ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶ୍ରୀମନ୍ଦିର ସେବାୟତଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି, ପ୍ରତି ଭାଗବତ ଟୁଙ୍ଗୀକୁ ୫୦ ହଜାର - Sri Mandira Servitor

Health Insurance Coverage For Sri Mandira Servitors Hiked: ଶ୍ରୀମନ୍ଦିର ସେବାୟତଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି କଲେ ରାଜ୍ୟ ସରକାର । ଅନ୍ୟପଟେ ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା ସହାୟତା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ସେବାୟତଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି

author img

By ETV Bharat Odisha Team

Published : Mar 12, 2024, 7:31 PM IST

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ସେବାୟତଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରାଯାଇଛି । ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର ।

ପୁରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଯୋଜନା ମଧ୍ୟରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟବୀମାରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯିବ । ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ଯଥା NEET, JEE ଓ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ । ବିଭିନ୍ନ କଲ୍ୟାଣ ଯୋଜନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । 5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଓ ପୁରୀ ଗସ୍ତ ସମୟରେ ମିଳିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ: ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବଢ଼ାଇଲେ ନବୀନ, ସରପଞ୍ଚଙ୍କୁ ମିଳିବ ୧୦ ହଜାର

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମହିଳା ସରକାରୀ କର୍ମଚାରୀ ପାଇବେ ଅଧିକ ୧୦ ଦିନ ଛୁଟି

ଭାଗବତ ଟୁଙ୍ଗୀକୁ ସହାୟତା: ଅନ୍ୟପଟେ ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ 50 ହଜାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର । ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ । ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ । ଆମ ରାଜ୍ୟରେ ଥିବା 7,200ଟି ଭାଗବତ ଟୁଙ୍ଗୀଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ 50 ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.