ETV Bharat / state

ପିଏମ କିଷାନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଯଥାଶୀଘ୍ର ତାଲିକାଭୁକ୍ତ କରାଯାଉ: ମନମୋହନ - kisan samman nidhi yojana

author img

By ETV Bharat Odisha Team

Published : Jun 19, 2024, 10:34 PM IST

KISAN SAMMAN NIDHI YOJANA: ଗତକାଲି (ମଙ୍ଗଳବାର) ଦିନ ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଥିଲେ । ତେବେ ଏହି ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଯଥାଶୀଘ୍ର ତାଲିକାଭୁକ୍ତ କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢନ୍ତୁ

KISAN SAMMAN NIDHI YOJANA
KISAN SAMMAN NIDHI YOJANA (ETV Bharat Odisha)

ଭୁବନେଶ୍ବର: ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକାରୁ ବଞ୍ଚିତ ହିତାଧିକାରୀଙ୍କୁ ଯଥାଶୀଘ୍ର ତାଲିକା ଭୁକ୍ତ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି । ଗତକାଲି (ମଙ୍ଗଳବାର) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ବରଗଡ଼ରେ ରାଜ୍ୟ ସରକାର ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି । ଏଥିପାଇଁ ବରଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବିଶାଳ ରୋଡ୍ ସୋ କରିଥିଲେ ।

ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିକଶିତ ଭାରତର ସଂକଳ୍ପ ପୂରଣ ପାଇଁ କୃଷି କ୍ଷେତ୍ରରେ ବିିକାଶ ନିହାତି ଜରୁରୀ । କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଅନେକ କୃଷକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି । ପିଏମ କିଷାନ ସମ୍ମାନ ନିଧି ଯୋଜନା ଏଥି ମଧ୍ୟରୁ ଅନ୍ୟତମ । ବିଶେଷ ଭାବେ ଓଡିଶା ଭଳି କୃଷିଭିତିକ ରାଜ୍ୟର ଚାଷୀ ମାନେ ଏହି ଆର୍ଥୀକ ସହାୟତା କାରଣରୁ ଲାଭାନ୍ୱିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦାୟୀତ୍ୱ ନେବା ପରେ ଆଜି ୧୭ତମ କିସ୍ତି ପିଏମ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୩ କୋଟି ଚାଷୀଙ୍କ ବ୍ୟାକଂ ଆକାଉଣ୍ଟକୁ ସିଧାସଳଖ ୨୧ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ଅନ୍ତର୍ଗତ ଓଡିଶାର ୩୧.୬୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ।

ଏହା ମଧ୍ୟ ପଢନ୍ତୁ ......ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ 20ହଜାର କୋଟି ଟଙ୍କା - PM Kisan Samman Nidhi Yojana

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକାରୁ ବଞ୍ଚିତ ହିତାଧିକାରୀଙ୍କୁ ଯଥାଶୀଘ୍ର ତାଲିକା ଭୁକ୍ତ କରାଯାଉ । ପୂର୍ବ ସରକାରରେ ପିଏମ କିଷାନ ଯୋଜନାର ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ପାତରଅନ୍ତର କାରଣରୁ ଅନେକ ଚାଷୀମାନେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥୀକ ସହାୟତା ପାଇବାରୁ ବଞ୍ଚିତ ହେଉଥିଲେ । ଓଡିଶାବାସୀଙ୍କ ଆସ୍ଥା କାରଣରୁ ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ସମ୍ଭବ ହୋଇଛି । ଚାଷୀ ଭାଇ ଓ ଭଉଣୀଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସର୍ବଭାରତୀୟ ସ୍ତରରେ ଓଡିଶାର ଚାଷୀଙ୍କ ଆୟକୁ ଏକ ନମ୍ବର କରିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.