ETV Bharat / state

ସାର ମତେ ଚଲେଇ ଦିଅନ୍ତୁ, ମୁଁ ବି ସ୍କୁଲ ଯିବି ପାଠ ପଢିବି... - Two Handicapped at CM Grievance

author img

By ETV Bharat Odisha Team

Published : Jul 15, 2024, 10:22 PM IST

Two Handicapped at CM Grievance: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିରଳ ଦୃଶ୍ୟ । ସମସ୍ତଙ୍କୁ ହତବାକ୍‌ କଲା ଦୁଇ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ଗୁହାରି । ଅଧିକ ପଢନ୍ତୁ

Two Handicapped at CM Grievance
Two Handicapped at CM Grievance (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠର ଆଜି ଥିଲା ଦ୍ବିତୀୟ ଦିନ । 1700 ଲୋକେ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରାୟତଃ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । କିନ୍ତୁ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ଗୁହାରି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ସମସ୍ତଙ୍କୁ ହତବାକ କରିଦେଇଥିଲା । ବାପାମାଆଙ୍କ ସହିତ ଦୁଇ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ପହଞ୍ଚିଥିଲେ । ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ ।

TWO HANDICAPPED AT CM GRIEVANCE (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆକୁଳ ନିବେଦନ:-

"ସାର ମତେ ଚଲେଇ ଦିଅନ୍ତୁ । ମୁଁ ବି ସ୍କୁଲ ଯିବି ପାଠ ପଢିବି, ଖେଳିବି, ବୁଲିବି, ଦୌଡିବି ।" ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣେ ଭିନ୍ନକ୍ଷମ କୁନି ଝିଅ ଏଭଳି ନେହୁରା ସମସ୍ତଙ୍କୁ ହତବାକ କରିଥିଲା । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଅଠରବାଙ୍କ ଅଞ୍ଚଳର ଭିନ୍ନକ୍ଷମ ଭାଇ ସାନ୍ତନୁ ଭଉଣୀ ମାମାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ନିଜ ଇଚ୍ଛାବ୍ୟକ୍ତ କରିଥିଲେ । ପରିବାର କହିଲେ ବାପା ଶିବ ଶଙ୍କର ନାୟକ ଓ ମାଆ ନିରୁପମା ନାୟକ ଓ ଏହି ଦୁଇ ଭିନ୍ନକ୍ଷମ ଭାଇଭଉଣୀ । ଜନ୍ମରୁ ସବୁ ଠିକ ଥିଲା । ମାମାଲିକୁ 3 ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟରେ ପୀଡ଼ିତ ହେଲେ ଦୁଇଜଣ । ପଲ୍ଲୀରୁ ଦିଲ୍ଲୀ ସବୁ ଡାକ୍ତରଖାନାରେ ସମ୍ପତ୍ତି ବନ୍ଧା ରଖି ପିଲାଙ୍କୁ ସୁସ୍ଥ ରଖିବାରେ ଖର୍ଚ୍ଚ କରି ସାରିଛନ୍ତି ବାପାମାଆ । ହେଲେ ଆଶା, ଆଶଙ୍କା ଓ ନିରାଶ ଭିତରେ ଦିନ କାଟୁଛି ଏହି ପରିବାର ।

କଣ କହିଲେ ମୁଖ୍ୟମନ୍ତ୍ରୀ ?

ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତ ଓ ପ୍ରତିଶ୍ରୁତି ଏହି ଅସହାୟ ପରିବାର ମନରେ ନୂଆ ଆଶା ସଂଚାର କରିଛି । ବଡ଼ ବଡ଼ ଡାକ୍ତର ଓ ବିଶେଷଜ୍ଞ ସହିତ ପରୀକ୍ଷା ଆଲୋଚନା ପରେ ମଧ୍ୟ ରୋଗର କାରଣ କଣ ଜଣାପଡ଼ିନାହିଁ । ହେଲେ ମାମାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଦେଖା ସାକ୍ଷାତ ପରେ ଅଚଳ ଗୋଡ଼ ପୁଣି ସଚଳ ହେବ । ହ୍ବିଲ ଚେୟାର ଛାଡି ନିଜ ଗୋଡ଼ରେ ଚାଲିବ ବୁଲିବ ମାମାଲି । ସେ ଆଶା ବିଶ୍ବାସ ଦୁଇ ଭାଇ ଭଉଣୀଙ୍କ ମନରେ ସୃଷ୍ଟି ହୋଇ ସାରିଛି । ଆଜିର ଏହି ଭେଟଘାଟ ଦିଶାହୀନ ପରିବାରକୁ ନୂଆ ଦିଶା ଦେଖାଇଛି । ସରକାର ଦୁଇ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବିଭିନ୍ନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୋହନ ସରକାରଙ୍କ ସହାୟତାରେ ଏହି ଦୁଇ ଭିନ୍ନକ୍ଷମ ପିଲା ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ଆଶା ସଞ୍ଚାର ହୋଇଛି ।

ଏହା ବି ପଢନ୍ତୁ- ଜନତା ଦରବାରରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ, ଆଗକୁ RDC ସ୍ତରରେ ହେବ ଅଭିଯୋଗ ଶୁଣାଣି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.