ETV Bharat / state

ମୋଦିଙ୍କ ରୋଡ଼ ସୋ: ଦିନ 2ଟା ପରେ ଗାଡି ଚଳାଇବା ମନା ! - PM MODI ROADSHOW - PM MODI ROADSHOW

SECURITY ARRANGEMENT FOR PM VISIT: ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କଲେ SPG କମାଣ୍ଡ । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ଅଧିକ ନଜର । ସେପଟେ ଦିନ 2ଟା ପରଠୁ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି । ଅଧିକ ପଢନ୍ତୁ

ମୋଦିଙ୍କ ରୋଡ଼ ଶୋ : SPG କମାଣ୍ଡଙ୍କଙ୍କ ରାଡାରରେ ରାମମନ୍ଦିର ଠାରୁ ବାଣୀବିହାର
ମୋଦିଙ୍କ ରୋଡ଼ ଶୋ : SPG କମାଣ୍ଡଙ୍କଙ୍କ ରାଡାରରେ ରାମମନ୍ଦିର ଠାରୁ ବାଣୀବିହାର (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 7:55 PM IST

ମୋଦିଙ୍କ ରୋଡ଼ ଶୋ : SPG କମାଣ୍ଡଙ୍କଙ୍କ ରାଡାରରେ ରାମମନ୍ଦିର ଠାରୁ ବାଣୀବିହାର (ETV Bharat Odisha)

ଭୁବନେଶ୍ବର: ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । SPG କମାଣ୍ଡଙ୍କ ରାଡାରରେ ରାମମନ୍ଦିର ଠାରୁ ବାଣୀବିହାର । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କରିଲେ ତନ୍ନତନ୍ନ ଯାଞ୍ଚ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପୂର୍ବରୁ ବାଣୀବିହାର ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି SPG କମାଣ୍ଡ । ଆସନ୍ତାକାଲି ଅପରାହ୍ନରେ ରାମ ମନ୍ଦିରରୁ ବାଣୀବିହାର ଯାଏଁ ହେବ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପାଖାପାଖି ଏକ ଘଣ୍ଟା ଧରି ହେବାକୁ ଥିବା ଏହି ରୋଡ ଶୋରେ ପବ୍ଲିକ୍, ମିଡିଆ, ଷ୍ଟେଜ, ଅର୍ଦ୍ଧନିର୍ମିତ ରାସ୍ତା, ଟ୍ରାଫିକ, ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଶୋ ରୁମ୍ ପ୍ରତିଟି ସ୍ଥାନକୁ ଦେଖୁଛନ୍ତି SPG କମାଣ୍ଡୋ ।

ଏଥିସହ ହାଇରାଇଜ ବିଲଡି ଓ ମାର୍କେଟ ଆଦିକୁ ମଧ୍ୟ ଯାଞ୍ଚ କରାଯାଉଛି । ସୁରକ୍ଷାକୁ ନଜରରେ ରଖି ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରୋଡ ଶୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ କରାଯିବା ସହ ବମ୍ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ମୁତୟନ ରହିବେ । ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ଜଣ ଏସିପି, ୪୧ ଜଣ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡାକଡି ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଚାରିଆଡେ ଚାଲିଛି ଜୋରଦାର ଚେକିଂ । ସହରରେ ହାଇଆଲର୍ଟ । ହୋଟେଲରେ ଅତିଥିଙ୍କର ମଧ୍ୟ କରାଯାଉଛି ଯାଞ୍ଚ ।

