ETV Bharat / state

Satkosia Tiger Reserve: ସାତକୋଶିଆକୁ ଆସିବେ ମହାବଳ, ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ - SATKOSIA TIGER RESERVE - SATKOSIA TIGER RESERVE

Satkosia Tiger Reserve: ସାତକୋଶିଆରେ ବାଘଙ୍କ ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ । ସୂଚନା ଦେଲେ ପିସିସିଏଫ । ଅଧିକ ପଢନ୍ତୁ

ସାତକୋଶିଆରେ ବାଘଙ୍କ ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’
ସାତକୋଶିଆରେ ବାଘଙ୍କ ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ (ETV Bharat Odisha)
author img

By ETV Bharat Odisha Team

Published : Sep 7, 2024, 9:50 AM IST

ଭୁବନେଶ୍ବର: ସାତକୋଶିଆରେ ପୁଣି ଶୁଣାଯିବ ମହାବଳ ବାଘର ଗର୍ଜନ । ସାତକୋଶିଆକୁ ଆସିବେ ମହାବଳ । ଏନେଇ ବନ ବିଭାଗ ପ୍ରସ୍ତୁତ ଜୋରଦାର ଆରମ୍ଭ କରିଛି । ଶିକାରୀଙ୍କ ଚିନ୍ତାରେ ବନ ବିଭାଗ । ସାତକୋଶିଆକୁ ସୁରକ୍ଷିତ ରଖିବା ପାଇଁ ନିୟୋଜିତ ହେବେ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’। ଯାହା ହେଉଛି ଓଡ଼ିଶାର ଦ୍ବିତୀୟ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’। NTPC ଗାଇଡଲାଇନ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ‘ପିସିସିଏଫ’ ସୂଚନା ଦେଇଛନ୍ତି ।

ସାତକୋଶିଆରେ ବାଘଙ୍କ ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’
ସାତକୋଶିଆରେ ବାଘଙ୍କ ସୁରକ୍ଷା କବଚ ସାଜିବ ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ (ETV Bharat Odisha)
ଆଉ ଖସିପାରିବେନି ଶିକାରୀ :-

ରାଜ୍ୟରେ ଅନେକ ଜଙ୍ଗଲ ମଧ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଅନେକ ସମୟରେ ଶିକାର କରି ଶିକାରୀ ଧରା ପଡ଼ୁଛନ୍ତି ଓ ଏପଟେ ଜଙ୍ଗଲ ମଧ୍ୟରେ କାଠ ଚୋରା ଚାଲାଣ କରି ମଧ୍ୟ ଧରା ପଡ଼ୁଛନ୍ତି । ଯାହାକୁ ଉଭୟ ଜଙ୍ଗଲ ମଧ୍ୟ ଜୀବଜନ୍ତୁଙ୍କ ସୁରକ୍ଷାରେ ରହିବେ ଟାଇଗର୍ ପ୍ରୋଟେକସନ୍ ଫୋର୍ସ । ଏହି ଫୋର୍ସମାନଙ୍କର ବର୍ତ୍ତମାନ ଟ୍ରେନିଂ ଚାଲିଛି ବୋଲି ପିସିସିଏଫ ସୂଚନା ଦେଇଛନ୍ତି ।

ଟାଇଗର୍ ପ୍ରୋଟେକସନ୍ ଫୋର୍ସ କାମ କଣ :-

ବିଶେଷ ଭାବରେ ଏମାନଙ୍କର କାର୍ଯ୍ୟ ହେଉଛି ଯେ,କେବଳ ବାଘଙ୍କୁ ସୁରକ୍ଷା ନୁହେଁ ସାରା ଜଙ୍ଗଲକୁ ସୁରକ୍ଷା ଦେବେ । ଯେତେବେଳେ ଶିକାରୀ ମାନେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବା । ଜଙ୍ଗଲ ମଧ୍ୟରେ ଶିକାରୀ ମାନେ ଲୁଚିକି ରହିଥିଲେ ସେମାନଙ୍କୁ ଚିହ୍ନଟ କରିବା। ଏହା ସହ ଶିକାରୀଙ୍କ ପାଖରେ ମାରଣାସ୍ତ୍ର ଅଛି କି ନାହିଁ ବନ୍ଧୁକ ରହିଛି କି ନାହିଁ ତାହା ତୀକ୍ଷ୍ଣ ନଜର ଦେବା ସହ ବନ ବାହିନୀ ସହିତ ମିଶି ଜଙ୍ଗଲ ସମେତ ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷାରେ ରହିବ" ଏହି ଟାଇଗର୍ ପ୍ରୋଟେକସନ୍ ଫୋର୍ସ’।

