ETV Bharat / state

ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ, ଜାଣନ୍ତୁ କଣ ରହିଛି କାରଣ - Show Cause Notice To Servitor

author img

By ETV Bharat Odisha Team

Published : Jul 30, 2024, 9:33 PM IST

Show Cause Notice To Daitapati Servitor: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାକୁ ବିରୋଧ କରିଛନ୍ତି ଦଇତାପତି ନିଯୋଗ । ତେବେ କଣ ଏହା ପଛର କାରଣ ? ଅଧିକ ପଢ଼ନ୍ତୁ

Show Cause Notice To Daitapati Servitor
Show Cause Notice To Daitapati Servitor (ETV Bharat Odisha)

ପୁରୀ: ବାହୁଡ଼ା ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଉକ୍ତ ଅନଧିକୃତ ସେବାୟତଙ୍କୁ ରଥରେ ଚଢାଇବା ପାଇଁ ସହଯୋଗ କରିଥିବା ଜନୈକ ବରିଷ୍ଠ ଦଇତାପତି ସେବାୟତ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ପ୍ରଶାସନ ନୋଟିସ ଜାରି କରିବା ଏକ ପାଖିଆ କହିବା ସହ ଏହା ଏକ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ଦଇତାପତି ସେବାୟତ ।

ଅଣ-ସେବାୟତଙ୍କୁ ନୋଟିସ:-

ରଥଯାତ୍ରାର ସମସ୍ତ ନିୟମାବଳୀକୁ ଉଲ୍ଲଘଂନ କରି ଅଣ-ସେବାୟତଙ୍କୁ ଜଣେ ଦଇତାପତି ସେବାୟତ ରଥରେ ଚଢାଇବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି । ୭ ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେହିପରି ଏ ସଂକ୍ରାନ୍ତରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉକ୍ତ ଦଇତାପତି ସେବାୟତଙ୍କ ସମସ୍ତ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଚିଠି କରାଯାଇଛି ।

ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ଦୁଃଖଦାୟକ ଘଟଣା:-

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନୋଟିସ ଜାରି ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ବିନାୟକ ଦାସ ମହାପାତ୍ର କହିଛନ୍ତି, "ପ୍ରତିବର୍ଷ ରଥଯାତ୍ରାରେ ଦଇତାପତିଙ୍କୁ ସହାୟକ ପାସ୍ ଜାରି କରାଯାଇଥାଏ । ସହାୟକମାନେ ବିଭିନ୍ନ କାର୍ଯ୍ୟରେ ଦଇତାପତିମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ସୁଭଦ୍ରାଙ୍କ ରଥ ଉପରେ ଚଢିଥିଲେ ତାଙ୍କ ନିକଟରେ ସହାୟକ ପାସ୍ ଥିଲା । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସହାୟକ ପାସ୍ ଉକ୍ତ ବ୍ୟକ୍ତିଙ୍କ ପାଖରେ ଥିବାବେଳେ ଏହାକୁ ନେଇ ଜନୈକ ଦଇତାପତିଙ୍କୁ ନୋଟିସ ଜାରି କରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ । ଏହି ପ୍ରସଙ୍ଗରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କୌଣସି ଆଲୋଚନା ନକରି ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିବା ଦୁଃଖଦାୟକ ଘଟଣା ।"

ନୋଟିସ୍ ପ୍ରତ୍ୟାହାର ପାଇଁ ଦାବି କରାଯିବ:

ବିନାୟକ ଦାସ ମହାପାତ୍ର ଏହା ମଧ୍ୟ କହିଛନ୍ତି, "ଆଗକୁ ଚିତାଲାଗି ଅମାବାସ୍ୟା ନୀତି ଥିବାବେଳେ ଏହା ପୂର୍ବରୁ ଦଇତାପତି ନିଯୋଗର ବୈଠକ ବସି ଏହି ନୋଟିସ ଉପରେ ଆଲୋଚନା ହେବ । ରଥଯାତ୍ରାରେ ଦଇତାପତି ନିଯୋଗ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏଭଳି ଏକ ଛୋଟ ଘଟଣାକୁ ନେଇ ଦଇତାପତି ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ଠିକ୍ ନୁହେଁ ଏବଂ ଏହାର ତୁରନ୍ତ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ ନିଯୋଗ ସମ୍ପାଦକଙ୍କ ନିକଟରେ ପହଞ୍ଚିନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...2024 ରଥଯାତ୍ରାରେ ବିଭ୍ରାଟ ପ୍ରସଙ୍ଗ; ଦୋଷ କାହାର ? ସେବାୟତ ନା ରାଜ୍ୟ ସରକାର.. - Rath Yatra 2024 Mismanagement

ରଥ ଉପରେ ଅଣ ସେବାୟତ ଚଢ଼ିବା ପ୍ରସଙ୍ଗକୁ ନେଇ ଏବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁମୁହିଁ ହୋଇଥିବା ବେଳେ ଏନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏବେ ଦେଖିବାର ଅଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଦଇତାପତି ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛି ନା ସେବାୟତଙ୍କ ଚାପରେ ମୁଣ୍ଡ ନୁଆଁଉଛି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.