ଏନେଇ ଭୁବନେଶ୍ୱର ଗତକାଲି ଡିସିପି କହିଥିଲେ ଯେ, ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ଦିଗକୁ ଧ୍ୟାନ ଦିଆଯାଉଛି । ରୋଡ଼ ସୋ ପାଇ ରାସ୍ତାରେ କେଉଁ କେଉଁ ପ୍ରକାର‌ ଚ୍ୟାଲେଞ୍ଜ ଆସିପାରେ ସେ ନେଇ ଧ୍ୟାନ ଦିଆଯାଉଛି । ଯେହେତୁ ପ୍ରଧାନମନ୍ତ୍ରୀଙ୍କ ପାଇ ସବୁଠୁ ବେଶୀ ଥ୍ରେଟ ଅଧିକ ରହିଛି । ଥ୍ରେଟର ଦିଗକୁ ଦୃଷ୍ଟିରେ ରଖି ଯାଞ୍ଚ କରାଯାଉଛି । ଯେଉଁ ବିଡିଟି ଟିମ୍ ରହିଛନ୍ତି ଅର୍ଥାତ୍ ବମ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ବାର୍ଡ ସେମାନେ ଯାଞ୍ଚ କରୁଛନ୍ତି । ସମସ୍ତ ଗତିବିଧି ଉପରେ ନଜର ରଖାଯାଉଛି ଆଣ୍ଟି ସାର୍ବୋଟେଜ ଯାଞ୍ଚ ପ୍ରାଧାନ୍ୟ ଦିଆଯାଉଛି । ଅର୍ଥାତ୍ ସନ୍ଦିଗ୍ଧ ଗତିବିଧିକୁ ଅଧିକ ନଜର ଦିଆଯାଉଛି‌ । ହାଇରାଇଜ ବିଲଡିଂ ପୋଲିସ ଗାର୍ଡ ଦିଆଯାଉଛି । ପବ୍ଲିକ କ୍ରାଉଡ ମ୍ୟାନେଜମେଣ୍ଟ ପାଇ ଅଲଗା ଆରେଞ୍ଜମେଣ୍ଟ ବା ପୋଲିସ ଡିପ୍ଲୋୟ ବ୍ୟବସ୍ଥା କରାଯିବ । ରୋଡ ସୋ’ ପାଇଁ ଥିବା ରାସ୍ତାର ଆଖପାଖ ଯେତେ ଅଞ୍ଚଳ ଅଛି ସବୁକୁ ସାନିଟାଇଜ ବା ଚେକ୍ କରାଯାଉଛି ।

ସେହିପରି ସନ୍ଦିଗ୍ଧ ଲୋକ କେହି ରହୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହେଉଛି । ଯେହେତୁ ମେନ୍ ରୋଡ଼ ରହିଛି ପାଖରେ ହୋଟେଲ ଅଛି ଅନ୍ୟ ଆବାସିକ ସ୍ଥାନ ରହୁଛି । ବାହାର‌ ଲୋକ ମଧ୍ୟ ଅନେକ ରହୁଛନ୍ତି ସେମାନଙ୍କ ବିଷୟରେ ଜାଣିବା ଯାଞ୍ଚ କରାଯାଉଛି । ଏପରିକି ଲୋକଙ୍କୁ ମଧ୍ୟ ସୂଚନା ଦେବା ପାଇଁ କୁହାଯାଇଛି । ସମସ୍ତ ଅଞ୍ଚଳ ଯେପରି ସେଫ୍ ରହିବ ସେ ନେଇ ସୁରକ୍ଷା ବଳୟ ରହିବ ସେ ଦିଗକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ.....ରୋଡ ସୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ - SECURITY ARRANGEMENT FOR PM VISIT

ଯେହେତୁ ରୋଡ଼ ଶୋ ଦିନ ଅକ୍ଷୟ ତୃତୀୟା ରହିଛି । ସେନେଇ ଲୋକଙ୍କ ମାର୍କେଟରେ ଗହଣା ବା କିଣାକିଣି ପାଇଁ ମଧ୍ୟ ଭିଡ ରହିବ । ସେନେଇ ପୋଲିସ ତରଫରୁ ଟ୍ରାଫିକ ଆଡଭାଇ ଜାରି ରହିବ । ଅପରାହ୍ନ ପରଠୁ ସୁରକ୍ଷା ବଢାଯିବ, ନୋ ଭେଇକିଲ ଜୋନ ସହ ନୋ ଫ୍ଲାଇ ଜୋ ଘୋଷଣା ହେବ । ରାସ୍ତା ଉଭୟ ପାର୍ଶରୁ ବନ୍ଦ‌ ରହିବ ଗାଡି ଚଳାଚଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.