ରାଜ୍ୟରେ ଆଉ କେଉଁଠି ଅଛି ଟାଇଗର୍ ପ୍ରୋଟେକସନ୍ ଫୋର୍ସ’:-

ରାଜ୍ୟରେ ସାତକୋଶିଆ ହେଉଛି ଦ୍ଵିତୀୟ ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ ମୁତୟନ କରିବ। ତେବେ ସେହିଭଳି ଭାବରେ ପ୍ରଥମ କରି ଏହି ଟାଇଗର୍ ପ୍ରୋଟେକସନ୍ ଫୋର୍ସ’କୁ ମୁତୟନ କରାଯାଇଥିଲା ଶିମିଳିପାଳରେ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଙ୍କୁ ସୁରକ୍ଷା ଦେବା ସହ ଜଙ୍ଗଲ କୁ ମଧ୍ୟ ସୁରକ୍ଷା ଦେଉଛନ୍ତି ଏହି ଟାଇଗର୍ ପ୍ରୋଟେକସନ୍ ଫୋର୍ସ’।

NTCAର କାନ ରହିଛି ସର୍ତ୍ତ :-
ଯେତେବେଳେ ଗୋଟିଏ ସ୍ଥାନରେ ବାଘ ପ୍ରକଳ୍ପ କରାଯାଏ, ସେନେଇ ଅନେକ ସର୍ତ୍ତାବଳି ମଧ୍ୟ ରହିଥାଏ । ତେବେ ସମସ୍ତ ସର୍ତ୍ତ ମଧ୍ୟରୁ ଗୋଟିଏ ସର୍ତ୍ତ ହେଉଛି ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ ଗଠନ । ବନ ବିଭାଗ ପକ୍ଷରୁ ଏହି ‘ଟାଇଗର୍ ପ୍ରୋଟେକସନ୍ ଫୋର୍ସ’ ଗଠନ କରାଯାଇଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ପୂର୍ବରୁ ଏକମାତ୍ର ଟାଇଗର ପ୍ରୋଟେକସନ୍ ଫୋର୍ସ ରହିଛି । ଜାତୀୟ ଉଦ୍ୟାନରେ ଯେଉଁ ବାଘ ଅଛନ୍ତି, ସେମାନଙ୍କୁ ସୁରକ୍ଷା ଦେବା ସହ ଜଙ୍ଗଲକୁ ମଧ୍ୟ ସୁରକ୍ଷା ଦେଉଛି ଏହି ଫୋର୍ସ ।

ସାତକୋଶିଆରେ ପୁଣି ଶୁଭିବ ମହାବଳ ବାଘର ଗର୍ଜନ :-
‘ପିସିସିଏଫ’ ସୁଶାନ୍ତ ନନ୍ଦ କହିଛନ୍ତି, "ପୁଣି ଥରେ ଶୁଭିବ ସାତକୋଶିଆରେ ମହାବଳ ବାଘର ଗର୍ଜନ । ଏନେଇ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ରଣନୀତି । ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୧୪ଟି ବାଘ ପର୍ଯ୍ୟାୟକ୍ରମେ ସାତକୋଶିଆ କୁ ଆସିବେ । ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆସିବାର ଯୋଜନା କରାଯାଇଛି । ଯାହା ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ‘ଏନଟିସିଏ’ ଦେଇଛି ଅନୁମୋଦନ ।’’

