକ୍ତି ଓ ଦାୟିତ୍ବ ପ୍ରସଙ୍ଗରେ ଉଲ୍ଲେଖ ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର ଓ କଟକ

Last Updated : Jul 19, 2024, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.