ETV Bharat / state

ଡାକ୍ତର ଅଭାବରୁ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ - Veterinary Medical

Staff shortage in Veterinary Medical: 22ଟି ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ 3 ବର୍ଷରୁ ଅଧିକ ସମୟ ହେବ ପଶୁ ଡାକ୍ତରଙ୍କ ଅଭାବ ହେତୁ ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ତାଲା ଝୁଲୁଛି । ଅଧିକ ପଢ଼ନ୍ତୁ,

ବିପଦରେ ପଶୁ ସମ୍ପଦ
ବିପଦରେ ପଶୁ ସମ୍ପଦ
author img

By ETV Bharat Odisha Team

Published : Mar 17, 2024, 10:52 PM IST

ବିପଦରେ ପଶୁ ସମ୍ପଦ

ନିମାପଡ଼ା: ପୁରୀ ଜିଲ୍ଲା ପିପିଲି ବ୍ଲକରେ ବିପଦ ମୁଁହା ହେଉଛନ୍ତି ପଶୁ । ପିପିଲି ବ୍ଲକର 25 ପଞ୍ଚାୟତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ନିର୍ମାଣ କରିଛନ୍ତି 22ଟି ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ର । ହେଲେ ଦୀର୍ଘ 3 ବର୍ଷରୁ ଅଧିକ ସମୟ ହେବ ପଶୁ ଡାକ୍ତରଙ୍କ ଅଭାବ ହେତୁ ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ତାଲା ଝୁଲୁଛି । ଫଳରେ କେଉଁଠି ସ୍ବାସ୍ଥ୍ୟକେନ୍ଦ୍ର ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଲାଣି ତ ଆଉ କେଉଁଠି ଉପକରଣ ଖତ ଖାଉଛି ।

ପିପିଲି ବ୍ଲକର ଚନ୍ଦ୍ରାଦେଇପୁର, ଜସୁଆପୁର, ନୂଆହାଟ, ମକୁନ୍ଦପୁର, ମଙ୍ଗଳପୁର, ହାଟସାହି, ସହଜପୁର, ତେଇସିପୁର ଭଳି ଅନେକ ପଞ୍ଚାୟତରେ ସମୁଦାୟ 22ଟି ସେଣ୍ଟର ମଧ୍ୟରୁ 17ଟି କେନ୍ଦ୍ରରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି । ବ୍ଲକରେ 22 ଜଣ ପ୍ରାଣୀ ଚିକିତ୍ସା ନିରୀକ୍ଷକ ନିୟୋଜିତ ହେବା କଥା, ହେଲେ ମୁଖ୍ୟ ଚିକିତ୍ସା ଅଧିକାରୀ ଆଲୋକ ମିଶ୍ରଙ୍କ ସମେତ ମାତ୍ର 7 ଜଣ ପଶୁ ଡାକ୍ତର ହିଁ ପୁରା ପିପିଲିର ଗୋରୁ, ଗାଈ, ଛେଳି, ମେଣ୍ଢା, ମଇଁଷି, କୁକୁର ଏବଂ ବିଲେଇଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଯାହା ସମ୍ଭବ ହେଉନାହିଁ । ପିପିଲି ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାନ୍ଧରେ ଏବେ 30 ହଜାରରୁ ଊର୍ଦ୍ଧ୍ବ ଗାଈ ଗୋରୁ, 20 ହଜାରରୁ ଊର୍ଦ୍ଧ୍ବ ଛେଳି ମେଣ୍ଢା, 3 ଶହରୁ ଊର୍ଦ୍ଧ୍ବ ମଇଁଷି, 4 ଶହରୁ ଊର୍ଦ୍ଧ୍ବ ଘୁଷୁରୀ ସମେତ ହଜାର ହଜାର ସଂଖ୍ୟାରେ ରାସ୍ତା ଘାଟରେ ବୁଲୁଥିବା ବୁଲା କୁକୁର, ବିରାଡ଼ିଙ୍କ ଦାୟିତ୍ବ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... କର୍ମଚାରୀ ଅଭାବ ପାଇଁ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ

ସରକାରଙ୍କ ଆନ୍ତରିକତା ଅଭାବ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅବହେଳା ପାଇଁ ପିପିଲିରେ ଏବେ ପଶୁମାନେ ବିପଦ ମୁହାଁ ବୋଲି ଅଭିଯୋଗ ଆଣୁଛନ୍ତି ସ୍ଥାନୀୟ ଲୋକେ । ଏପଟେ ଅଞ୍ଚଳବାସୀ ଅନେକ ଅଭିଯୋଗ କଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁନଥିବା କୁହାଯାଇଛି । ବାଧ୍ୟ ହୋଇ ସେମାନେ ଗୃହପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ବେସରକାରୀ ଭାବରେ ବାହାରେ ଅଧିକ ଟଙ୍କା ଖର୍ଚ୍ଚ କରି କରାଉଛନ୍ତି । ଏହିସବୁ ଅଭିଯୋଗକୁ ସ୍ବୀକାର ମଧ୍ୟ କରିଛନ୍ତି ନିଜେ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଆଲୋକ ମିଶ୍ର । ଏପଟେ ଗୋପାଳକ ଅଞ୍ଚବାସୀ ଅଭିଯୋଗ ଆଣୁଛନ୍ତି ଯେ, ‘‘ଆମ ବିଧାୟକ ଲୋକପ୍ରତିନିଧି ମାନେ ଚେଷ୍ଟା କରୁନାହାନ୍ତି ।" ଏହି ସମସ୍ୟାର ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.