ସାତକୋଶିଆରେ ବାଘ ବଂଶ ଶୂନ୍ୟ :-
ବାଘ ବଂଶ ଶୂନ୍ୟ ହେବା ପରେ ପୁଣି ସାତକୋଶିଆକୁ ନେଇ ଚାଲିଛି ନୂଆ ଏକ୍ସପେରିମେଣ୍ଟ । ୨୦୧୮ ମସିହାରେ ଏଠାରେ ଦେଶର ପ୍ରଥମ ବାଘ ପୁନର୍ବାସ ଯୋଜନା ଫେଲ୍ ମାରିବା ପରେ ଏବେ ପୁଣି ଘାରିଛି ବାଘ ବଂଶ ବିସ୍ତାର ଯୋଜନା କରାଯାଇଛି । ୧ ହଜାର ବର୍ଗ କିଲୋମିଟର ପରିମିତ ଏହି ବ୍ୟାଘ୍ର ଅଭୟାରଣ୍ୟରେ ଏଥିଲାଗି ବନ ବିଭାଗ ଆରମ୍ଭ କରିଛି ବହୁବିଧ ରଣନୀତି । ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟର ପରିସୀମା ପରସ୍ପରକୁ ଲାଗିଛି । ଯେହେତୁ ଶିମିଳିପାଳରେ ବାଘ ସଂଖ୍ୟା ବଢ଼ୁଛି, ତେଣୁ ଆଗାମୀ ଦିନରେ ନିଜସ୍ୱ ଟେରିଟୋରୀ ତିଆରି ପାଇଁ ସେମାନେ ସାତକୋଶିଆ ମୁହାଁ ହୋଇପାରନ୍ତି । ତେବେ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ‘ଏନଟିସିଏ’ର ତଥ୍ୟ ଅନୁଯାୟୀ, ୨୦୦୬ ମସିହାରେ ସାତକୋଶିଆରେ ଥିଲା ୬ଟି ମହାବଳ ବାଘ । ୨୦୧୦ ମସିହାରେ ସଂଖ୍ୟା ୮କୁ ବଢ଼ିଥିଲା । ହେଲେ ୨୦୧୪ ରେ ସେମାନଙ୍କ ସଂଖ୍ୟା ହଠାତ୍ ୩କୁ ଖସିବା ସହ ୨୦୧୮ ରେ ମାତ୍ର ଗୋଟିଏ ହୋଇଗଲା । ଏହାକୁ ନଜରକୁ ରଖି ୨୦୧୮ ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ୨ଟି ବାଘ ଆଣି ସାତକୋଶିଆରେ ବଂଶ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଥିଲା ବୋଲି କହିଛନ୍ତି ପିସିସିଏଫ ।

ରାଜ୍ୟରେ କେଉଁ ବନଖଣ୍ଡରେ କେତେ ବାଘ ସଂଖ୍ୟା:-

"ରାଜ୍ୟରେ ୩୦ ମହାବଳ ରହିଥିବା ବେଳେ ଶିମିଳିପାଳରେ ସର୍ବାଧିକ ମହାବଳ ରହିଛନ୍ତି । ଏହା ସହ ୮ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଛି । ତେବେ ଏହାରି ମଧ୍ୟରେ ୧୪ଟି ବାଘୁଣୀ ରହିଛନ୍ତି । ତେବେ ରାଜ୍ୟରେ ଶିମିଳିପାଳ ରେ ସର୍ବାଧିକ ବାଘ ଚିହ୍ନଟ ହୋଇଛନ୍ତି। ସେଥିରୁ ଶିମିଳିପାଳରେ ୨୭ ଟି ମହାବଳ ବାଘ ସହ ୮ ଶାବକ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡ ରେ ଗୋଟିଏ ବାଘ ରହିଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଛନ୍ତି । ଏହା ସହ କଳା ବାଘ ୪୦ ପ୍ରତିଶତ ରହିଛନ୍ତି ରାଜ୍ୟର ବିଭିନ୍ନ ଜଙ୍ଗଲରେ । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ଟି ବାଘୁଣୀ ଓ ୬ ଟି ବାଘ ରହିଥିବା ଜଣାପଡିଛି ବୋଲି କହିଛନ୍ତି ପିସିସିଏଫ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.